ନୂଆଦିଲ୍ଳୀ: ନିଜର ୪ ପିଲାଙ୍କୁ ଧରି ବେଆଇନ୍ ଭାବେ ସୀମା ପାର୍ କରି ପାକିସ୍ତାନରୁ ନିଜ ହିନ୍ଦୁସ୍ତାନୀ ପ୍ରେମୀ ସଚିନଙ୍କ ପାଖକୁ ପଳେଇ ଆସିଥିବା ସୀମା ହାଇଦରଙ୍କ ପାଠ ପଢ଼ାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଛି। ସେ ନଜକୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ବୋଲି କହୁଥିବା ବେଳେ କେହି କି ତାହାକୁ ବିଶ୍ବାସ କରୁନାହାନ୍ତି। କାରଣ ସୀମା ଗଣମାଧ୍ୟମରେ ବାଇଟ୍ ଦେବା ବେଳେ ଯେଉଁଭଳି ଭାବେ ନିର୍ଭୁଲ୍ ଇଂରାଜି କହୁଛନ୍ତି ସେଥିରୁ ସେ ଜଣେ ପଢ଼ା ଝିଅ ବୋଲି ଅନୁମାନ କରାଯାଉଛି।
ତେବେ ଏହି ଦ୍ବନ୍ଦ୍ବକୁ ଏବେ ଦୂର କରିଛନ୍ତି ତାଙ୍କ ସ୍ବାମୀ ଗୁଲାମ୍ ହାଇଦର୍। ସେ କହିଛନ୍ତି ଯେ ସୀମା ପଞ୍ଚମ ପର୍ଯ୍ୟନ୍ତି ବି ପଢ଼ିନାହାନ୍ତି। ସେ ମାତ୍ର ଦ୍ବିତୀୟ କିମ୍ବା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଯାଇଛନ୍ତି।
ସୀମା ଯେଉଁଭଳି ଭାବେ ଚତୁରତାର ସହ ଗୋଟାଏ ଦେଶରୁ ଅନ୍ୟ ଏକ ଦେଶକୁ ଆସିଛନ୍ତି ତାହା ଜଣେ ପାଠ ନପଢ଼ିଥିବା ମହିଳା କରିପାରିବ ବୋଲି ଲୋକେ ବିଶ୍ବାସ କରୁନଥିବା ବେଳେ ସେହି ଦ୍ବନ୍ଦ୍ବରୁ ଏବେ ପରଦା କାଢ଼ିଛନ୍ତି ସୀମାଙ୍କ ପ୍ରଥମ ସ୍ବାମୀ ଗୁଲାମ। ବାସ୍ତବରେ ସୀମା ବେଶି ପାଠ ପଢ଼ିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେଥିରେ ପୁଣି ସୀମା ସ୍କୁଲ୍ ଯାଇ ପାଠ ପଢ଼ିନାହାନ୍ତି ବୋଲି ସେ ଦାବି କରିଛନ୍ତି। ସୀମା ପଞ୍ଚମ ପାସ୍ କରିବା କଥା ମିଛ ବୋଲି ତାଙ୍କ ସ୍ବାମୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ସୀମା ସଚିନଙ୍କୁ ପବ୍ଜୀ ଖେଳୁ ଖେଳୁ ଜାଣିଥିଲେ। ତାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା। ନିଜ ପ୍ରେମକୁ ପାଇବା ପାଇଁ ସୀମା ଗୋଟାଏ ଦେଶ ଛାଡ଼ି ଅନ୍ୟ ଦେଶକୁ ଆସିବାକୁ ପଛାଇ ନଥିଲେ।