ଏହି ଯୁବକଙ୍କର ଅଛନ୍ତି ୧୫୦ ଜଣ ବାପା-ମା, ଘରୁ ତଡ଼ିଦେଇଥିବା ବୃଦ୍ଧ ଲୋକଙ୍କୁ ସମ୍ମାନ ସହ ବଞ୍ଚିବାର ଦେଉଛନ୍ତି ନୂଆ ଆଶା

ହାଇଦ୍ରାବାଦ: ସେକେଣ୍ଡ ଚାନ୍ସ ବା ପୁଣି ସୁଯୋଗ, ନାମରେ ନିଜର ଏକ ଆଶ୍ରୟ ଗୃହ କରିଛନ୍ତି ହାଇଦ୍ରାବାଦରେ ରହୁଥିବା ଜେସ୍ପର ପଲ | ଇଂଜିନିୟରିଂ ଗ୍ରାଜୁଏଟ ହୋଇଥିବା ଜେସ୍ପର ୨୦୧୭ ମସିହାରେ ‘ସେକେଣ୍ଡ ଚାନ୍ସ’ ନାମକ ସଂଗଠନର ଆରମ୍ଭ କରିଥିଲେ | ଯେତେବେଳେ ପୁଅଟିଏ ତାଙ୍କ ବୃଦ୍ଧ ବାପା ମାଙ୍କୁ ଅଣଦେଖା କରି ଘରୁ ତଡ଼ିଦେଇଥାନ୍ତି ସେତେବେଳେ ଜେସ୍ପର ସେମାନଙ୍କୁ କୋଳେଇ ନେଇଥାନ୍ତି | ନିଜର ଘରକୁ ସେମାନଙ୍କୁ ନେଇ ପୁଣି ଥରେ ଜୀବନ ଜିଇଁବାର ଆଶା ଦେଖାଇଥାନ୍ତି | ୨୫ ବର୍ଷୀୟ ଜେସ୍ପରଙ୍କ କହିବା ମୁତାବକ ୨୦୧୪ ମସିହାରେ ଯେତେବେଳେ ସେ ଏକ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସେତେବେଳେ ତାଙ୍କ ଗାଡି ଚୁରମାର ହୋଇଯାଇଥିଲେ ବି ସେ ଅଳ୍ପକେ ବର୍ତ୍ତିଯାଇଥିଲେ |

ଆଉ ଭଗବାନ ତାଙ୍କୁ ନୂଆ ଜୀବନ ଦେଇଥିବାର ଭାବିଥିଲେ | ଆଉ ସେହିଦିନଠାରୁ ସମାଜସେବାରେ ନିଜକୁ ସମର୍ପିତ କରିବା ପାଇଁ ସେ ସେକେଣ୍ଡ ଚାନ୍ସ ନାମରେ ଅନୁଷ୍ଠାନ ଆରମ୍ଭ କରିଥିଲେ | ନିଜର କାମ କରିବାର ତରିକା ବାବଦରେ ସେ କୁହନ୍ତି ଯେ ତାଙ୍କୁ ଯୋଗାଯୋଗ କରିବା ପାଇଁ ଏକ ମୋବାଇଲ ନମ୍ବର ଦେଇଛନ୍ତି | ଯେ କୌଣସି ବ୍ୟକ୍ତି କେହି ବେସାହାରା ବୃଦ୍ଧା ବା ବୃଦ୍ଧଙ୍କୁ ଦେଖନ୍ତି ସେ ଜେସ୍ପରଙ୍କୁ ଯୋଗାଯୋଗ କରନ୍ତି | ସହରର ତିନିଟି ସ୍ଥାନରେ ଘର ଭଡା ନିଆଯାଇଥିବାବେଳେ ସେଠାରେ ପ୍ରଥମେ ତାଙ୍କୁ ନିଆଯାଇଥାଏ | ଏହା ପରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଏ |

(shelter home)
photo-better india

ଜେସ୍ପରଙ୍କ ସହ ୬ ଜଣ ଡାକ୍ତର ମଧ୍ୟ ଅଛନ୍ତି | ଯେଉଁମାନେ ବିନା କୌଣସି ଫି ରେ ବୃଦ୍ଧ-ବୃଦ୍ଧାଙ୍କର ଚିକିତ୍ସା କରିଥାନ୍ତି | ଏପର୍ଯ୍ୟନ୍ତ ଜେସ୍ପରଙ୍କ ଆଶ୍ରୟ ଗୃହରେ ୧୫୦ ଜଣ ବୃଦ୍ଧ-ବୃଦ୍ଧା ରହୁଥିବାବେଳେ ତାଙ୍କ ଟିମରେ ୨୦ ଜଣ କାମ କରୁଛନ୍ତି | ଜେସ୍ପରଙ୍କ କହିବା ମୁତାବକ ଖୁବ କମ ଲୋକଙ୍କୁ ଏଭଳି ସୌଭାଗ୍ୟ ମିଳେ ଯେ, ଯାହାର ୧୫୦ ଜଣ ବାପା-ମା ଅଛନ୍ତି |

ସମ୍ବନ୍ଧିତ ଖବର