୬ ବର୍ଷ ପରେ କୁମ୍ଭୀର ଶରୀରରୁ ବାହାରିଲା ଟାୟାର, ସରକାର ଘୋଷଣା କରିଥିଲେ ପୁରସ୍କାର

ଜାକର୍ତ୍ତା: ଇଣ୍ଡୋନେସିଆରେ ଗତ ପାଞ୍ଚ ବର୍ଷ ଧରି ଏକ କୁମ୍ଭୀର ବେକରେ ଗୁଡ଼ାଇ ହୋଇଯାଇଥିବା ଟାୟାରକୁ କଢ଼ାଯାଇଛି | ଏହି ଟାୟାରର କାହାଣୀ କିଛି ଏମିତି ଯେ ଯାହାକୁ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ | ବଡ କଥା ଯେ ଟାୟାରକୁ ବାହାର କରିବା ପାଇଁ ସରକାର ପୁରସ୍କାର ମଧ୍ୟ ଘୋଷଣା କରିଥିଲେ | ସ୍ଥାନୀୟ ପ୍ରଶାସନ ଟାୟାର କାଢ଼ିବାରେ ସଫଳ ହୋଇପାରିନଥିଲେ ଓ ଶେଷରେ ଜଣେ ସାହସୀ ଯୁବକ ଟାୟାର କାଢି କୁମ୍ଭୀରର ଜୀବନ ମଧ୍ୟ ବଞ୍ଚାଇଦେଇଛନ୍ତି | ଏହି ଘଟଣା ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶରେ ଘଟିଛି ।

ରିପୋର୍ଟ ଅନୁଯାୟୀ, ଏହି ଟାୟାରଟି ୨୦୧୬ ମସିହାରୁ ଏହି ପ୍ରାୟ ଚାରି ମିଟର ଲମ୍ବା କୁମ୍ଭୀରର ବେକରେ ଲାଗି ରହିଥିଲା। ଏହାକୁ ଶିକାର କରିବା ପାଇଁ କେହି ଏହି ଟାୟାରକୁ କୁମ୍ଭୀରର ବେକରେ ବାନ୍ଧି ଦେଇଥିଲେ | ପ୍ରଥମ ଥର ପାଇଁ, ପାଲୁ ନଦୀରେ ଏହି କୁମ୍ଭୀରକୁ ପ୍ରଥମେ ଦେଖିବାକୁ ମିଳିଥିଲା | ପାଲୁ ସହରର ବାସିନ୍ଦାମାନେ ବନ୍ୟଜନ୍ତୁ ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ଏବାବଦରେ ସୂଚନା ଦେଇଥିଲେ। ଏହା ପରେ କର୍ତ୍ତୃପକ୍ଷ ୨୦୧୬ ମସିହାରୁ କୁମ୍ଭୀର ବେକରୁ ଟାୟାର ହଟାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ । କେବଳ ଏତିକି ନୁହେଁ, ଯିଏ ଏହି ଟାୟାରକୁ କାଢ଼ିଦେବ, ତାଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ ।

ତେବେ କେନ୍ଦ୍ରୀୟ ସୁଲାୱେସି ପ୍ରଦେଶରେ ରହୁଥିବା ଟିଲି ନାମକ ଜଣେ ସାହସୀ ଯୁବକ ଯୋଜନା ପ୍ରସ୍ତୁତ କରି କିଛି ଲୋକଙ୍କୁ ଏକାଠି କରିଥିଲେ | ଏହା ପରେ କୁମ୍ଭୀର ଶରୀରରୁ ଟାୟାର ବାହାର କରିବା ପାଇଁ ଟିଲି ତିନି ସପ୍ତାହ ଧରି ସ୍ୱତନ୍ତ୍ର ଅଭିଯାନ କରିଥିଲେ। ଶେଷରେ ଟିଲି କୁମ୍ଭୀର ଏକ ଜାଲରେ ଧରିଥିଲେ | ଏହା ପରେ, ଦଉଡିରେ କୁମ୍ଭୀର ପାଟିରେ ବାନ୍ଧିଥିଲେ | ଏହା ପରେ ଟାୟାରଟି ବେକରୁ କଟାଯାଇଥିଲା | ଏହିପରି, ଟିଲିଙ୍କ ସାହସ ଯୋଗୁଁ କୁମ୍ଭୀରଟି ଦୀର୍ଘ ବର୍ଷ ଧରି ବେକରେ ଲାଗିଥିବା ଟାୟାରରୁ ମୁକ୍ତ ହୋଇଯାଇଥିଲା ଓ କୁମ୍ଭୀରକୁ ନଦୀ ଭିତରକୁ ଛାଡି ଦିଆଯାଇଥିଲା |

ସମ୍ବନ୍ଧିତ ଖବର