ବ୍ୟକ୍ତି ଭିତରେ ଏହି ସବୁ ଲକ୍ଷଣ ଦେଖା ଗଲେ ଜାଣିବେ ମୃତ୍ୟୁ ପାଖେଇ ଆସିଲାଣି

ମୃତ୍ୟୁକୁ କାହାର ବା ଭୟ ନାହିଁ? ମୃତ୍ୟୁ ପାଖେଇ ଆସିଲେ କିଏ ବା ଭୟଭୀତ ନ ହେବେ? ପ୍ରତ୍ୟେକ ଲୋକଙ୍କ ମନରେ ମୃତ୍ୟୁକୁ ନେଇ ଟିକିଏ ନା ଟିକିଏ ଭୟ ନିଶ୍ଚୟ ରହିଛି। ଏହି ମୃତ୍ୟୁ ସଂପର୍କରେ ୧୮ଟି ମହାପୁରାଣ ଭିତରୁ ଅନ୍ୟତମ ଗରୁଡ଼ ପୁରାଣରେ କିଛି ଏପରି କଥା ଉଲ୍ଲେଖ କରାଯାଇଛି ଯାହା ଆପଣ ଜାଣିବାକୁ ନିଶ୍ଚୟ ଚାହିଁବେ। ତେବେ ଚାଲନ୍ତୁ ଜାଣିବା ସେ କଥାଗୁଡ଼ିକ କ’ଣ?

ପୁରାଣରେ ବର୍ଣ୍ଣିତ ଯେ ମୃତ୍ୟୁ ଆସିଲେ ବ୍ୟକ୍ତି କିଛି କ୍ଷଣ ପୂର୍ବରୁ ନିଶ୍ଚୟ ଜାଣିପାରିବେ। ଭଲ କାମ କରିଥିବା ଲୋକଙ୍କର ସୁଖ ମୃତ୍ୟୁ ହୋଇଥାଏ। ପାପୀମାନେ ସହଜରେ ମରନ୍ତି ନାହିଁ। ମରଣ ସେମାନଙ୍କୁ କଲବଲ କରି ଦିଏ। ନାନା ରୋଗବ୍ୟାଧିରେ ପଡ଼ି କଷ୍ଟ ସହିବା ପରେ ସେମାନଙ୍କୁ ମୃତ୍ୟୁ ଆସିଥାଏ।

ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ସେମାନେ ମୃତ୍ୟୁର କଷ୍ଟ ଜାଣନ୍ତି ନାହିଁ। ସେମାନଙ୍କ ମୃତ୍ୟୁ ଯନ୍ତ୍ରଣାଶୂନ୍ୟ ହୋଇଥାଏ।

ଯେଉଁମାନେ ପାପ-ପୂଣ୍ୟର ବିଚାର କରିନଥାନ୍ତି ବା ସ୍ୱାର୍ଥପର ସ୍ୱଭାବର ହୋଇଥାନ୍ତି ସେମାନେ ଯନ୍ତ୍ରଣାଦୟକ ମରଣର ସାମ୍ନା କରିଥାନ୍ତି।

ଯେଉଁମାନେ ମିଛୁଆ ପ୍ରବୃତ୍ତିର ବା ଅନ୍ୟର ବିଶ୍ୱାସ ଭାଙ୍ଗିଥାନ୍ତି ସେମାନେ ସବୁଠାରୁ ଖରାପ ମୃତ୍ୟୁ ପାଇଥାନ୍ତି।

ମୃତ୍ୟୁ ପାଖେଇ ଆସିଲାଣି ବୋଲି ଜାଣିବେ ଏମିତି:

ଦୁର୍ଘଟଣାଜନିତ ବା କୌଣସି ଧରଣର ଅସ୍ୱାଭାବିତ ମୃତ୍ୟୁର କଥା ଭିନ୍ନ। ମାତ୍ର ସ୍ୱାଭାବିକ ମୃତ୍ୟୁର କଥା ଉଠିଲେ ମରିବାର କିଛି ଦିନ ପୂର୍ବରୁ ଭୋକ-ଶୋଷ ଆଉ ହୁଏ ନାହିଁ ବୋଲି ପୁରାଣରେ ବର୍ଣ୍ଣିତ।

ଏହାବ୍ୟତୀତ ଆବଶ୍ୟକତାଠାରୁ ଶରୀର ଅଧିକ ଦୁର୍ବଳ ଅନୁଭୂତ ହେବ। କୌଣସି କାର୍ଯ୍ୟ କରିବା ତ ଭିନ୍ନ କଥା ଉଠି ବସିବାକୁ ବି ବଳ ପାଇବ ନାହିଁ।

ସ୍ମରଣ ଶକ୍ତି ହ୍ରାସ ଘଟିବ। ଖାଲି ସେତିକି ନୁହେଁ, ବ୍ୟକ୍ତିି ନିଜର ଆତ୍ମୀୟଙ୍କୁ ବି ଆଉ ଚିହ୍ନିପାରିବେ ନାହିଁ ମୃତ୍ୟୁ ପାଖେଇ ଆସିଲେ।

ସେ ସମୟରେ ବ୍ୟକ୍ତି ନିଜକୁ ଦୁନିଆଠୁ ଭିନ୍ନ ଭାବି ବସିବେ। କାହାକୁ ବିଶ୍ୱାସ କରିବେ ନାହିଁ। ଆସ୍ୱାଭାବିକ ଆଚରଣ କରିବସିବେ। ଅଯଥାରେ ରାଗିବା ଏକ ସାଧାରଣ କଥା ପାଲଟିଯିବ ମୃତ୍ୟୁର କିଛି ଦିନ ପୂର୍ବରୁ।

ସମ୍ବନ୍ଧିତ ଖବର