ମାଟିତଳୁ ମିଳିଲା ଏମିତି କିଛି ରହସ୍ୟମୟୀ ଜିନିଷ, ଯାହାକୁ ଦେଖି ବୈଜ୍ଞାନିକ ମାନେ ମଧ୍ୟ ହୋଇଯାଇଥିଲେ ତାଜୁବ !

ଦୁନିଆର ଏଭଳି କିଛି ରହସ୍ୟମୟୀ ଜିନିଷ ରହିଛି ଯାହା ବାବଦରେ ଏଯାଏଁ ମଧ୍ୟ ମଣିଷ ଜାଣିନାହିଁ । କିନ୍ତୁ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସେ ସେତେବେଳେ ଉଭୟ ସାଧାରଣ ମଣିଷ ଓ ବୈଜ୍ଞାନିକ ମଧ୍ୟ ଚକିତ ହୋଇଯାଆନ୍ତି । ସେହିଭଳି କିଛି ରହସ୍ୟମୟୀ ସାମଗ୍ରୀ ଖନନ ସମୟରେ ମିଳିଛି ଯାହା ଦେଖି ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରହସ୍ୟମୟ ଚଟାଣ : ଆମେରିକାର ଜଣେ ବ୍ୟକ୍ତିଙ୍କୁ ଏକ ରହସ୍ୟମୟ ଚଟାଣ ମିଳିଥିଲା । ଏହି ଚଟାଣରେ ଇଲେକଟ୍ରିକ ପ୍ଲଗ ଆକୃତିର କିଛି ଜିନିଷ ଦେଖିବାକୁ ମିଳିଥିଲା । ବୈଜ୍ଞାନିକ ମାନେ ଯେତେବେଳେ ଏହି ଚଟାଣ ବାବଦରେ ଯାଞ୍ଚ କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ, ଏହା ଲକ୍ଷ ଲକ୍ଷ ବର୍ଷ ପୁରୁଣା ଚଟାଣ । ତେବେ ଏହି ଚଟାଣ ବାବଦରେ ଯେତେବେଳେ ଅଧିକ ଜାଣିବା ପାଇଁ ବୈଜ୍ଞାନିକ ମାନେ ଉକ୍ତ ବ୍ୟକ୍ତିଙ୍କୁ ଚଟାଣ ମିଳିଥିବା ସ୍ଥାନ ସର୍ମ୍ପକରେ ପଚାରିଥିଲେ ସେ ସିଧାସଳଖ ଏହା ବାବଦରେ କହିବାକୁ ମନା କରିଦେଇଥିଲେ ।

ଏକ ଲକ୍ଷ ବର୍ଷ ପୁରୁଣା ହାତୁଡି : ୧୯୩୬ ମସିହାରେ ଏକ ଦମ୍ପତି ଲଣ୍ଡନର ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ଚଟାଣ ଉପରେ ଏକ ଛୋଟ ହାତୁଡି ଦେଖି ତାହାକୁ ଘରକୁ ନେଇ ଆସିଥିଲେ । ଯେତେବେଳେ ଉଭୟ ଚଟାଣ ଓ ହାତୁଡିର ଯାଞ୍ଚ କରାଗଲା ଜଣାପଡିଲା ଯେ, ଏହା ଏକ ଲକ୍ଷ ବର୍ଷ ପୁରୁୂଣା ହାତୁଡି । ଏହି ହାତୁଡିର ହ୍ୟାଣ୍ଡେଲ କାଠରେ ନିର୍ମାଣ କରାଯାଇଥିଲା କିନ୍ତୁ କାଳକ୍ରମେ ଏହା କୋଇଲାରେ ପରିବର୍ତ୍ତନ ହୋଇଯାଇଥିଲା । କିନ୍ତୁ ହାତୁଡିର ଉପରଭାଗ ସମ୍ପୂର୍ଣ୍ଣ ଭାବେ ପୂର୍ବଭଳି ଥିଲା ।

୧୩୦୦ ବର୍ଷ ତଳର ପୁରୁଣା ଫୋନ୍ : ୨୦୧୫ ମସିହାରେ ଅଷ୍ଟ୍ର୍ରି୍ରଆରେ ଖନନ ଚାଲିଥିବା ବେଳେ ମାଟିତଳୁ ମୋବାଇଲ ଭଳି ଏକ ସାମଗ୍ରୀ ମିଳିଥିଲା । ଏହି ସମ୍ପୂର୍ଣ୍ଣ ଭାବେ ଚମଡାରେ ନିର୍ମାଣ କରାଯାଇଥିଲା । କାର୍ବନ ଡେଟିଂ କରିବା ପରେ ଜଣାପଡିଥିଲା ଯେ ଏହା ୧୩୦୦ ବର୍ଷ ତଳର ପୁରୁଣା ସାମଗ୍ରୀ । କିନ୍ତୁ ମୋବାଇଲର ଆବିଷ୍କାର ୮୦ ଦଶକରେ ହୋଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିଛି ଲୋକ ଏହାକୁ ପ୍ରାଚୀନ କାଳର ମୋବାଇଲ କହୁଥିବା ବେଳେ କିଛି ଲୋକ ଏହାକୁ ଏଲିୟନ ମାନଙ୍କର ମୋବାଇଲ ବୋଲି କହିଥିଲେ ।

ବ୍ରାଣ୍ଡେଡ ଜୋତା : ମଙ୍ଗୋଲିଆରେ କିଛି ବର୍ଷ ପୂର୍ବେ ମାଟି ତଳୁ ଏକ ପ୍ରାଚୀନ କାଳର ମମି ମିଳିଥିଲା । କିନ୍ତୁ ଯେତେବେଳେ ମମିର ପାଦ ଉପରେ ନଜର ପଡିଥିଲା ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ମମିର ପାଦରେ ଆଧୁନିକ ଜମାନାର ଜୋତା ଦେଖିବାକୁ ମିଳିଥିଲା । ଆଉ ଯାହା ପୂରା ବ୍ରାଣ୍ଡେଡ ଜୋତା ଭଳି ଲାଗୁଥିଲା ।

ଡାଇନାସୋରଙ୍କ ସମୟର ଚଟାଣ : ୧୯୮୮ରେ ଋଷର ମସ୍କୋ ସହରରୁ କିଛି ଦୂରରେ ଖନକ କରାଯାଉଥିବା ବେଳେ ବୈଜ୍ଞାନିକଙ୍କ ହାତକୁ ଏକ ଅଜବ ଚଟାଣ ଦେଖିବାକୁ ମିଳିଥିଲା । ଏହି ଚଟାଣ ମଧ୍ୟରେ ସ୍କୃ ଭଳି କିଛି ଜିନିଷ ଦେଖିବାକୁ ମିଳିଥିଲା । ଯେତେବେଳେ ଏହି ଚଟାଣର ଯାଞ୍ଚ କରାଗଲା ସେତେବେଳେ ବୈଜ୍ଞାନିକ ମାନେ ଚକିତ ହୋଇଯାଇଥିଲେ । କାରଣ ଚଟାଣରୁ ମିଳିଥିବା ସ୍କୃ ଭଳି ସାମଗ୍ରୀ ୩୦୦ ମିଲିୟନ ବର୍ଷ ପୁରୁଣା ଅଥାର୍ତ ଏହା ଡାଇନୋସର ସମୟର ସ୍କୃ ଥିଲା ବୋଲି ଜାଣିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର