ସ୍କୁଲ ଛାତ୍ରୀଙ୍କ ଅଦ୍ଭୁତ ଖେଳ ! ଭିଡିଓ ଦେଖି ଲୋକେ କହିଲେ, ତାଙ୍କୁ ଅଲମ୍ପିକ ପଠାଅ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସ୍କୁଲପୋଷାକରେ ସମରସଲ୍ଟ ଦେଖାଉଥିବା ଛାତ୍ର-ଛାତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଶ୍ଚର୍ଯ୍ୟ କଲା ଭଲି ଛାତ୍ରୀଙ୍କ ଖେଳ ଦେଖିବାକୁ ମିଳୁଛି। ଭିଡିଓରେ ପ୍ରଥମେ ଛାତ୍ର ସମରସଲ୍ଟ (ମାଙ୍ଗଡ଼ ଚିତ୍‌) କରୁଛନ୍ତି, ଏହାପରେ ଛାତ୍ରୀ ବି ଖୁବ୍‌ ସହଜରେ ଏଭଳି କରୁଥିବା ନଜର ଆସୁଛନ୍ତି। ସେମାନଙ୍କୁ ଦେଖି ମନେହଉଛି କି ଗୋଡରେ ଯେପରି କୌଣସି ସ୍ପ୍ରିଙ୍ଗ ଲାଗିଛି।

ଛାତ୍ରୀଙ୍କ ଏଭଳି ଖେଳକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଲୋକଙ୍କୁ ବିଶ୍ୱାସ ହେଉ ନାହିଁ କି ଭାରୀ ସ୍କୁଲ ବ୍ୟାଗ୍‌ କାନ୍ଧରେ ଥିବା ସତ୍ତ୍ୱେ କିଭଳି ଏମିତି କରି ପାରୁଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଛାଇ ଯାଇଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାର ଏହି ଛାତ୍ରୀଙ୍କୁ ସୁବିଧା ଦେଇ ମାଗଣା ଟ୍ରେନିଂ ଦେବା ଉଚିତ। ଭବିଷ୍ୟତରେ ଦେଶର ନାମ ରଖିବ।

ଭାଇରାଲ ଭିଡିଓ ଆରମ୍ଭରେ ଆପଣ ଦେଖି ପାରିବେ ଦୁଇଜଣ ସ୍କୁଲ ପିଲା ସ୍କୁଲପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି। ଏହାପରେ ଦୁହେଁ ସମରସଲ୍ଟ କରୁଛନ୍ତି। କେବଳ ଏତିକି ନୁହେଁ, ଛାତ୍ରୀ ଡବଲ୍‌ ସମରସଲ୍ଟ କରୁଥିବା ନଜର ଆସୁଛନ୍ତି।

ସମ୍ବନ୍ଧିତ ଖବର