ଦୀପାବଳିରେ ବନ୍ଧୁଙ୍କୁ ପଠାନ୍ତୁ ହ୍ଵାଟ୍‌ସଆପ୍‌ରେ ଷ୍ଟାଇଲିସ୍‌ ଏବଂ ରଙ୍ଗିନ୍‌ ମେସେଜ୍‌

ଆପଣମାନେ ସମସ୍ତେ ପ୍ରାୟତଃ ହ୍ଵାଟ୍‌ସଆପ୍‌ର ବ୍ୟବହାର କରୁଥିବେ। ପୂଜାପର୍ବରେ ପଠା ଯାଉଥିବା ଶୁଭେଚ୍ଛା ବି ପଠାଯାଉଛି ହ୍ଵାଟ୍‌ସଆପ୍‌ରେ। ଏହି ଦୀପାବଳିରେ ଆପଣଙ୍କ ବନ୍ଧୁଙ୍କ ନିକଟକୁ ଷ୍ଟାଇଲିସ୍‌ ଏବଂ କଲର୍‌ଫୁଲ୍‌ ମେସେଜ୍‌ ପଠାନ୍ତୁ। ଆପଣଙ୍କୁ ଏହି କୌଶଳ ଜଣା ଅଛିତ ? ଯଦି ଜାଣି ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁନି। କାହିଁକିନା ଆଜି ଆମେ ଆପଣଙ୍କୁ ହ୍ଵାଟ୍‌ସଆପ୍‌ ଜରିଆରେ ଷ୍ଟାଇଲିଷ୍ଟ୍‍ ଏବଂ କଲର୍‌ଫୁଲ୍‌ ମେସେଜ୍‌କୁ ପଠାଇବାର ଉପାୟ ବିଷୟରେ ଜଣାଇବୁ।

ଆପଣଙ୍କ ହ୍ଵାଟ୍‌ସଆପ୍‌ ରେ ବୋଲ୍ଡ ଏବଂ ଇଟାଲିକ୍‌ ମେସେଜ୍‌ ଲେଖିବାର ଫିଚର ପ୍ରଥମରୁ ହିଁ ରହିଥାଏ,ହେଲେ ରଂଗବେରଙ୍ଗର ମେସେଜ୍‌ ଲେଖିବାର କୌଣସି ହେଲେବି ଫିଚର୍‌ ରହିନଥାଏ!ଯେଉଁଥିପାଇଁକି ପ୍ରଥମତଃ ଆପଣଙ୍କୁ ଆପଣଙ୍କର ମୋବାଇଲ୍‌ ଫୋନ୍‌ରେ‘ଗୁଗୁଲ୍‌ ପ୍ଲେ’ର ସହାୟତାରେ ‘ହ୍ଵାଟ୍‌ସ ବ୍ଲ୍ୟୁ’ଟେକ୍ସଟ୍‌ ଆପ୍‌ସକୁ ଡ଼ାଉନ୍‌ଲୋଡ଼୍‍ କରିବାକୁ ହେବ। ଏହାପରେ ଆପଣଙ୍କୁ ଏହାକୁ ଓପନ୍‌ କରିବାକୁ ହେବ ଏବଂ ଏହାର ସବୁଠୁ ଉପରେ ରହିଥିବା ବକ୍ସ ମଧ୍ୟରେ ଏକ ମେସେଜ୍‌ ଲେଖିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଏହାର ତଳ ବକ୍ସଗୁଡ଼ିକରେ ସେହି ମେସେଜ୍‌ଟି ନୀଳ ରଙ୍ଗରେ ଏବଂ ବହୁତଗୁଡ଼ିଏ ଷ୍ଟାଇଲ୍‌ରେ ଦେଖାଯିବାକୁ ଲାଗିବ। ଯାହାକି ଫଟୋ ମଧ୍ୟରେ ଦେଖାଯାଇଥାଏ। ତେବେ ଏହାପରେ ଆପଣଙ୍କୁ ମେସେଜ୍‌ ବାଲା ବକ୍ସର ଦକ୍ଷିଣ ପାର୍ଶକୁ ଯାଇ ସେୟାର୍‌ ବଟନ୍‌କୁ ଦବାଇବାକୁ ହେବ। ଏହାପରେ ଆପଣଙ୍କୁ ଉକ୍ତ ମେସେଜ୍‌ଟିକୁ କପି କରିବାର,ହ୍ଵାଟ୍‌ସଆପ୍‌ କରିବାର ଏବଂ ସେୟାର୍‌ କରିବାର ଅପ୍‌ସନ୍‌ ଦେଖାଯିବାକୁ ମିଳିବ। ଯଦି ଆପଣ ହ୍ଵାଟ୍‌ସଆପ୍‌ ବାଲା ଅପ୍‌ସନ୍‌ରେ କ୍ଲିକ୍‌ କରନ୍ତି ତ,ତେବେ ଆପଣଙ୍କର ହ୍ଵାଟ୍‌ସଆପ୍‌ଟି ଆପେ ଆପେ ହିଁ ଖୋଲିଯିବ। ଏହାପରେ ଯାହାଙ୍କ ପାଖକୁ ଏହି ମେସେଜ୍‌ଟିକୁ ପଠାଇବାକୁ ଚାହୁଚଁଛନ୍ତି ତାଙ୍କ ନାମକୁ ସିଲେକ୍ଟ କରି ଆପଣ ତାଙ୍କ ନିକଟକୁ ଏହି ମେସେଜ୍‌ଟି ପଠାଇଦିଅନ୍ତୁ। ଏତଦ୍‌ବ୍ୟତୀତ ଆପଣ ଯଦି ଏହି ଟେକ୍ସଟ୍‌ ଫଣ୍ଟ୍‌କୁ ବୋଲ୍ଡ କରିବାକୁ ଚାହୁଁଥାଆନ୍ତି ତ,ତେବେ ଆପଣଙ୍କୁ ଏହି ମେସେଜ୍‌ ପୂର୍ବରୁ * ଏବଂ ଏହାର ଶେଷରେ* ଲେଖିବାକୁ ପଡ଼ିବ। ଅର୍ଥାତ୍‌ *ଟେକ୍ସଟ୍‌* ଲେଖିବାକୁ ହେବ। ଆଉ ସେହିଠାରେ ଇଟାଲିକ୍‌ କରିବାକୁ ଚାହୁଁଥିଲେ ଆପଣଙ୍କୁ ମେସେଜ୍‌ର ଆରମ୍ଭରୁ ଏବଂ ଶେଷରେ (ଅଣ୍ଡରସ୍କୋର)- ଲଗାଇବାକୁ ହେବ।

ସମ୍ବନ୍ଧିତ ଖବର