ବିଶ୍ୱରେ ରହିଛି ଏଭଳି କିଛି ବିପଦପୂର୍ଣ୍ଣ ପୋଲ, ଯେଉଁଠାକୁ ଗଲେ ଲୋକଙ୍କ ଜୀବନ ଚାଲିଯିବାର ଥାଏ ଭୟ !

ବିଶ୍ୱରେ ଏଭଳି ଅନେକ ସ୍ଥାନ ଅଛି ଯାହା ଦେଖିବାକୁ ଖୁବ୍‌ ଅଜବ ଲାଗିବା ସହ ଡର ମଧ୍ୟ ଲାଗେ। ଏଥିମଧ୍ୟରେ ରହିଛି କିଛି ଝୁଲନ୍ତା ପୋଲ। ଏଭଳି କିଛି ବିପଦପୂର୍ଣ୍ଣ ପୋଲ ଅଛି ଯେଉଁଠାକୁ ଗଲେ ଲୋକଙ୍କ ଜୀବନ ଚାଲିଯିବାର ଭୟ ଲାଗି ରହିଥାଏ। ତେବେ ଏହି ପୋଲ୍‌ ଉପରେ ଲୋକଙ୍କ ସୁରକ୍ଷାର ସବୁ ସୁବିଧା ଥିଲେ ମଧ୍ୟ ଏହାକୁ ଥରେ ଦେଖିଲା ମାତ୍ରେ ଲୋକ ସେଠାରୁ ପଛଘୁଞ୍ଚା ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି କିଛି ବିପଦପୂର୍ଣ୍ଣ ପୋଲ ବିଷୟରେ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଚୀନର ଝାଗଜିୟାଜୀ ପ୍ରାନ୍ତରରେ କାଚରେ ତିଆରି ହୋଇଥିବା ପୋଲ। ୧୦୦ ମିଟର ଲମ୍ବା ଏହି ପୋଲର ଆଖପାଖ ପାହାଡରେ ଘେରି ହୋଇରହିଛି। ଏହି କାଚର ତଳକୁ ଚାହିଁଲେ ୩୦୦ ମିଟର ତଳର ଘାଇ ଦେଖିବାକୁ ମିଳିବ। ତେବେ ଦୁର୍ବଳ ହୃଦୟର ଲୋକେ ଏହି କାଚ ପୋଲବାଟେ ତଳକୁ ଦେଖିବାକୁ ଚେଷ୍ଟା କଲେ ହୃଦଘାତ ହେବାର ସମ୍ଭାବନା ବଢିଯାଏ। ସେହିପରି ଆଉ ଏକ ଗ୍ଲାସ୍‌ ବ୍ରିଜ୍‌ ଗ୍ରେଡ୍‌ କେନୟାନ୍‌ ଅଫ୍‌ ଝାଗଜିୟାଜୀ ନ୍ୟାସନାଲ୍‌ ପାର୍କରେ ଅବସ୍ଥିତ। ଏହି ପୋଲ ମଧ୍ୟ କାଚରେ ପ୍ରସ୍ତୁତ ହୋଇଛି।

ଏଭଳି ଆଉ ଏକ ପୋଲ ରହିଛି ପାକିସ୍ଥାନରେ। ବହୁତ ଲମ୍ବା ଥିବା ଏହି ବ୍ରିଜର ବ୍ୟବହାର ଏବେ ମଧ୍ୟ ହୁଏ ଏହା ହେଉଛି ସବୁଠାରୁ ଆଚମ୍ବିତ କଲା ଭଳି କଥା। ଏହି ପୋଲ କିଛି କାଠ ଏବଂ ଦଉଡି ସାହାଯ୍ୟରେ ବହୁ ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାର ଅବସ୍ଥା ଖରାପ ହୋଇ ପଡିଛି ଏବଂ ଦୁଃସାହସିକତାର ମଜା ପାଇବା ପାଇଁ କିଛି ଲୋକ ଏହି ପୋଲର ଏବେ ବି ବ୍ୟବହାର କରୁଛନ୍ତି।

ଚୀନର ସିଦୁହେ ରିଭର୍‌ ବ୍ରିଜ୍‌ ଦୁନିଆର ସବୁଠାରୁ ଉଚ୍ଚ ପୋଲ ମଧ୍ୟରୁ ଗୋଟିଏ। ସଂଘାଇ ଏବଂ ସିଦୁହେକୁ ଯୋଡୁଥିବା ଏହି ପୋଲ ୧୩୦୦ ମିଟର ଲମ୍ବା ଅଟେ।

ସମ୍ବନ୍ଧିତ ଖବର