ଏକଦା ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉଚ୍ଚ ପଦରେ ଚାକିରି କରୁଥିଲେ ପୀୟୂଷ ତିଓ୍ଵାରୀ । ଏକ ସଡ଼କ ଦୁର୍ଘଟନା, ତାଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇଦେଇଥିଲା। ଷୋହଳ ବର୍ଷ ବୟସ୍କ ସାନ ଭାଇକୁ ରାସ୍ତାରେ ମରିବା ନିଜ ଆଖିରେ ଦେଖିଥିଲେ ପୀୟୂଷ। ଦୁର୍ଘଟନା ପରେ ତାଙ୍କ ଭାଇ ଘଣ୍ଟା ଘଣ୍ଟା ରାସ୍ତାରେ ପଡ଼ିରହିଥିଲେ। ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନ ପାଇବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଭାଇର ମୃତ୍ୟୁରେ ମ୍ରିୟମାଣ ପୀୟୂଷ, ଅନ୍ୟମାନେ ଯେପରି ତାଙ୍କ ଭାଇ ଦଶା ନ ଭୋଗିବେ, ଚିନ୍ତା କରି ଗଢ଼ିଥିଲେ ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’। ଚାକିରି ଛାଡ଼ିଦେଇଥିଲେ। ସଡ଼କ ଦୁର୍ଘଟନାରେ ଆମ ଦେଶରେ ବାର୍ଷିକ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଅଧିକାଂଶ ଚିକିତ୍ସାଜନିତ ଅବହେଳା ତଥା ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ଅଭାବରୁ ପ୍ରାଣ ହରାଉଥିବା ପ୍ରକାଶ। ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’ ଦୁର୍ଘଟନାଗ୍ରସ୍ତଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ସେ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରାଇବା ସହ ଲୋକଙ୍କୁ ତାଲିମ ଦେଉଛି। ପ୍ରଥମେ କେବଳ ପୁଲିସ୍ କର୍ମୀଙ୍କୁ ତାଲିମ ଦିଆଯାଉଥିଲା। ଏବେ ସମସ୍ତଙ୍କୁ ଦିଆଯାଉଛି। ଭ୍ରାମ୍ୟମାଣ ଜରୁରିକାଳୀନ ସେବା ପ୍ରକଳ୍ପ ଆରମ୍ଭ କରିବାରେ ପୀୟୂଷଙ୍କ ସଂସ୍ଥା ଭାରତରେ ପ୍ରଥମ। ଏହି ପ୍ରକଳ୍ପ ମାଧ୍ୟମରେ ସ୍ୱେଚ୍ଛାସେବୀଙ୍କୁ ମୋବାଇଲ୍ ଫୋନ୍ ଏବଂ ଗାଡ଼ି ଦିଆଯାଉଛି। ଦୁର୍ଘଟନାର ଖବର ମିଳିଲେ, ଗାଡ଼ି ଆହତଙ୍କ ପାଖରେ ପହଞ୍ଚିଯାଉଛି। ସ୍ୱେଚ୍ଛାସେବୀମାନେ ଆହତଙ୍କୁ ଅବିଳମ୍ବେ ଚିକିତ୍ସାଳୟରେ ପହଞ୍ଚାଉଛନ୍ତି। ସଂପ୍ରତି ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’ କାର୍ଯ୍ୟ କରୁଛି। ଭବିଷ୍ୟତ୍ରେ ଦେଶର ଅନ୍ୟ ପ୍ରମୁଖ ସହରରେ ସେବା ବିସ୍ତାର କରିବାର ଲକ୍ଷ୍ୟ ରଖାଯାଇଛି।
ଦୁର୍ଘଟନାଗ୍ରସ୍ତଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଉଛି ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’
/sambad/media/post_attachments/wp-content/uploads/2018/02/savelife-foundation-and-anr-vs-union-of-india-and-anr-5-638.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)