ଫୋନ୍‌ରେ ଡାଏଲ୍‌ କରନ୍ତୁ ଏହି ସିକ୍ରେଟ୍‌ କୋଡ୍‌ ଓ ୫ ସେକେଣ୍ଡରେ ବଢ଼ାନ୍ତୁ ନିଜ ଫୋନ୍‌ ବ୍ୟାଟେରି ଲାଇଫ୍‌

ଏବେ ପର୍ଯ୍ୟନ୍ତ ଆପଣ ଫୋନ୍‌ ସମ୍ବନ୍ଧିତ ଅନେକ USSD କୋଡ୍‌ ବିଷୟରେ ଶୁଣିଥିବେ। କିନ୍ତୁ ବ୍ୟାଟେରି ଲାଇଫ୍‌ ବଢ଼ିବାର କୋଡ୍‌ ବିଷୟରେ କେବେ ବି ଜାଣି ନ ଥିବେ!

 

ଏହା ଏକ USSD କୋଡ୍‌ – *#0228# ଅଟେ। ଏହାକୁ ଡାଏଲିଂ କରିଲା ପରେ ଏକ ଓ୍ଵିଣ୍ଡୋ ଖୋଲିବ, ସେଥିରେ କିଛି ସେଟିଙ୍ଗ୍‌କୁ ଅପରେଟ୍‌ କରି ବ୍ୟାଟେରି ଲାଇଫ୍‌ ବଢ଼ାଇହେବ।

 

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି କୋଡ୍‌ ବ୍ୟବହାର କରି ବ୍ୟାଟେରି ଲାଇଫ୍‌ ବଢ଼ାଯାଇଥାଏ। ଏହି କୋଡ୍‌ ଫୋନ୍‌ରେ ବ୍ୟବହାର ହେଉଥିବା ବ୍ୟାଟେରିର ସଫ୍‌ଟଓ୍ଵାର୍‌ ସହିତ ସମ୍ବନ୍ଧିତ। ଏହି କୋଡ୍‌ ମାଧ୍ୟମରେ ବ୍ୟାଟେରିକୁ ରିସେଟ୍‌ କରିହୋଇଥାଏ, ଏହି କାରଣରୁ ବ୍ୟାଟେରି ଚାର୍ଜ୍‌ ଓ ବ୍ୟାକ୍‌ଅପ୍‌ ଦେବାର ସମୟ ଆକ୍ୟୁରେଟ୍‌ ଦେଖାଦିଏ।

 

ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରି ୬୦% ଅଛି ଓ ଆପଣ ଏହି କୋଡ୍‌ (*#0228#) ଡାଏଲ୍‌ କରନ୍ତି, ତା’ହେଲେ ଏକ ଓ୍ଵିଣ୍ଡୋ ଖୋଲିବ ଯେଉଁଥିରେ କିଛି ସେଟିଙ୍ଗ୍‌ କରିବା ପାଇଁ ପଡ଼ିବ। ସେଟିଙ୍ଗ୍‌ ପ୍ରୋସେସ୍‌ ପୂରା ହେଲାପରେ ସଫ୍‌ଟ୍‌ଓୟାର୍‌ ରିସେଟ୍‌ ହୋଇଯିବ ଓ ଆପଣଙ୍କ ବ୍ୟାଟେରିର ପର୍‌ସେଣ୍ଟ୍‌ ଠିକ୍‌ ଦେଖାଯିବ।

 

ସମ୍ବନ୍ଧିତ ଖବର