ନୂଆଦିଲ୍ଲୀ: ନିକଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି।  ଏହି ଭିଡିଓରେ ଜଣେ ମା’ ଫଳ ବିକ୍ରି କରୁଛନ୍ତି। ଆଉ ରାସ୍ତାପାର୍ଶ୍ବରେ ଛିଡ଼ା କରିଥିବା ଏକ ଅସ୍ଥାୟୀ ଫଳ ଠେଲା ପାଖରେ ଜରିପାଲ ବିଛାଇ ଦେଇଛନ୍ତି। ଏହି ପାଲ ଉପରେ ସେ ତାଙ୍କର ଦୁଇପିଲାଙ୍କୁ ବସ‌ାଇଛନ୍ତି। ଫଳ ବିକ୍ରି କରିବା ସହିତ ସେ ଦୁଇପିଲାଙ୍କୁ ଉକ୍ତ ଜରିପାଲ ଉପରେ ବସାଇ ପାଠପଢ଼ୁଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ ଉକ୍ତ ସ୍ଥାନ ଦେଇ ଯାଉଥିବା କେହିଜଣେ ଯାତ୍ରୀ ରେକର୍ଡ କରି ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।

Advertisment

ଏହି ଘଟଣାକୁ ନେଇ ଫଳ ବିକାଳି ଗରିବ ମା’ କହିଛନ୍ତି, ‘ କ’ଣ କରିବି ଆଜ୍ଞା। ଦୁଇପଇସା ରୋଜଗାର ପାଇଁ ତ ଖଟିବାକୁ ହେବ। ମୋର ସ୍ବାମୀ ବି କାମ କରିବାକୁ ଯାଆନ୍ତି, ଘରେ କେହି ନାହାନ୍ତି। ପିଲାଙ୍କୁ ଘରେ ଏକୁଟିଆ କେମିତି ଛାଡ଼ିବି। ତେଣୁ ପ୍ରତିଦିନ ଫଳ ବିକ୍ରି କରିବାକୁ ଆସିବା ସମୟରେ ଦୁଇପିଲାଙ୍କୁ ମୋ ସହିତ ନେଇ ଆସିଥାଏ।

ରାସ୍ତାପାର୍ଶ୍ବରେ ଫଳ ବିକ୍ରି କରିଥାଏ। ଯେତେବେ‌ଳେ ଗ୍ରାହକ ନଥାଆନ୍ତି ପିଲାଙ୍କୁ ପାଠପଢ଼ାଇଥାଏ। କାରଣ ଆମେ ଯେମିତି କଷ୍ଟ ପାଉଛି, ମୁଁ ଚାହେଁ ନି ମୋ ପିଲା ବି ବଡ଼ ହୋଇ ସେମିତି କଷ୍ଟ ପାଆନ୍ତୁ। ସେମାନେ ବଡ଼ ହୋଇ ପାଠପଢ଼ି ଭଲ ଚାକିରି କରୁ। ଭଲରେ ବଞ୍ଚିବା ଶିଖନ୍ତୁ। ତେଣୁ ମୁଁ କାମ କରିବା ସହିତ ପିଲାଙ୍କ ପାଠପଢ଼ା ବି ଦେଖେ। ସେମାନେ ବି ମୋ କଥା ଶୁଣି ମନ ଦେଇ ପାଠପଢ଼ନ୍ତି। ମୁଁ ପିଲାଙ୍କୁ ସବୁବେଳେ ବୁଝାଏ। ମନ ଦେଇ ପାଠପଢ଼ିଲେ ବଡ଼ ହୋଇ ଭଲ ଚାକିରି କରିବ। ବାପା ଓ ମା’ ଭଳି କଷ୍ଟ କରିବାକୁ ପଡ଼ିବ ନାହିଁ।’