ମୁମ୍ବାଇ: ମୁମ୍ବାଇର ମୀରା ରୋଡ୍‌ର ଏକ ବାଳକ ମହାରାଷ୍ଟ୍ର ଦଶମ ବୋର୍ଡ ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ୩୫ ନମ୍ବର ରଖି ପାସ୍‌ କରି ଏବେ ଚର୍ଚ୍ଚା ପାଲଟିଛନ୍ତି। ୩୫ ନମ୍ବର ହେଉଛି ସର୍ବନିମ୍ନ ପାସ୍‌ ନମ୍ବର।

Advertisment

ଶନିବାର ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଶାନ୍ତି ନଗର ହାଇସ୍କୁଲ୍‌ରେ ପଢୁଥିବା ଅକ୍ଷସିତ ଯାଦବ ନାମକ ଏହି ଛାତ୍ର ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛନ୍ତି।

ଅକ୍ଷସିତର ବାପା କହିଛନ୍ତି ଯେ ଅକ୍ଷସିତ ୫୫ ପ୍ରତିଶନ ନମ୍ବର ରଖିବେ ବୋଲି ଆଶା କରାଯାଉଥିବା ବେଳେ ତାଙ୍କର ଏପରି ସର୍ବନିମ୍ନ ନମ୍ବର ରଖି ପାସ୍‌ କରିବା ସଭିଙ୍କୁ ଦୁଃଖୀ କରାଇଛି।

ପରୀକ୍ଷା ଫଳ ବାହାରିବା ପରେ ଅକ୍ଷସିତ ଏବେ ଏକ ପ୍ରକାର ସେଲିବ୍ରେଟି ପାଲଟି ଯାଇଛନ୍ତି। ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ତାଙ୍କ ଉପରେ ଖବର ପ୍ରକାଶ ହେବା ସହ ତାଙ୍କର ସାକ୍ଷାତ୍‌କାର ବି ନିଆଯାଉଛି।

ଇଂରାଜି: ୩୫
ମରାଠି:୩୫
ହିନ୍ଦି: ୩୫
ଗଣିତ:୩୫
ବିଜ୍ଞାନ ଓ ପ୍ରଜୁକ୍ତିବିଦ୍ୟା:୩୫
ସାମାଜିକ ବିଜ୍ଞାନ:୩୫