ନୂଆଦିଲ୍ଲୀ: ସ୍କୁଲରେ ପିଲାମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ନାମରେ ଚିଡ଼ାଉଥିବାର ଶୁଣିବାକୁ ମିଳିଛି। ଅନେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ତାଙ୍କ ପ୍ରିୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନାମକୁ ଛୋଟ କରି ଡାକି ଥାଆନ୍ତି। ନିକଟରେ ଜଣେ ମହିଳା ଶିକ୍ଷୟିତ୍ରୀ ତାଙ୍କ ସହିତ ଘଟିଥିବା ଏମିତି ଏକ ଘଟଣା ବିଷୟରେ ସେୟାର କରିଛନ୍ତି।

Advertisment

ଉକ୍ତ ଶିକ୍ଷୟିତ୍ରୀ ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସେୟାର କରି ସେ ଲେଖିଥିଲେ, ‘ପିଲାମାନେ ମୋତେ ‘ଗୋଟ’ କହି ଚିଡ଼ାଇ ଥାଆନ୍ତି। ଯାହାକି ମୋତେ ବହୁତ କଷ୍ଟ ଦେଇଥାଏ। ଯେଉଁ ପିଲାଙ୍କୁ ମୁଁ ବହୁତ ସ୍ନେହ କ‌ରେ ସେମାନେ ବି ମୋତେ ଚିଡ଼ାଇ ଥାଆନ୍ତି। ତେବେ ମୁଁ ଏସବୁର କାରଣ ଜାଣି ପାରୁ ନଥିଲି କି ଯେଉଁପିଲାମାନେ ମୋତେ ବି ଭଲ ପାଆନ୍ତି ସେମାନେ ମୋ ପଛରେ କାହିଁକି ଏଭଳି ‘ଗୋଟ’.... ‘ଗୋଟ’....କହି ଚିଡ଼ାଇ ଥାଆନ୍ତି।’

ଶିକ୍ଷୟିତ୍ରୀ ଏହି ପୋଷ୍ଟ ସେୟାର କରିବାପରେ ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇ କହିଥିଲେ କି, ଶିକ୍ଷୟିତ୍ରୀ ଆପଣଙ୍କୁ ‘ଗୋଟ’ରମାନେ ଜଣାନାହିଁ। ‘ଗୋଟ’ର ଅର୍ଥ ହେଲା, ‘ଗ୍ରେଟେଷ୍ଟ ଅଫ ଅଲ ଟାଇମ’। ଅର୍ଥାତ ସର୍ବଦା ସବୁଠାରୁ ଭଲ ଶିକ୍ଷକ/ଶିକ୍ଷୟିତ୍ରୀ। ତେଣୁ ଆମେ ଆପଣଙ୍କୁ ଏଭଳି ନାମ ଦେଇଛୁ।’

ଏହି ପ୍ରତିକ୍ରିୟା ପଢ଼ି ଶିକ୍ଷୟିତ୍ରୀ ଜଣକ ଭୋଭୋ ହୋଇ କାନ୍ଦିଥିଲେ। ଆଉ କହିଥିଲେ, ଏ ପିଲାମାନେ ମୋତେ ଏତେ ଭଲ ପାଆନ୍ତି। ମୁଁ କେମିତି ଜାଣି ପାରୁ ନଥିଲି। ଏସବୁ ଜାଣିବା ପରେ ମୁଁ ମୋ ଆଖିରେ ଲୁହ ଅଟକାଇ ପାରୁନାହିଁ। ପିଲାମାନେ ମୋତେ ସ୍ନେହରେ ଡାକୁଥିବା ନାମକୁ ମୁଁ କମେଣ୍ଟ ମାରୁଥିବା ଭାବିଥିଲି।’