ମତ୍ସ୍ୟଜୀବୀଙ୍କ ହାତରେ ପଡ଼ିଲା ବିଚିତ୍ର ଜୀବ

ନୂଆଦିଲ୍ଲୀ: ଜଣେ ରୁଷ ମତ୍ସ୍ୟଜୀବୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବ ଉଦ୍ଧାର କରିଛନ୍ତି। ଯେତେବେଳେ ଅଦ୍ଭୁ୍ଦ ଜୀବର ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ସୋସିଆଲ ମିଡିଆ ବ୍ୟବହାରକାରୀ ଏହାର ନାମ ‘ବେବି ଡ୍ରାଗନ୍’ ରଖିଥିଲେ ।

୩୯ ବର୍ଷିୟ ରୋମନ ଫେଡୋର୍ଟସୋଭ ତାଙ୍କ ସାଥୀ ମାକେରଲଙ୍କ ସହ ନରୱେଗେନ ସାଗରକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଦୁହେଁ ଏହି ଅଦ୍ଭୁଦ ଦିଶୁଥିବା ଜୀବକୁ ଧରିଥିଲେ ।

ମରମନସଙ୍କସ୍ଥିତ ମତ୍ସ୍ୟଜୀବୀମାନେ ବିଭିନ୍ନ ପ୍ରକାର ଅଦ୍ଭୁତ ଦେଖାଯାଉଥିବା ସମୁଦ୍ର ପ୍ରାଣୀମାନଙ୍କ ମଧ୍ୟରେ ବୁଲନ୍ତି, କିନ୍ତୁ ଏହି ଅନନ୍ୟ ଜୀବକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମତ୍ସ୍ୟଜୀବୀ ରୋମନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଦ୍ଧାର ହୋଇଥିବା ଜୀବର ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ  ଦେଖିବାକୁ ମିଳୁଛି, ଉଦ୍ଧାର ହୋଇଥିବା ଜୀବଟିର  ଆଖି ବଡ଼ ରହିଥିବା ବେଳେ ଏକ ଲାଞ୍ଜ ମଧ୍ୟ ରହିଛି। ଜୀବ ରଙ୍ଗ ହାଲକା ଗୋଲାପୀ ରଙ୍ଗର ରହିଥିବା ବେଳେ ଡେଣା ବି ରହିଥିବା ଦୃଶ୍ୟମାନ ହେଉଛି।

ଏହି ଜୀବର ଫଟୋ ସେୟାର ହେବା ପରଠାରୁ ଇନଷ୍ଟାଗ୍ରାମରେ ୨୨,୦୦୦ ରୁ ଅଧିକ ଲାଇକ୍ ମିଳିଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ତେବେ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ଜୀବକୁ କାଇମେରା ବୋଲି କୁହାଯାଉଛି। ଯାହାକି କାର୍ଟିଲାଜିନସ ମାଛ। ଯାହାକୁ ‘ଘୋଷ୍ଟ ସାର୍କ’ ବୋଲି ବି କୁହାଯାଇଥାଏ।|

ସମ୍ବନ୍ଧିତ ଖବର