ସ୍ୱୟ˚ଚାଳିତ ସାଇକେଲ୍‌ : ପେଡାଲ୍‌ ମାରିବାକୁ ପଡ଼ିବ ନାହିଁ, ଏହା ଆପେ ଗଡ଼ିବା ସହ ଭିଡ଼ ଭିତରେ ଆପେ ରାସ୍ତା ଖୋଜି ଆଗେଇବ

‘ଟେସ୍‌ଲା’ ଓ ‘ଗୁଗୁଲ୍‌’ ଆଦିର ବିଶେଷଜ୍ଞମାନେ ସ୍ବୟ˚ଚାଳିତ ମୋଟର‌୍‌ କାର‌୍‌କୁ ନିଖୁଣ କରିବାରେ ଲାଗିଥିବା ବେଳେ ଚାଇନିଜ୍‌ ବିଶେଷଜ୍ଞମାନେ ସ୍ବୟ˚ଚାଳିତ ସାଇକେଲ୍‌ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଅଟୋନୋମସ୍‌ ବାଇସାଇକେଲ୍‌ ଶତ ପ୍ରତିଶତ ନିଖୁଣ ଥିବା ପରୀକ୍ଷାରୁ ପ୍ରମାଣିତ ହୋଇସାରିଲାଣି।

ଏହା ବିନା ଚାଳକରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଆପେ ଗଡ଼ିପାରୁଛି। ମଣିଷ ଏହା ଉପରେ ବସିଲେ ହାଣ୍ତେଲ୍‌ ଧରିବାକୁ ପଡ଼ିବନାହିଁ କି ପେଡାଲ୍‌ ମାରିବାକୁ ପଡ଼ିବନାହିଁ। ସବୁ କାର୍ଯ୍ୟ ଆପେ ହେବ। ସାଇକେଲ୍‌ ଆପେ ଗଡ଼ିବ। ଭିଡ଼ ଭିତରେ ଆପେ ରାସ୍ତା ଖୋଜି, ଆଗେଇବ। କାହା ସହ ଧକ୍କା ଖାଇବନାହିଁ। ଏଥିରେ ଗୁଡ଼ିଏ ଇଲେକ୍‌ଟ୍ରୋନିକ୍‌ସ ସରଞ୍ଜାମ ଲାଗିଛି। ଏହା ରୋବୋଟିକ୍‌ କାରିଗରୀ କୌଶଳରେ ନିର୍ମିତ। ଏକ ରିମୋଟ୍‌ ଦ୍ବାରା ସାଇକେଲ୍‌ ବୋଲ ମାନିବ। ଯେଉଁଠି ଅଟକିବା ପାଇଁ ନିର୍ଦେଶ ଦିଆଯିବ, ଅଟକିଯିବ। ଏହି ସାଇକେଲ୍‌ ବ୍ୟାଟେରି ଚାଳିତ। ଆସନ୍ତା ବର୍ଷ ପ୍ରଥମ ଭାଗରେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ।

ସମ୍ବନ୍ଧିତ ଖବର