ଏଣିକି ନକଲି ଔଷଧ ବିକ୍ରି କଲେ ଭୋଗିବାକୁ ପଡ଼ିବ ଆଜୀବନ କାରାଦଣ୍ଡ!

ଦେଶରେ ବହୁଳ ମାତ୍ରାରେ ନକଲି ଔଷଧ ବିକ୍ରି ଚାଲିଛି। ଏହାକୁ ରୋକିବା ପାଇଁ ସରକାର ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଯଦି କୌଣସି ହସ୍ପିଟାଲ କିମ୍ବା ସାଧାରଣ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଥିବାର ଜଣାପଡେ ତେବେ ମେଡିସିନ ସପ୍ଲାଏ କରିଥିବା ମାର୍କେଟିଂ କମ୍ପାନୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ। ସରକାରଙ୍କ ଆଇନ ଅନୁଯାୟୀ, ଯେଉଁ କମ୍ପାନୀ ଏହି ନିୟମକୁ ଉଲଙ୍ଘନ କରିବ ତାଙ୍କୁ ୫ ରୁ ୭ ବର୍ଷ ଜେଲ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବାର ପ୍ରବନ୍ଧନ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏବେ ଡ୍ରକ୍ସ ଟେକ୍ନିକାଲ ଆଡଭାଇଜାରୀ ବୋର୍ଡ (ଡିଟିଏବି) ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଡିଟିଏବି, ଦେଶର ଏକମାତ୍ର ସର୍ବୋଚ୍ଚ ଔଷଧ ଉପଦେଷ୍ଠା ସଂସ୍ଥା ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମଞ୍ଜୁରି ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ନକଲି ଔଷଧ ମାର୍କେଟିଂ କରୁଥିବା କମ୍ପାନୀକୁ ମଧ୍ୟ ଦଣ୍ଡିତ କରାଯିବ। ଯଦି ଔଷଧର କ୍ୱାଲିଟିରେ ଫରକ ରହେ ତେବେ ଦୋଷୀଙ୍କୁ ୫ ରୁ ୭ ବର୍ଷ ଜେଲ ଦଣ୍ଡ ହେବା ସହିତ ନକଲି ଔଷଧ ବିକ୍ରି କଲେ ଆଜୀବନ କାରାଦଣ୍ଡ ଦିଆଯିବାର ପ୍ରବନ୍ଧନ କରାଯାଇଛି । ତେବେ ଉକ୍ତ ଅଧିକାରୀଙ୍କ କହିବା ଅନୁଯାୟୀ, ଉତ୍ତମ ଔଷଧ ମିଳିବା ଏବଂ ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଚିକିତ୍ସା କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ।

 

ସମ୍ବନ୍ଧିତ ଖବର