ଶ୍ରବଣ କୁମାର ଆଜି ବି ଜୀବିତ! ବାପାମାଆଙ୍କୁ କାନ୍ଧରେ ବୋହି ତୀର୍ଥ କରାଇଲେ ୪ ଭାଇ

ଗୁରୁଗ୍ରାମ: ପୁରାଣ ଯୁଗର ଶ୍ରବଣ କୁମାର ଏବେ ବି ଜୀବିତ। ଜଣେ ଆଦର୍ଶ ପୁତ୍ର ଭାବେ, ଲୋକଙ୍କ ମନରେ ସଦା ସ୍ମରଣୀୟ ହୋଇ। ନିଜ ଅନ୍ଧ ବାପାମାଆଙ୍କୁ ଭାର କରି କାନ୍ଧରେ ବୋହି ତୀର୍ଥରେ ନେବା ଘଟଣା ସଂପର୍କରେ ଆପଣ ଅବଗତ ଥିବେ ନିଶ୍ଚୟ।

ଆଜିକାଲି ପୁଅମାନେ ଯେଉଁଭଳି ଭାବେ ବାପାମାଆଙ୍କ ପ୍ରତି ନିଜର ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ତ ଆପଣ ପ୍ରତିଦିନ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଉଥିବେ ନିଶ୍ଚୟ। ମାତ୍ର କଳିର କଳାପ୍ରଭାବରେ ଭଗବାନଙ୍କ ସୁନ୍ଦର ସୃଷ୍ଟି ପୂରାପୂରି ଭାବେ ଉଜୁଡ଼ି ଯିବ ବୋଲି ଚିନ୍ତାଧାରାଟିଏ ସୃଷ୍ଟି ହେଉଥିଲେ ବି ସେଇଠି ପୁଣି କେତେବେଳେ ଉଙ୍କିମାନେ ଆଶାର କରିଣ।

ଆପଣ ଜାଣିଲେ ନିଶ୍ଚୟ ସନ୍ତୋଷ ଲାଭ କରିବେ ଯେ ଏବେ ବି କେତକ ସୁପୁତ୍ରଙ୍କ ଭିତରେ ଶ୍ରବଣ କୁମାର ଜୀବିତ। ବାପାମାଆଙ୍କ ପ୍ରତି ଥିବା ଶ୍ରଦ୍ଧା ପାଇଁ ଆଦର୍ଶ ପୁତ୍ରର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ହରିଆଣାର ୪ ଭାଇ।

ଘଟଣାଟି ଏପରି, ହରିଆଣାର ପାଓ୍ଵଲ୍‌ରେ ରହୁଥିବା ୪ ଭାଇ ନିଜ ବାପାମାଆଙ୍କୁ ହରିଦ୍ୱାରରୁ ମାନସାଦେବୀ ପର୍ଯ୍ୟନ୍ତ ଏକ ଭାର କରି କାନ୍ଧେଇ ନେଇଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଯଦିଓ ବାପାମାଆ ଦ୍ୱୟ ଚାଲିବା ପାଇଁ ସମର୍ଥ, ତଥାପି ସେମାନେ ନିଜ ବାପାମାଆଙ୍କ ପ୍ରତି ଥିବା ସ୍ନେହ ଓ ସମ୍ମାନ ହେତୁ ତାଙ୍କୁ ଚାଲିବାକୁ ନଦେଇ କାନ୍ଧେଇ ବୋହି ନେବାକୁ ଶ୍ରେୟ ମଣିଥିଲେ।

ସମ୍ବନ୍ଧିତ ଖବର