ନୂଆଦିଲ୍ଲୀ: ଏକ ସାତବର୍ଷର ଚୀନ ପ୍ରଜାତିର କୁକୁର ୨୦୨୩ରେ ଦୁନିଆର ସବୁଠାରୁ ଅସୁନ୍ଦର ଦେଖାଯାଉଥିବା କୁକୁରର ମୁକୁଟ ଜିତିଛି। ଜୁନ ୨୩ ତାରିଖରେ ଏହି ମୁକୁଟ ପ୍ରାପ୍ତ କରିଥିବା କୁକୁରର ନାମ ‘ସ୍କୁଟର’ ରହିଛି। ଯିଏକି ୧୫୦୦ ଡଲାର ସହିତ ଏକ ଟ୍ରଫି ବି ହାସଲ କରିଛି।
ଦୁନିଆର ସବୁଠାରୁ ଅସୁନ୍ଦର କୁକୁର ପ୍ରତିଯୋଗିତା ଆମେରିକାର କର୍ଲିଫର୍ଣ୍ଣିଆସ୍ଥିତ ସୋନୋମା-ମାରିନ ମେଳାରେ ଆୟୋଜିତ ହୋଇଥିଲା। ଏହା ଏମିତି ଏକ କାର୍ଯ୍ୟକ୍ରମ ଯେଉଁଠାରେ ଲୋକଙ୍କୁ କୁକୁରମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ। ଏହି ପ୍ରତିଯୋଗିତାରେ ବିଭିନ୍ନ ରକମର କୁକୁରଙ୍କୁ ସାମିଲ କରାଯାଇଥାଏ।
ତେବେ ଯେଉଁ କୁକୁର ଅସୁନ୍ଦର ଥାଆନ୍ତି ସେମାନଙ୍କ ପାଇଁ ବି ପୁରସ୍କାର ରହିଥାଏ। ଏହା ଏଥିପାଇଁ ରଖାଯାଇଛି କାରଣ ଲୋକେ ଅସୁନ୍ଦର କୁକୁରଙ୍କୁ ବିନା କୌଣସି ବାଧାରେ ପୋଷ୍ୟଭାବେ ଗ୍ରହଣ କରିନେବେ। ଏହି ପ୍ରତିଯୋଗିତା ଗତ ୫୦ବର୍ଷ ଧରି ଆୟୋଜନ କରାଯାଇ ଆସୁଛି।
ଏହି ବର୍ଷ ସ୍କୁଟର ନାମକ କୁକୁର ବିଜେତା ହୋଇଛି। ଉକ୍ତ କୁକୁର ଠିକ ଭାବେ ଚାଲିପାରେ ନାହିଁ। ଶରୀରରେ ତାହାର କେଶ ବି ନାହିଁ। ସ୍କୁଟରକୁ ଉଦ୍ଧାରକାରୀ ଦଳ ସେଫ ଉଦ୍ଧାର କରିଥିଲେ। ତେବେ ଏହି ଦଳରେ ସାମିଲ ଥିବା ଜଣେ ସଦସ୍ୟ ସ୍କୁଟରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସେ ୭ବର୍ଷ ହେବ ସ୍କୁଟରଙ୍କୁ ନିଜ ପାଖରେ ରଖିଥିଲେ। କୁକୁରର ଯତ୍ନ ନେବାରେ ହେଳା ହେବାରୁ ଲିଣ୍ଡ ନାମକ ଜଣେ ମହିଳା ସ୍କୁଟରକୁ ନିଜ ପାଖକୁ ନେଇ ଯାଇଥିଲେ।
୨୦୨୨ ଦୁନିଆର ସବୁଠାରୁ ଅସୁନ୍ଦର କୁକୁର ମୁକୁଟ ମିଷ୍ଟର ହାପି ଜିତିଥିଲା। ଯିଏକି ଠିକ ଭାବେ ଚାଲି ପାରୁ ନଥିବା ବେଳେ ଚେହେରା ବି ବିକୃତ ରହିଥିଲା।