ଆଜି ବି ରହସ୍ୟ ଘେରରେ ରହିଛି ଭାରତର ମୃତ୍ୟୁର ଟାପୁ। ଭାରତର ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ଉତ୍ତର ସେଣ୍ଟିନେଲ ଦ୍ୱୀପକୁ ଦୁନିଆର ସବୁଠାରୁ ଭୟଙ୍କର ତଥା ମୃତ୍ୟୁର ଟାପୁ କୁହାଯାଏ। କୁହାଯାଏ କେହି ବ୍ୟକ୍ତି ଉକ୍ତ ଟାପୁରେ ପ୍ରବେଶ କଲେ, ଆଉ କେବେ ଫେରନ୍ତି ନାହିଁ । ନିକଟରେ ଭାରତକୁ ଆଡ଼ଭେଂଟର ଟ୍ରପିରେ ଆସିଥିବା ଜଣେ ଆମେରିକା ନାଗରିକ ସେଣ୍ଟିନେଲ ଦ୍ୱୀପ ପହଞ୍ଚିଯାଇଥିଲେ । ଏହି ଦ୍ୱୀପପୁଂଜର ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଘଟଣା ପଦାକୁ ଆସିଛି । ଧନୁତୀର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ସେଂଟିନେଲୀ ଆଦିବାସୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି । ଆଉ ଏହି ଘଟଣା ପାଇଁ ପୁଣି ଥରେ ଏହି ମୃତ୍ୟୁର ଟାପୁ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତର ଉତ୍ତର ସେଣ୍ଟିନେଲ ଦ୍ୱୀପ ଏତେ ଭୟଙ୍କର ଯେ ମୃତ୍ୟୁର ଟାପୁ ନାମରେ ଏହା ପରିଚତ । ଏଠାରେ ଖତରନାକ୍ ଆଦିବାସୀ ରୁହନ୍ତି । ଭାରତ ସରକାର ଏହି ଦ୍ୱୀପପୁଞ୍ଜକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଚାରିପାଖେ ସମୁଦ୍ର ଘେରିହୋଇଥିବା ଏହି ଟାପୁକୁ ବିମାନରୁ ଦେଖିଲେ ଯେକେହି ତା’ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯିବ । ଏହି ଟାପୁକୁ ଯିବାପାଇଁ କୌଣସି ରାସ୍ତା ନାହିଁ । କେବଳ ସମୁଦ୍ର ମାର୍ଗରେ ହିଁ ମୃତ୍ୟୁର ଟାପୁରେ ପହଞ୍ଚିହେବ ।
ମୃତ୍ୟୁର ଟାପୁରେ ରୁହନ୍ତି ଏକ ଭୟଙ୍କର ଜନଜାତି । ଯେଉଁମାନେ ଆଧୁନିକ ସଭ୍ୟତାକୁ ଆପଣାଇବା ପାଇଁ ମନା କରିଦେଇଛନ୍ତି । ଭାରତ ସମେତ ପୁରା ବିଶ୍ୱ ସହ ଏହି ଟାପୁର କୌଣସି ସମ୍ପର୍କ ନାହିଁ । ଏଠାରେ ବସବାସ କରୁଥିବା ଲୋକେ ଆକାଶରେ ଉଡ଼ୁଥିବା ହେଲିକ୍ପର କିମ୍ବା ଉଡ଼ାଜାହଜକୁ ମଧ୍ୟ ତୀର, ପଥର ଓ ନିଆଁ ଗୁଳା ଫୋପାଡ଼ୁଥିବା କଥା ଶୁଣିବା ପାଇଁ ମିଳେ ।
ଏତେ ଭୟଙ୍କର ଟାପୁ ଯେ ମତ୍ସ୍ୟଜୀବୀମାନେ ମଧ୍ୟ ଭୁଲରେ ଏଠାକୁ ଯାଆନ୍ତି ନାହିଁ । ଖବର ଅନୁସାରେ ୨୦୦୬ରେ କିଛି ମତ୍ସ୍ୟଜୀବୀ ଭୁଲରେ ପହଞ୍ଚିଯାଇଥିଲେ । ପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା । ଏହି ଜନଜାତିର ଲୋକେ ସାରା ବିଶ୍ୱରେ ଭିନ୍ନ ହୋଇ ରୁହନ୍ତି । ତାଙ୍କ ରୀତିନୀତି, ଭାଷା, ବ୍ୟବହାର, ଚାଲିଚଳନ ବିଷୟରେ କାହାକୁ ଜଣାନାହଁ । ପାଖାପାଖି ୬୦ ହଜାର ଲୋକ ଏଠାରେ ବାସ କରନ୍ତି ବୋଲି କୁହାଯାଏ । ଏମାନଙ୍କୁ କୌଣସି ପ୍ରକାର ପରିବର୍ତ୍ତନ ପସନ୍ଦ ନାହିଁ । ଏବେ ପର୍ଯ୍ୟନ୍ତ ଯେତେ ଲୋକ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଟାପୁରେ ପହଞ୍ଚିଛନ୍ତି କେହି ଜୀବନ୍ତ ଫେରିପାରି ନାହାନ୍ତି ।