ମୋବାଇଲରେ ସେଲ୍ଫି ଉଠାଇ ତାହାକୁ ବିକ୍ରି କରି କୋଟିପତି ହେଲେ ଯୁବକ

ନୂଆଦିଲ୍ଲୀ:ପୃଥିବୀର ପ୍ରତିଟି ମଣିଷର ଏକ ସ୍ୱପ୍ନ ଥାଏ କି ସେ କିଭଳି ଧନୀ ହୋଇପାରିବ । ଏନେଇ ସେ ସବୁବେଳେ ରୋଜଗାରର ନୂଆ ନୂଆ ତରିକା ଖୋଜିବାରେ ବ୍ୟସ୍ତ ଥାଏ । ଏବେ ଆମେ ଆପଣଙ୍କୁ ଏମିତି ଏକ ପିଲାର କଥା କହିବାକୁ ଯାଉଛୁ ଯେ କି, କେବଳ ମୋବାଇଲରେ ସେଲ୍ଫି ଉଠାଇ ତାହାକୁ ବିକ୍ରି କରି କୋଟିପତି ହୋଇପାରିଛନ୍ତି । ୨୨ ବର୍ଷର ଏହି ଯୁବକ କେବଳ ସେଲ୍ଫି ବିକ୍ରି କରି ୭ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ଜଣାପଡିଛି ।

ଏକ ଅନ୍ତର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଇଣ୍ଡୋନେସିଆରେ ରହୁଥିବା ୨୨ ବର୍ଷିୟ ଯୁବକ ସୁଲତାନ ଗୁସ୍ତାଫ ଅଲ ଘୋଜଲୀ ଏଭଳି କରି ଦେଖାଇଛନ୍ତି । ସୁଲତାନ କମ୍ପ୍ୟୁଟର ସାଇନ୍ସ ପଢୁଛନ୍ତି । ପିଲା ଜଣଙ୍କ ୧୮ ବର୍ଷ ବୟସରେ ନିଜର ୧୦୦ଟି ସେଲ୍ଫି ନେଇଥିଲେ ।

ସୁଲତାନ “ଗୁଜାଲୀ ଏବ୍ରିଡ” ନାମରେ ଏକ ଭିଡିଓ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଏହାକୁ ସେ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରିଥିଲେ । ହେଲେ ଏବେ ଏନଏଫଟି (ନନ୍ ଫଞ୍ଜିବ୍ଲି ଟୋକନ) ଗୋଜାଲୀଙ୍କର ଏହି ପ୍ରୋଜେକ୍ଟକୁ କିଣି ନେଇଥିଲେ। କହିରଖୁ କି ଏନଏଫଟି ଡିଜିଟାଲ ଏକ ଡିଜିଟାଲ ପ୍ଲାଟଫର୍ମ ଅଟେ ଓ ଏହା ବ୍ଲକଚେନ ଟେକ୍ନୋଲୋଜି ବ୍ୟବହାର କରି କିଣା ବିକ୍ରି କରିଥାଏ ।

ଇଣ୍ଡୋନେସିରେ ରହୁଥିବା ଏହି ଯୁବକଙ୍କ ଫଟୋ ଏନଏଫଟି କଲେକ୍ଟର୍ସ କିଣି ନେଇଥିଲେ । ଏହାପରେ ଗୋଜଲିଙ୍କ ଏହି ସେଲ୍ଫି କ୍ରିପ୍ଟୋକରେନ୍ସି ପାଇଁ ଏନଏଫଟି ନିଲାମୀ ସାଇଟରେ ବିକ୍ରି କରାଯାଇଥିଲା । ଏନେଇ ସୁଲତାନ କହିଛନ୍ତି କି ସେ କେବେ ବି ଭାବି ନଥିଲେ କି ତାଙ୍କ ସେଲ୍ଫି କୋଟି କୋଟି ଟଙ୍କାରେ ବିକ୍ରି ହୋଇପାରିବ । ସୁଲତାନ କହିଛନ୍ତି କି ଏହି ନିଲାମୀରେ ସେ ତାଙ୍କ ସେଲ୍ଫିର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୩ ଡଲାର ରଖିଥିଲେ ।

ଏହାପରେ ଜଣେ ସେଲିବ୍ରିଟି ଏହି ସେଲଫିକୁ କିଣିନେଇ ସୋସିଆଲ ମିଡିଆରେ ପ୍ରମୋସନ କରିଥଲେ । ଏହାପରେ ୪୦୦ରୁ ଅଧିକ ଲୋକ ଏହି ସେଲଫିକୁ କିଣି ନେଇଥିଲେ । ଏହାପରେ ଏହି ସେଲଫି ବାବଦରେ ସୁଲତାନଙ୍କୁ କୋଟି କୋଟି ଟଙ୍କା ମିଳିଥିଲା । ଏତେ ଟଙ୍କା ପାଇଥିଲେ ବି ସୁଲତାନ ଏନେଇ ତାଙ୍କ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନଥିଲେ । ଏବେ ସୋସିଆଲ ମିଡିଆରେ ୪୦ ହଜାରରୁ ଅଧିକ ଲୋକ ସୁଲତାନଙ୍କୁ ଫଲୋ କରୁଛନ୍ତି । କିଛିଦିନ ପୂର୍ବରୁ ସୁଲତାନ ଆୟକର ଭରିଥିବା ଜଣାପଡିଛି ।

 

ସମ୍ବନ୍ଧିତ ଖବର