ଏହି ଦେଶରେ ଅଛନ୍ତି ଦୁନିଆର ସବୁଠାରୁ ରୋମାଣ୍ଟିକ୍‌ ଯୋଡ଼ି…

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିିଳିଛି ଯେ ସ୍କଟ୍‌ଲାଣ୍ଡରେ ଦୁନିଆର ସବୁଠାରୁ ଅଧିକ ‌ରୋମାଣ୍ଟିକ୍‌ ଲୋକ ଅଛନ୍ତି ବୋଲି। ଏହି ସର୍ଭେରେ ଭାଗ ନେଇଥିବା ବ୍ରିଟେନ୍‌ର ୨୦୦୦ ଲୋକ ସ୍ବୀକାର କରିଛନ୍ତି ଯେ ରୋମାଣ୍ଟିକ୍‌ ହଲିଡେରେ ଯାଉଥିବା ଲୋକଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ଯୋଡ଼ି ‌ହେଉଛନ୍ତି ସ୍କଟ୍‌ଲାଣ୍ଡ୍‌ ବାସିନ୍ଦା।

ଗବେଷଣାରୁ ଜାଣିବାକୁ ମିଳିଛି ଯେ ସ୍କଟ୍‌ଲାଣ୍ଡ୍‌  ଏହି ମାମଲାରେ ବିଟ୍ରେନ୍‌, ଆଇରିସ୍‌, ଫ୍ରାନ୍ସ, ଇଟାଲି ଓ ଆମେରିକା ଆଦି ଦେଶକୁ ପଛରେ ପକାଇଛି। ସର୍ଭେରେ ଭାଗ ‌ନେଇଥିବା ପ୍ରତିଯୋଗୀମାନଙ୍କୁ ନିଜର ଛୁଟିକାଟିବା ଭାବନା(ହଲିଡେ ଫିଲିଙ୍ଗ୍ସ)କୁ ୧ରୁ ୧୦ ସ୍କେଲ୍‌ରେ ରେଟ୍‌ କରିବାକୁ କୁହାଗଲା। ଏଥିରେ ଅନେକ ଦେଶ ୭ରୁ ୧୦ ମଧ୍ୟରେ ଅଙ୍କ ଚୟନ କରି ଶୀର୍ଷ ୧୦ ମଧ୍ୟରେ ରହିଲେ। ଏହି ତାଲିକାରେ ସ୍କଟ୍‌ଲାଣ୍ଡ୍‌ ୪୩ ପ୍ରତିଶତ ପାଇ ପ୍ରଥମରେ ରହିଲ‌ା। ଏହି ପ୍ରତିଯୋଗୀତାରେ ୩୦ ପ୍ରତିଶତ ହାସଲ କରି ଦଶମତମ ସ୍ଥାନରେ ରହିଛି ବୈଲ୍ସ।

ସ୍କଟ୍‌ଲାଣ୍ଡ୍‌ ପରେ ପରେ ଦ୍ବିତୀୟ ସ୍ଥାନରେ ରହିଛି ଇଟାଲି(୪୧ ପ୍ରତିଶତ), ତୃତୀୟ ସ୍ଥାନରେ ରହିଛି ଫ୍ରାନ୍ସ(୩୮ ପ୍ରତିଶତ), ଚତୁର୍ଥ ସ୍ଥାନରେ ରହିଛି  ଇଂଲଣ୍ଡ(୩୭ ପ୍ରତିଶତ), ପଞ୍ଚମ ସ୍ଥାନରେ ରହିଛି ସ୍ପେନ୍‌(୩୫ ପ୍ରତିଶତ), ଷଷ୍ଠ ସ୍ଥାନରେ ରହିଛି ଆମେରିକା (୩୪ ପ୍ରତିଶତ), ସପ୍ତମ ସ୍ଥାନରେ ରହିଛି ପତ୍ତୁର୍ଗାଲ( ୩୨ ପ୍ରତିଶତ), ଅଷ୍ଟମ ସ୍ଥାନରେ ରହିଛି ଆୟାରଲାଣ୍ଡ୍‌(୩୧ ପ୍ରତିଶତ), ନବମ ସ୍ଥାନରେ ରହିଛି ସ୍ବିଡେନ୍‌ (୩୧ ପ୍ରତିଶତ) ଓ ଦଶମ ସ୍ଥାନରେ ରହିଛି ବୈଲ୍ସ(୩୦ ପ୍ରତିଶତ)।

ସମ୍ବନ୍ଧିତ ଖବର