ନୂଆଦିଲ୍ଲୀ: ସେଲଫିର କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସେଲଫି କ୍ରେଜକୁ ଦେଖି ମୋବାଇଲ୍‌ ନିର୍ମାତା ଭଲ ସେଲଫି ନେଉଥିବା ସ୍ମାର୍ଟଫୋନ୍‌ ଲଞ୍ଚ ମଧ୍ୟ କରୁଛନ୍ତି। ତେବେ ଏହି ସେଲଫି କ୍ରେଜ ଆପଣଙ୍କ ଉପରେ ବି ମହଙ୍ଗା ପଡ଼ିପାରେ ବୋଲି ୟୁକେର ନଟିଂହମ୍ ଟ୍ରେଣ୍ଟ ୟୁନିଭର୍ସିଟି ଓ ମଦୁରାଇର ଥିୟାଗରାଜାର ମ୍ୟାନେଜମେଣ୍ଟ ସ୍କୁଲ ସହିତ ମିଶି କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

Advertisment

ଏହି ଅଧ୍ୟୟନରୁ ଜଣାପଡ଼ିଥିଲା କି, ଆବଶ୍ୟକତାଠାରୁ ଅଧିକ ସେଲଫି ନେଲେ କିମ୍ବା ଇଣ୍ଟରନେଟରେ ଅପଲୋଡ୍ କଲେ ବାସ୍ତବରେ ଏକ ସେଲଫିଟାଇସ୍‌ ନାମକ ମାନସିକ ରୋଗ ହୋଇପାରେ!

publive-image

ଗବେଷକଙ୍କ ମୁତାବକ, ସେଲଫିଟାଇସ୍‌ ରୋଗରେ ପୀଡିତ ନିଜର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ପାଇଁ ସେଲଫି ଉଠାଇ ଥାଆନ୍ତି। ସେଲଫି ଉଠାଇବା ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଯେଉଁଥିପାଇଁ ଲୋକଙ୍କ ଆତ୍ମବିଶ୍ୱାସ ଧୀରେଧୀରେ ହ୍ରାସ ପାଇବାର ସଙ୍କେତ ଦେଖାଯାଉଛି।

ସେଲଫିଟାଇସ୍‌ ଏକ ମାନସିକ ସ୍ଥିତି। ଯେଉଁଥି ପାଇଁ ବାରମ୍ବାର ସେଲଫି କ୍ଲିକ୍‌ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲୋକମାନଙ୍କର ଇଚ୍ଛା ହୋଇଥାଏ। ଏହି ଗବେଷଣା ପାଇଁ ଭାରତର ୨୦୦ଲୋକଙ୍କୁ ସାମିଲ କରାଯାଇଥିଲା। ଭାରତରକୁ ବାଛିବାର କାରଣ ହେଉଛି ଭାରତରେ ହିଁ ସେଲଫି ନେବା ସମୟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କର ସେଲଫିଟିସ୍ ବିହେଭିୟର୍ କାଉଣ୍ଟ୍ ଯାଞ୍ଚ କରାଯାଇଥିଲା।

publive-image

ଭାଗ ନେଇଥିବା ଲୋକମାନଙ୍କ ଯାଞ୍ଚ ସମୟରେ ଜଣାପଡ଼ିଲା କି ସେଲଫିଟାଇସ୍‌ ରୋଗ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକମାତ୍ରାରେ ହୋଇଥାଏ। ୫୭.୫ ପ୍ରତିଶତ ପୁରୁଷ ଓ ୪୨.୫ ପ୍ରତିଶତ ମହିଳାଙ୍କୁ ସେଲଫି ନିଶା ଘାରିଛି । ୧୬ ବର୍ଷରୁ ୨୦ବର୍ଷ ମଧ୍ୟରେ ଥିବା ଯୁବାଙ୍କ ମଧ୍ୟରୁ ୯ ପ୍ରତିଶତ ଗୋଟିଏ ଦିନରେ ଅତିକମ୍‌ରେ ୮ଟି ସେଲଫି ନେଇଥାଆନ୍ତି। ୨୫ ପ୍ରତିଶତ ଲୋକ ସୋସିଆଲ ମିଡିଆରେ ଗୋଟିଏ ଦିନରେ ତିନିଟି ଫଟୋ ପୋଷ୍ଟ କରିଥାଆନ୍ତି। ପରେ କିନ୍ତୁ ଏହି  ରିପୋର୍ଟ ଭୁଲ ପ୍ରମାଣିତ ହୋଇଥିଲା। ନିକଟରେ କିନ୍ତୁ ଗବେଷକ ଏଭଳି ଏକ ରୋଗ ଅଛି ବୋଲି ମତ ଦେଇଛନ୍ତି।