ବିଶ୍ୱର ପ୍ରଥମ ପାର୍ବତ୍ୟ ରେଳପଥ ‘ସିମରି˚ ରେଲ୍‌ୱେ’, ୪୧ କିଲୋମିଟର ଲମ୍ବର ଏହି ରେଳପଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ କୋଡ଼ିଏ ହଜାର ଶ୍ରମିକ

ସିମରି˚ ରେଲ୍‌ୱେ, ଇଉରୋପ୍‌ର ପ୍ରଥମ ପାର୍ବତ୍ୟ ରେଳପଥ। ଏହା ଅଷ୍ଟ୍ରିଆର ସିମରି˚ ସହର ସହ ମୁସ୍‌ତସ୍ଥୁସ୍ଲାଗ୍‌କୁ ସ˚ଯୁକ୍ତ କରୁଛି। ଏହା ମଧ୍ୟ ପ୍ରକୃତ ଅର୍ଥରେ ବିଶ୍ୱର ପ୍ରଥମ ପାର୍ବତ୍ୟ ରେଳପଥ। ଏହାର ଲମ୍ବ ଏକଚାଳିଶ କିଲୋମିଟର‌୍‌। ପ୍ରଥମ ଷ୍ଟେସନ୍‌- ଗ୍ଲୋଗ୍‌ନିଜ୍‌ ସମୁଦ୍ର ପତ୍ତନଠାରୁ ୪୩୬ ମିଟର‌୍‌ ଉଚ୍ଚତାରେ ଏବ˚ ଶେଷ ଷ୍ଟେସନ୍‌- ମୁସ୍‌ତସ୍ଥୁସ୍ଲାଗ୍‌ ୬୭୭ ମିଟର‌୍‌ ଉଚ୍ଚତାରେ ଅବସ୍ଥିତ। ଏହି ରେଳପଥର ସର୍ବୋଚ୍ଚ ଉଚ୍ଚତା ୮୯୫ ମିଟର‌୍‌। ନିର୍ମାଣ କାର୍ଯ୍ୟ ୧୮୪୮ରେ ଆରମ୍ଭ ହୋଇ, ସରିଥିଲା ୧୮୫୪ରେ। ଏହି ରେଳପଥ ପ୍ରକଳ୍ପର ମୁଖ୍ୟ ସ୍ଥପତି ଥିଲେ କାର୍ଲ‌୍‌ ଭନ୍‌ ଘିଗା। ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ କୋଡ଼ିଏ ହଜାର ଶ୍ରମିକ। ଚଉଦଟି ସୁଡ଼ଙ୍ଗ-ପଥ, ଷୋହଳଟି ସୁଉଚ୍ଚ ସେତୁ, ଶହେଟି ପ୍ରସ୍ତର ସେତୁ ଓ ଏଗାରଟି ଲୌହ ସେତୁ ଏହି ରେଳପଥ ଅନ୍ତର୍ଭୁକ୍ତ। ୧୯୯୮ରେ ସିମରି˚ ରେଳପଥ ବିଶ୍ୱ ଐତିହ୍ୟର ମାନ୍ୟତା ଲାଭ କରିଥିଲା।

ସମ୍ବନ୍ଧିତ ଖବର