ଟିଣ୍ଡରରେ ବାସ୍ତବ ପ୍ରେମକୁ ନେଇ ଟିପ୍ସ ଦେଉଥିବା ମହିଳା ୨୧ ଦିନରେ ୧୫ ପୁରୁଷଙ୍କୁ କଲେ ଡେଟ୍‌

ୱାଶିଂଟନ୍‌: ବାସ୍ତବ ପ୍ରେମକୁ ନେଇ ଅନେକ ଟିପ୍ସ ଦଉଥିବା ଜଣେ ମହିଳା ୨୧ ଦିନ ମଧ୍ୟରେ ୧୫ ଜଣ ପୁରୁଷଙ୍କୁ ଡେଟ୍‌ କରିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇପାରେ ନିଶ୍ଚୟ। ମହିଳା ଜଣକ ହେଉଛନ୍ତି ହେଲେନ୍‌ ଚିକ୍‌। ସେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଅଲଗା ହୋଇ ସାରିଛନ୍ତି। ଏହି ସବୁ ଡେଟିଂ ସେ ନ୍ୟୁୟର୍କରେ କରିଛନ୍ତି। ଖାସ୍‌ କଥା ହେଉଛି, ହେଲେନ୍‌ ଜଣେ ଲେଖିକା। ସେ ତାଙ୍କ ଜୀବନର କିଛି ଅନୁଭୂତି ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଡେଲି ଷ୍ଟାର୍‌ର ରିପୋର୍ଟ ମୁତାବକ, ହେଲେନ୍‌ ଡେଟିଂ ଉପରେ ଏକ ବହି ଲେଖିଛନ୍ତି। ଯେଉଁ ବହିରେ ସେ ଟିଣ୍ଡର୍‌ରେ ବାସ୍ତବ ପ୍ରେମ ପାଇବାର ଟିପ୍ସ ବି ଦେଇଛନ୍ତି। ହେଲେନ୍‌‌ ଲେଖିଥିବା ବହିର ନାମ ‘ସେକ୍ସ, ସ୍ବାଇପ୍‌ ଆଣ୍ଡ୍‌ ଅଦର୍‌ ଷ୍ଟୋରିଜ୍‌’। ଏହି ପୁସ୍ତକରେ ସେ ଅନ୍‌ଲଇନ୍‌ ଜରିଆରେ ପ୍ରେମ ଖୋଜିବାରେ ନିଜର ଅନୁଭବକୁ ବାଣ୍ଟିଛନ୍ତି।

 

ହେଲେନଙ୍କର ୨ ଥର ଛାଡ଼ପତ୍ର ହୋଇସାରିଛି। ସେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ଛାଡ଼ପତ୍ର କଥା ଶୁଣିବା ପରେ ବି ତାଙ୍କୁ ବହୁ ଖରାପ ପ୍ରତିକ୍ରିୟା ମିଳିଛି। କିଛି ଲୋକ ଛାଡ଼ପତ୍ରକୁ ନେଇ ବହୁ ପାରମ୍ପରିକ ଚିନ୍ତାଧାରା ରଖୁଥିବା ବେଳେ ଆଉ କିଛି ଲେ‌ାକ ଏହାକୁ ଖୁବ୍‌ ହାଲୁକାରେ ଗ୍ରହଣ କରିଥାନ୍ତି।

 

ହେଲେନଙ୍କ ଚିନ୍ତାଧାରା ହେଉଛି ସମୟ କେବେ ଫେରେ ନାହିଁ। ସେଥିପାଇଁ ସମୟକୁ ନେଇ ସେ ଖୁବ୍‌ ଯତ୍ନବାନ। ସେ କୌଣସି ନୂଆ ସ୍ଥାନକୁ ଗଲେ କିଛି ନୂଆ ଲୋକଙ୍କୁ ଜାଣିବାର ସୁଯୋଗ ଆଦୌ ହାତଛଡ଼ା କରିନଥାନ୍ତି।

ସମ୍ବନ୍ଧିତ ଖବର