କଙ୍କଡ଼ାବିଛା ପୂଜା କରାଯାଉଥିବା ଗାଁ!

ପ୍ରତି ବର୍ଷ ନାଗ ପଞ୍ଚମୀ ଅବସରରେ ଭାରତୀୟମାନେ ନାଗଦେବତାଙ୍କୁ ପୂଜା-ଆରାଧନା କରୁଥିବା ବେଳେ, କର୍ଣ୍ଣାଟକ ଅନ୍ତର୍ଗତ ଏକ ପାହାଡ଼ିଆ ଗାଁର ଲୋକେ କଙ୍କଡ଼ାବିଛା ପୂଜା କରନ୍ତି। କାଣ୍ତକୁର ନାମା ଏହି ଗାଁଟି ୟାଦଗିର ସହରଠାରୁ ପ୍ରାୟ କୋଡ଼ିଏ କିଲୋମିଟର‌୍‌ ଦୂରରେ ଅବସ୍ଥିତ। କଙ୍କଡ଼ାବିଛାକୁ ଗ୍ରାମବାସୀ ଦେବତା ମାନନ୍ତି। ଶାଢ଼ି, ନଡ଼ିଆ ଆଦି ବିଛା ଦେବତାଙ୍କୁ ଭୋଗ ଲଗାଇ, ଆଶୀର୍ବାଦ ମାଗନ୍ତି।

health.howstuffworks.com

ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ପୂଜା ଶେଷରେ ଭକ୍ତମାନେ ସ୍ଥାନୀୟ ପାହାଡ଼କୁ କଙ୍କଡ଼ା ବିଛା ସନ୍ଧାନରେ ବାହାରିଯାଆନ୍ତି। ଏଥି ପାଇଁ ସେହି ପାହାଡ଼ଟି ବିଛା ପାହାଡ଼ ଭାବେ କଥିତ। ସେହି ନିର୍ଦିଷ୍ଟ ଦିନରେ ହିଁ ପାହାଡ଼ରେ ବହୁ ପରିମାଣରେ ବିଛା ଦେଖିବାକୁ ମିଳୁଥିବା ପ୍ରକାଶ। ଆବାଳ-ବୃଦ୍ଧ-ବନିତା ପାହାଡ଼ରୁ ବିଛା ଧରି ଆଣି ତା’ ସହିତ ଖେଳନ୍ତି। ଏ ପରି ନିଆରା ପର˚ପରା ବହୁ ପୁରୁଣା। ବିଷାକ୍ତ କଙ୍କଡ଼ାବିଛା ଦ୍ୱାରା କେହି ଦଂଶିତ ହେଉ ନ ଥିବା ଜଣାଯାଏ। କଙ୍କଡ଼ାବିଛା ମନ୍ଦିରର ଲୋକପ୍ରିୟତା ବଢ଼ୁଛି। ପୂଜା ଦିନ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରୁ ବହୁ ସ˚ଖ୍ୟକ ଲୋକ ଭିଡ଼ ଜମାନ୍ତି।

ସମ୍ବନ୍ଧିତ ଖବର