ଏପରି ଏକ କାଫେ ଯେଉଁଠାରେ ବିଲ୍‌ ଦେବାକୁ ପଡ଼େନାହିଁ

ଅହମ୍ମଦାବାଦ : ସାଧାରଣତଃ ରେସ୍ତୋରାଁରେ ଖାଇବା ପାଇଁ ଚିନ୍ତା କଲା ମାତ୍ରେ ଭାରୀ ବିଲ୍‌ ଦେବାକୁ ପଡ଼ିବ ବୋଲି ଧାରଣା ମନକୁ ଆସିଥାଏ । ତେବେ ଗୁଜୁରାଟର ରାଜଧାନୀ ଅହମ୍ମଦାବାଦରେ ଏପରି ଏକ କାଫେ ରହିଛି ଯେଉଁଠାରେ ପେଟ ପୂରା ଖାଦ୍ୟ ଖାଇଲେ ମଧ୍ୟ ଦେବାକୁ ପଡ଼ ିନ ଥାଏ ବିଲ । ମାନବ ସଦନ ଶ୍ରୀ ଗ୍ରାମଠାରେ ଏକ ଏନଜିଓ ୧୧ ବର୍ଷ ହେଲାଣି ଏକ କାଫେ ଚଳାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଖାଦ୍ୟ ଖାଇବା ପାଇଁ କୌଣସି ବିଲ୍‌ ଦେବାକୁ ପଡ଼ିନଥାଏ ।

ଏହି କାଫେରେ ସ୍ୱେଚ୍ଛାସେବୀମାନେ ମିଳିମିଶି ସ୍ୱଇଛାରେ ବିନା ମୂଲ୍ୟରେ କାମ କରିଥାନ୍ତି । ଏଥିରେ ଖାଦ୍ୟ ପାଇଁ କାହାକୁ ବିଲ୍‌ ଦେବା ପାଇଁ ପଡ଼ିନଥାଏ । ଯଦି ଆପଣ ଚାହୁଁଛନ୍ତି ତେବେ ଆପଣଙ୍କ ହିସାବରେ ଯେତେ ଇଛା ସେତେ ଟଙ୍କା ଦେଇପାରିବେ । କୌଣସି ଖାଦ୍ୟ ପାଇଁ ସେଠାରେ ନିର୍ଦ୍ଧାରିତ ମୂଲ୍ୟ ରଖାଯାଇ ନାହିଁ। ଏଠାରେ ବିଲ୍‌ ଦେବାକୁ ପଡ଼େ ନାହିଁ ବୋଲି କୁହନ୍ତି କାଫେର ସଞ୍ଚାଳକ ।

Hungrito

ସେବା କାଫେକୁ ପ୍ରଥମ ଥର ପାଇଁ ଯାଇଥିବା ସମସ୍ତ ବ୍ୟକ୍ତି କାଫେର ନିୟମ
ସତ କି ନୁହଁ ବୋଲି ପରୀକ୍ଷା କରିଥାନ୍ତି । ପରେ କିନ୍ତୁ କାଫେରେ କାମ କରୁଥିବା ସହାୟକ ଏବଂ ତାଙ୍କର ଆଦର ଦେଖି ଲୋକ ଅଧିକ ଟଙ୍କା ଦେଇ ଯାଇଥାନ୍ତି । ସେବା କାଫେ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୭ଟରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ଏଠାରେ ଦୈନିକ ୫୦ ଜଣ ଅତିଥିଙ୍କୁ ଖାଦ୍ୟ ପରଷିବାର ନିୟମ ରହିଥାଏ ।

ସମ୍ବନ୍ଧିତ ଖବର