ଯେବେ ମଣିଷ ପାଲଟି ଯାଏ କାର, ଦେଖନ୍ତୁ ଏହି ବିସ୍ମିତ କଲା ଭଳି ଭିଡିଓ

ନୂଆଦିଲ୍ଲୀ:  ଆପଣ ବିଭିନ୍ନ ଡିଜାଇନର କାର୍ ରାସ୍ତାରେ ଗଡ଼ୁଥିବାର ଦେଖିଥିବେ । ବୋଧ୍ ହୁଏ ଏମିତି କାର୍ ଆପଣମାନେ କେବେ ଦେଖି ନଥିବେ ଯେଉଁଠି ଜଣେ ଜିଅନ୍ତା ମଣିଷ ମୁହୂର୍ତ୍ତକରେ ପାଲଟିଯାଏ କାର୍ । କଥାଟି ଆଶ୍ଚର୍ଯ୍ୟ ଲାଗିଲେବି ସତ । ଏଥିରେ ସଂଲଗ୍ନ ଭିଡିଓରେ ଯେଉଁ ଦୃଶ୍ୟ ଅଛି ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ । ଦେଖନ୍ତୁ ଏବେ  । କିଭଳି ରୋବଟ ଭଳି ସଜବାଜ ହୋଇଥିବା ମଣିଷଟି ହଠାତ୍ କାର ପାଲଟିଯାଉଛି । ହୁଏତ ଟ୍ରାନ୍ସଫର୍ମର୍ସ ଫିଲ୍ମରେ ମଣିଷ ରୋବୋଟ ବନିବାର ଦେଖିଥିବେ । ହେଲେ ସତରେ ମଣିଷ ଯେ କାର ପାଲଟିପାରେ ତାହା କେବେ ଦେଖି ନ ଥିବେ, ଯାହା ଏ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି ଅଫିଜେନ୍ ନାମକ ଏକ ଟ୍ୱିଟର ପେଜରେ ପୋଷ୍ଟ ହୋଇଛି, ଯାହାକୁ ଥରେ ଦେଖିଲେ ଆପଣ ବି ସେୟାର କରିବାକୁ ବାଧ୍ୟ ହେବେ । ଆଉ ବ୍ୟକ୍ତିଙ୍କ ଜ୍ଞାନକୌଶଳକୁ ପ୍ରଶଂସା ମଧ୍ୟ କରିବେ । ବ୍ୟକ୍ତି ଜଣକ ରାସ୍ତାରେ ନିଜର ଜ୍ଞାନ କୌଶଳକୁ ନିଖୁଣ ଭାବେ ପ୍ରଦର୍ଶନ କରି କାର୍ ପାଲଟି ଯାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣଙ୍କ ନିଜ ପିଠିରେ ପ୍ଲାଷ୍ଟିକ୍ ସେଟ୍ଅପ୍ ପିନ୍ଧିଛନ୍ତି । ତାଙ୍କ ହାତ ଗୋଡ଼ରେ ଟାୟାର ଖଞ୍ଜାଯାଇଛି , ଏବଂ  କାରର ବଡି ଭଳି ପଛରେ ଏକ ଡିଜାଇନ୍ ଦେଖାଯାଉଛି । ଯାହା ହଠାତ୍ ରାସ୍ତାରେ ବଙ୍କା ହୋଇ ଏକ ଛୋଟ କାରରେ ପରିଣତ ହୋଇଯାଉଛି । ଆଉ ସେ କାରଟି ବି ରାସ୍ତାରେ ଚାଲୁଛି । ଏହି ବିସ୍ମୟକାରୀ ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ବେଶ ଭାଇରାଲ ହୋଇ ସାରିଛି । ପାଖାପାଖି ୩୮ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ  ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର