ନୂଆଦିଲ୍ଲୀ: କିଛିଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଜଣେ ସୁରକ୍ଷାକର୍ମୀ ତାଙ୍କ ଝିଅକୁ ବିମାନ ବନ୍ଦରକୁ ଛାଡ଼ିବାକୁ ଯାଉଛନ୍ତି। ଏହି ସମୟରେ ବାପା ଓ ଝିଅଙ୍କ ଆଖିରେ ଲୁହ ଭରି ଯାଉଛି। କିଛିସମୟ ପରେ ଭିଡିଓରେ ଝିଅ ବିଦେଶରେ ଏକ ମଞ୍ଚରେ ସମ୍ମାନୀତ ହେଉଥିବା ଦେଖିବାକୁ ମିଳୁଛି।
ସିକ୍ୟୁରିଟି ଗାର୍ଡଙ୍କ ଝିଅ ଧନଶ୍ରୀ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋ ଉପରେ ବିଶ୍ବାସ କରିଥିବାରୁ ଧନ୍ୟବାଦ ବାପା। ମୁଁ ସେହିମାନଙ୍କ ମୁହଁ ଆଜି ଚୁପ କରି ଦେଇଛି। ଯେଉଁମାନେ ମୋ ବାପାଙ୍କୁ ତାତ୍ସଲ୍ୟ କରି କହିଥିଲେ, ‘ତୁମେ ଜଣେ ସୁରକ୍ଷାକର୍ମୀ । ଝିଅକୁ ବିଦେଶରେ ପାଠପଢ଼ାଇ ପାରିବ ନାହିଁ। ଭଲ ହେବ ସେହି ଅର୍ଥ ଝିଅର ବିବାହ ପାଇଁ ଯୋଗାଡ଼ି ରଖ।’
View this post on Instagram
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ବାପା ଓ ଝିଅଙ୍କ ସଂଘର୍ଷକୁ ଭୁରିଭୁରି ପ୍ରଶଂସା କରିବା ସହିତ ବିଦେଶରେ ଧନଶ୍ରୀ ଗ୍ରାଜୁଏଟ ହୋଇ ସଫଳତା ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।
କେବଳ ଏତିକି ନୁହେଁ ଆୟୁଷ୍ମାନ୍ ଖୁରାନା, ଗୁରୁ ରନ୍ଧୱା, ଇଶା ଗୁପ୍ତାଙ୍କ ପରି ବହୁ ସେଲିବ୍ରିଟିମାନେ ବି ଧନଶ୍ରୀଙ୍କ ପୋଷ୍ଟରେ କମେଣ୍ଟ ମାଧ୍ୟମରେ ସଫଳତା ପାଇଁ ଅଭିବାଦନ ଜଣାଇଛନ୍ତି।