ପୃଥିବୀ ପୃଷ୍ଠରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଜଳ ଅଛି ଅଥଚ ଜୀବନ ନାହିଁ!

ଆମେ ଜାଣୁ ଜଳ ହିଁ ଜୀବନ। ଅର୍ଥାତ୍‌ ଜଳ ଦ୍ୱାରା ଜୀବନ ସୃଷ୍ଟି ଓ ସୁରକ୍ଷା ସମ୍ଭବ ହୋଇଥାଏ। ଜଳ ଥିବା ସ୍ଥାନରେ ପ୍ରାଣୀ କି˚ବା କୌଣସି ଉଦ୍ଭିଦର ଜୀବନ ସଂଚାର ହୋଇଥାଏ। ହେଲେ ଫ୍ରାନ୍ସ ଓ ସ୍ପେନ୍‌ର ଦଳେ ଗବେଷକ ଆମ ପୃଥିବୀ ପୃଷ୍ଠର ଏମିତି ଏକ ସ୍ଥାନକୁ ଠାବ କରିଛନ୍ତି ଯେଉଁଠି ଜଳ ଅଛି ଅଥଚ ଜୀବନ ନାହିଁ। ଇଥିଓପିଆରେ ଅବସ୍ଥିତ ଏହି ଅଞ୍ଚଳଟି ଡୋଲୋଲ ଭାବେ ଜଣାଶୁଣା। ଏହି ସ୍ଥାନର ଜଳ ଅତିମାତ୍ରାରେ ଉତ୍ତପ୍ତ ଓ ଲବଣାକ୍ତ। ଏଠାରେ ଗୁଡ଼ିଏ ଜ୍ବାଳାମୁଖୀ ଓ ଉଷ୍ଣପ୍ରସବଣ ଥିବାରୁ ଜଳର ତାପମାତ୍ରା ବେଳେବେଳେ ୧୦୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଥାଏ। ଜଳର ଉତ୍ତାପ ଓ ଲବଣାଂଶ କାରଣରୁ ଏହାର ରଙ୍ଗ ମଧ୍ୟ ବାରମ୍ବାର ବଦଳିଥାଏ। ଅଧ୍ୟୟନକାରୀ ଗବେଷକମାନେ ଜଳର ନମୁନା ଏକାଧିକ ଥର ପରୀକ୍ଷା ପରେ ଏଥିରେ ଜୀବନ ନ ଥିବା ବାବଦରେ ସ୍ପଷ୍ଟ ହୋଇଛନ୍ତି। ଏ ସ˚ପର୍କରେ ବିସ୍ତୃତ ରିପୋର୍ଟ‌୍‌ ‘ନେଚର‌୍‌’ ପତ୍ରିକାରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର