ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ରାଜସ୍ଥାନର ଆରାବଳୀ ପାହାଡରେ ଅନ୍ଧାଧୁନିଆ ଭାବେ ବେଆଇନ୍ ଖନନ କାର୍ଯ୍ୟ ଜାରି ରହିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି। ଏସବୁ ବେଆଇନ୍ ଖଣି ଖନନ କାର୍ଯ୍ୟକୁ ୪୮ ଘଣ୍ଟା ଭିତରେ ରୋକିବା ଲାଗି ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଷ୍ଟାଟସ ରିପୋର୍ଟ ଦେବାକୁ ମଧ୍ୟ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଏହି ସଂପର୍କୀତ ମାମଲାର ଶୁଣାଣି ସମୟରେ ଜଷ୍ଟିସ ମଦନ ଭୀମ ରାଓ କହିଲେ ଯେ ଏପ୍କାର ରିପୋର୍ଟ ଅନୁଯାୟୀ ଦିଲ୍ଲୀ,ରାଜସ୍ଥାନ ଓ ହରିଆଣାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ୩୧ଟି ପାହାଡ ଅନ୍ତର୍ଦ୍ଧାନ ହୋଇଯାଇଛି। ଲୋକଙ୍କ ଭିତରେ ତ ହନୁମାନଙ୍କର ଶକ୍ତି ନାହିଁ ଯେ ସେମାନେ ଏହାକୁ ଉଡ଼ାଇ ନେଇଯିବେ। ଲୋକେ କ’ଣ ହନୁମାନ ହୋଇଗଲେ ଯେ ୩୧ଟି ଉଠାଇ ନେଇଗଲେ ?
ଏଭଳି ଘଟିଥିବା ପଛରେ କେବଳ ଗୋଟିଏ କାରଣ ଅଛି,ତାହା ହେଲା ଅବୈଧ ଖନନ।
/sambad/media/post_attachments/wp-content/uploads/2018/10/supreme-court_660_020913075242-300x199.jpg)
ଏ ସଂପର୍କରେ ରାଜସ୍ଥାନ ସରକାର ସ୍ୱୀକାର ମଧ୍ୟ କରିଛନ୍ତି କି ଆରାବଳୀ ପର୍ବତରେ ୧୧୫.୩୪ ହେକ୍ଟରର ଜମି ଉପରେ ଖନନ ହୋଇଛି।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରକୃତର ସଂରକ୍ଷଣ ଦିଗରେ ପର୍ବତମାନେ ହେଉଛନ୍ତି ଅମର ନୈସର୍ଗିକ ରକ୍ଷକ। ରାଜସ୍ଥାନ ସରକାର ବାର୍ଷିକ ସାଢେ ପାଞ୍ଚ ହଜାର କୋଟି ଟଙ୍କାର ରୟାଲିଟି ପାଇବା ଲାଳସାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଛନ୍ତି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/aravali_1540320090_618x347.jpeg)