ନୋଇଡ଼ା: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସୀମା ସଚିନଙ୍କ ପାଇଁ ବ୍ରତ ରଖୁଥିବାର ନଜର ଆସିଛନ୍ତି। ଭାଇରାଲ୍‌ ହୋଇଥିବା ଭିଡିଓରେ ସଚିନଙ୍କ ପାକିସ୍ତାନୀ ପ୍ରେମିକା ସୀମା ଏକ ସବୁଜ ରଂର ଶାଢ଼ି ପରିଧାନ କରି ଖୁବ୍ ସୁନ୍ଦର ଭାବେ ସଜ ହୋଇଛନ୍ତି। ଭିଡିଓ ଆରମ୍ଭରେ ସେ ‘ଜୟ ଶ୍ରୀରାମ’ ବୋଲି କହୁଛନ୍ତି ଏବଂ ‌ଶେଷରେ ସୀମା ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ବୋଲି କହୁଥିବାର ନଜର ଆସିଛନ୍ତି। ସୀମା ଏହି ଭିଡିଓରେ ଆହୁରି ବି କହିଛନ୍ତି ଯେ ‘‘ମୋଦୀଜୀ ଏବଂ ଯୋଗୀଜୀଙ୍କ ଶ‌ାସନରେ ସାରା ରାଜ୍ୟ ଓ ଦେଶବାସୀ ଖୁସିରେ ରହନ୍ତୁ।’’

Advertisment

ଆଜି ଦେଶରେ ହରିଆଲି ତିଜ୍‌ ଉତ୍ସବ ମନାଯାଉଛି। ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖନ୍ତି। ପାକିସ୍ତାନୀ ଭାବି ସୀମା ମଧ୍ୟ ସଚିନଙ୍କ ପାଇଁ ଏହି ବ୍ରତ ରଖିଛନ୍ତି। ସୀମା ସବୁଜ ଶାଢ଼ିରେ ନାଲି ରଂଗର ବ୍ଲାଉଜ ପିନ୍ଧିବା ସହ ମଥାରେ ସିନ୍ଦୂର ଓ ବିନ୍ଦି ଲଗାଇ ଭାରତୀୟ ହିନ୍ଦୁ ମହିଳାଟିଏ ପରି ସଜେଇ ହୋଇଛନ୍ତି।

ସେ ଭିଡିଓରେ କହୁଛନ୍ତି, ‘‘ଆଜି ହରିଆଲି ତିଜ୍‌ ଉତ୍ସବ। ମୁଁ ମୋ ପରିବାର ସହ ଏହି ଉତ୍ସବ ମନାଉଛି। ମୁଁ ମୋ ସ୍ବାମୀ ସଚିନଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରୁଛି। ମୋଦୀଜୀ ଏବଂ ଯୋଗୀଜୀଙ୍କ ଶ‌ାସନରେ ସାରା ରାଜ୍ୟ ଓ ଦେଶବାସୀ ଖୁସିରେ ରୁହନ୍ତୁ। ପୂରା ଦେଶବାସୀଙ୍କୁ ମୋ ତରଫରୁ ଶୁଭେଚ୍ଛା।’’