ସ୍ୱୟ˚ସ˚ପୂର୍ଣ୍ଣ କିଶୋର

ଗୌରହରି ଦାସ

କିଶୋର ରଥ ଜଣେ ସ୍ବୟ˚ସ˚ପୂର୍ଣ୍ଣ କଳାକାର ଥିଲେ। ଚିତ୍ର, ଗୀତ, ଅଭିନୟ, ଲୋକକଳା ସବୁ କ୍ଷେତ୍ରରେ ତାଙ୍କର ବ୍ୟୁତ୍ପତ୍ତି ଥିଲା। ସେ ଯେତିକି ଭଲ ଚିତ୍ର ଆଙ୍କୁଥିଲେ ସେତିକି ଭାବପ୍ରକାଶଧର୍ମୀ ବ୍ୟଙ୍ଗ କବିତା ଲେଖୁଥିଲେ। ଖଣ୍ତପଡ଼ାର ଢୁମ୍ପା ଲୋକକଳାକୁ ବ˚ଚାଇ ରଖିବା ଦିଗରେ ତାଙ୍କର ଆନ୍ତରିକତା ଅକୃତ୍ରିମ ଥିଲା। ଯେତେବେଳେ ବି ଟିକିଏ ସୁଯୋଗ ପାଉଥିଲେ ସେତେବେଳେ ସେ ସେଇ ହଜିଯାଉଥିବା ଲୋକସଙ୍ଗୀତ ସମ୍ବନ୍ଧରେ କହୁଥିଲେ।

ତାଙ୍କର ବଡ଼ ପରିଚୟ ଥିଲା କାର୍ଟୁନିଷ୍ଟ। ଏ କ୍ଷେତ୍ରରେ ସେ ପ୍ରାୟ ଅପ୍ରତିଦ୍ବନ୍ଦ୍ବୀ ଥିଲେ। ତାଙ୍କର ଶବ୍ଦ ଭଣ୍ତାର ବ୍ୟାପକ ଥିଲା। ସେଥିରେ ତତ୍‌ସମ, ତଦ୍ଭବ ସହ ଯାବନିକ, ଦେଶଜ ଏବ˚ ଲୁପ୍ତ ପ୍ରାୟ ଗ୍ରାମୀଣ ଶବ୍ଦମାନ ଥିଲେ। ସେଥିପାଇଁ ସେ ସବୁକଥାକୁ ତାଙ୍କର ଦୁଇ ଚାରି ଧାଡ଼ି କବିତାରେ ପ୍ରକାଶ କରିପାରୁଥିଲେ। ଓଡ଼ିଶା ସହ ଇ˚ରାଜୀ କିମ୍ବା ଶୁଦ୍ଧ ସ˚ସ୍କୃତ ସହ ଗ୍ରାମୀଣ ଭାଷାର କକ୍‌ଟେଲ ତାଙ୍କର ଏକ ସ୍ବାତନ୍ତ୍ର୍ୟ ଥିଲା। ଦୀର୍ଘ ତିନି ଦଶନ୍ଧି ଧରି ତାଙ୍କର ପକେଟ କାର୍ଟୁନ ସମ୍ବାଦର ପାଠକଙ୍କ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। ଅନେକ ପାଠକ ପ୍ରଥମେ କାର୍ଟୁନ ପଢ଼ାରୁ ତାଙ୍କର ‘ସମ୍ବାଦ’ ପଢ଼ା ଆରମ୍ଭ କରୁଥିଲେ। ତାଙ୍କର ରଚନାଶୈଳୀ ଯେମିତି ସ୍ବତନ୍ତ୍ର ଥିଲା ତାଙ୍କ କବିତାର ଆବେଦନ ସେମିତି ମୌଳିକ ଥିଲା। ରାଜ୍ୟ ରାଜନୀତି ସହ ଆମ ସମାଜ ଜୀବନର ଟିକିନିଖି କଥା ତାଙ୍କ କଟାକ୍ଷରେ ସ୍ଥାନ ପାଉଥିଲା।

କିଶୋର ମଧୢ ଜଣେ ଅଭିନେତା ଥିଲେ। ବେଶ କିଛି ବର୍ଷ ତଳେ ଅଜୟ ସ୍ବାଇଁ ‘ମାୟା’ ଗପକୁ ନେଇ ଫିଲ୍ମ ନିର୍ମାଣ କରୁଥିବା ବେଳେ ସୁଟି˚ ସେଟ୍‌ରେ ଆକସ୍ମିକ ଭାବେ କିଶୋରଙ୍କୁ ଦେଖି ମୁଁ ବିସ୍ମିତ ହୋଇଥିଲି।

ସେ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ ଏବ˚ କ୍ରିକେଟ ପ୍ରତି ତାଙ୍କର ଅଧିକ ଦୁର୍ବଳତା ଥିଲା। କବିତା ପାଠ ଉତ୍ସବରେ ତାଙ୍କର ଉପସ୍ଥିତି ବାରି ହୋଇପଡୁଥିଲା। ସେ ତାଙ୍କର ସମଗ୍ର ଜୀବନ କଳାକାରର ଜୀବନ ଭାବେ, ନିଜ ସର୍ତ୍ତରେ ଜିଇଁଥିଲେ। ସିଗାରେଟ ତାଙ୍କର ବଡ଼ ଦୁର୍ବଳତା ଥିଲା। ହୁଏତ ଏହି ଦୁର୍ବଳତାକୁ ଅତିକ୍ରମ କରିପାରିଥିଲେ ତାହା ତାଙ୍କ ପାଇଁ ଭଲ ହୋଇପାରିଥାନ୍ତା; ମାତ୍ର ନିଜ ସର୍ତ୍ତରେ ବ˚ଚୁଥିବା ମଣିଷମାନଙ୍କ ମଧୢରେ ଜଣେ ଥିଲେ କିଶୋର।

କିଶୋରଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟତା ହୁଏତ ଦିନେ ପୂରଣ ହେବ; ମାତ୍ର ନିକଟ ଭବିଷ୍ୟତରେ ନିଶ୍ଚୟ ନୁହେଁ।

ସମ୍ପାଦକ (ଫିଚର), ‘ସମ୍ବାଦ’

ସମ୍ବନ୍ଧିତ ଖବର