ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିଜର ଏଟିଏମ କାର୍ଡଧାରୀମାନଙ୍କ ପାଇଁ ଏକ ନୂତନ ୟୁନିକ୍‌ ସେବା ଆରମ୍ଭ କରିଛି। ଯାହା ଜରିଆରେ ଗ୍ରାହକମାନେ ନିଜ ନିଜର ଏଟିଏମ କାର୍ଡକୁ ସୁବିଧା ଅନୁସାରେ, ଅନ-ଅଫ କରିପାରିବେ। ଏଥିସହିତ ହିଁ କାର୍ଡ ହଜିଗଲେ କିମ୍ବା ଚୋରିହୋଇଗଲେ ବି ଏହି ଆପ ଜରିଆରେ ବ୍ଲକ୍‌ କରିପାରିବେ।

Advertisment

ଏସବିଆଇ କ୍ୱିକରୁ ସବୁ ସମସ୍ୟାର ହେବ ସମାଧାନ

ଏହି ଆପଟିର ନାଁ ଏସବିଆଇ ରଖିଛି କ୍ୱିକ୍‌। ବ୍ୟାଙ୍କ ଏହି ଆପଟିକୁ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଲଂଚ କରିଛି। ବ୍ୟାଙ୍କ ସୂଚନା ଅନୁସାରେ, କୌଣସି ବି ଗ୍ରାହକ ଏହି ଆପ ଜରିଆରେ ନିଜର କାର୍ଡକୁ କଂଟ୍ରୋଲ କରିପାରିବେ। ସେହିପରି ଏହି ଆପ ସହାୟତାରେ ଏଟିଏମ ପିନକୁ ବି ଜେନରେଟ କରିପାରିବେ।

କିପରି କରିବେ ରେଜିଷ୍ଟ୍ରେସନ

ଏହି ଆପଟିକୁ ଆରମ୍ଭ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଆପର ରେଜିଷ୍ଟ୍ରେସନ ଆପ ଫିଚରକୁ ଯାଇ ଯେଉଁ ନମ୍ବରରେ ଆପଣ ଆପଟିକୁ ଡାଉନଲୋଡ କରିଥିବେ, ତାକୁ ଏଠାରେ ଏଂଟର କରିବାକୁ ପଡିବ। ଏହାପରେ ଆପଣଙ୍କର ରେଜିଷ୍ଟ୍ରେସନ ହୋଇଯିବ।

ଏସଏମଏସ ଜରିଆରେ ମିଳିବ ସୂଚନା

ଯଦି ଆପଣ ଏସଏମଏସ ଜରିଆରେ ନିଜର କାର୍ଡକୁ ବ୍ଲକ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ BLOCK– space–ଡେବିଟ କାର୍ଡର ଶେଷ ୪ ଡିଜିଟ ଲେଖି ତାକୁ ୫୬୭୬୭୬ ନମ୍ବରରେ ପଠାଇବାକୁ ପଡିବ। ସେହିପରି ଏଟିଏମ କାର୍ଡରୁ ହେଉଥିବା ଟ୍ରାଂଜାକ୍ସନକୁ ବି ଆପଣ ଏହି ଆପ ଜରିଆରେ ହିଁ ଅନ-ଅଫ କରିପାରିବେ। ଏହି ଆପ ଜରିଆରେ ଏଟିଏମ, ସ୍ୱାଇପ ଅଫ ସେଲ, ଇ-କମର୍ସ ଏବଂ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ଟଙ୍କା କାରବାରକୁ ଗୋଟିଏ କ୍ଲିକରେ ହିଁ ବନ୍ଦ ଏବଂ ଚାଲୁ କରିପାରିବେ। ଯଦି ଆପଣଙ୍କ ନିକଟରେ କୌଣସି ସ୍ମାର୍ଟଫୋନ ନାହିଁ ତେବେ ଆପଣ ଏହାକୁ ଏସଏମଏସ କରି ମଧ୍ୟ ଲାଭ ଉଠାପାରିବେ।

ଯଦି ଆପଣ ମେସେଜରୁ ଏହି ସୁବିଧାକୁ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏସ୍‌ଏମ୍‌ଏସ୍‌ ୦୯୨୨୩୫୮୮୮୮୮ରେ ପଠାଇବାକୁ ପଡିବ। ତେବେ ମେସେଜ ପଠାଇବାର ସଂପୂର୍ଣ୍ଣ ପ୍ରକ୍ରିୟା ଆମେ ନିମ୍ନରେ ଆଲୋଚନା କରିଛୁ।

ଏଟିଏମ ଟ୍ରାଂଜାକ୍ସନ
ସୁଇଚ୍‌ ଅନ ପାଇଁ- SWONATM–space–କାର୍ଡର ଶେଷ ୪ଟି ନମ୍ବର
ସୁଇଚ୍‌ ଅଫ ପାଇଁ- SWOFFATM– space– କାର୍ଡର ଶେଷ ୪ଟି ନମ୍ବର

ପିଓଏସ
ସୁଇଚ୍‌ ଅନ ପାଇଁ- SWONPOS– space–କାର୍ଡର ଶେଷ ୪ଟି ନମ୍ବର
ସୁଇଚ୍‌ ଅଫ ପାଇଁ- SWOFFPOS– space–କାର୍ଡର ଶେଷ ୪ଟି ନମ୍ବର

ଇ-କମର୍ସ
ସୁଇଚ୍‌ ଅନ ପାଇଁ- SWONECOM– space– କାର୍ଡର ଶେଷ ୪ଟି ନମ୍ବର
ସୁଇଚ୍‌ ଅଫ ପାଇଁ- SWOFFECOM– space– କାର୍ଡର ଶେଷ ୪ଟି ନମ୍ବର

ଇଂଟରନ୍ୟାସନାଲ ଟ୍ରାଂଜାକ୍ସନ
ସୁଇଚ୍‌ ଅନ ପାଇଁ- SWONINTL– space– କାର୍ଡର ଶେଷ ୪ଟି ନମ୍ବର
ସୁଇଚ୍‌ ଅଫ ପାଇଁ- SWOFFINTL– space–କାର୍ଡର ଶେଷ ୪ଟି ନମ୍ବର

ଡେମୋଷ୍ଟିକ ଟ୍ରାଂଜାକ୍ସନ
ସୁଇଚ୍‌ ଅନ ପାଇଁ- SWONDOM– space–କାର୍ଡର ଶେଷ ୪ଟି ନମ୍ବର
ସୁଇଚ୍‌ ଅଫ ପାଇଁ- SWOFFDOM– space–କାର୍ଡର ଶେଷ ୪ଟି ନମ୍ବର

ରହିବ ନାହିଁ କୌଣସି ପ୍ରକାରର ଫାଇନାନ୍‌ସ ଟ୍ରାଂଜାକ୍ସନ
ତେବେ ବ୍ୟାଙ୍କ ତରଫରୁ ଏନେଇ ସ୍ପଷ୍ଟ କରିଦିଆଯାଇଛି କି, ଏହି ଆପ ଜରିଆରେ କୌଣସି ବି ଖାତାଧାରକ କୌଣସି ପ୍ରକାରର ଫାଇନାନ୍‌ସିଆଲ ଟ୍ରାଂଜାକ୍ସନ କରିପାରିବେ ନାହିଁ। ଏହାଦ୍ୱାରା କେବଳ ବ୍ୟାଙ୍କର ସେବାଗୁଡିକ ସଂପର୍କରେ ସୂଚନା ମିଳିବ। ଯାହାକୁ ଗ୍ରାହକ ଏଟଏମକୁ ଯାଇ ପାଇଥାନ୍ତି।ଏହି ଆପରେ ଆପଣଙ୍କୁ ବ୍ୟାଙ୍କର ୟୁଜର ନେମ ଏବଂ ପାସୱାର୍ଡ ଦେବାକୁ ପଡିବ ନାହିଁ। କେବଳ ବ୍ୟାଙ୍କରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରର ଆବଶ୍ୟକତା ପଡିବ।