ନୂଆଦିଲ୍ଲୀ : କାର୍ଯ୍ୟରତ ମହିଳାମାନଙ୍କର ସୁରକ୍ଷା ପାଇଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ(ଡ଼ବ୍ଲୁସିଡ଼ି) ତରଫରୁ ମଙ୍ଗଳାବାର ଦିନ ସି-ବକ୍ସ ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରାଯାଇଛି। ଭାରତରେ କାଯ୍ୟର୍ଳୟମାନଙ୍କରେ ହେଉଥିବା ଯୌନ ଶୋଷଣର ସଠିକ ଅଭିଯୋଗ ପ୍ରଣାଳୀ ନଥିବାରୁ ଦୋଷୀଙ୍କ ଧମକ ଓ ସମାଜର ଲୋକହସା ହେବା ଭୟରେ ପୀଡ଼ିତା ଅଭିଯୋଗ କରିନଥାନ୍ତି । ଏହି କାରଣ ପାଇଁ ମହିଳାମାନେ ନିର୍ଯାତନାର ସମ୍ମୁଖୀନ ହେବା ପରେ ମଧ୍ୟ ଅଭିଯୋଗୀମାନେ ବିନା କୌଣସି ସଂକୋଚରେ ଖୋଲା ବୁଲୁଛନ୍ତି। ଏହି ପୋର୍ଟାଲ ଦ୍ୱାରା ମହିଳାମାନେ ବିନା କୌଣସି ଭୟରେ ଅଭିଯୋଗ କରିପାରିବେ।

Advertisment

ଏହି ସମସ୍ୟାର ସମାଧାନ କରିବା ପାଇଁ ଡ଼ବ୍ଲୁସିଡ଼ି ଦ୍ୱାରା ଅନଲାଇନ ପୋର୍ଟାଲ ସେକ୍ସସୁଆଲ ହାରାସମେଣ୍ଟ ଇଲେକଟ୍ରୋନିକ ବକ୍ସ (ସି- ବକ୍ସ) ଲଞ୍ଚ କରାଯାଇଛି। ଏହା ଦ୍ୱାରା ସରକାରୀ ଏବଂ ବେସକାରୀ କାଯ୍ୟର୍ଳୟରେ କାମ କରୁଥିବା ମହିଳା ଅଭିଯୋଗ କରିପାରିବେ। ଏହାକୁ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ଦ୍ୱାରା ଡ଼ବ୍ଲୁସିଡ଼ି େଓ୍ଵବସାଇଟ ରେ ଲଞ୍ଚ କରିଛନ୍ତି।

publive-image

ଆଗରୁ ଏପରି ଏକ େଓ୍ଵବସାଇଟ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ରହିଥିଲା , କିନ୍ତୁ ବର୍ତ୍ତମାନ ସି-ବକ୍ସ ଉଭୟ ସରକାରୀ ଓ ବେସରକାରୀ କାଯ୍ୟର୍ଳୟର ମହିଳାଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ଏହା ଦ୍ୱାରା ଦୋଷୀଙ୍କ ଉପରେ ୨୦୧୩ର କାଯ୍ୟର୍ଳୟରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ ଅଧିନରେ କଠୋର କାଯ୍ୟାର୍ନୁଷ୍ଠାନ ହେବ ବୋଲି କହିଥିଲେ ଡ଼ବ୍ଲୁସିଡ଼ି ମନ୍ତ୍ରୀ ମେନକା ଗାନ୍ଧୀ।

ସି-ବକ୍ସରେ ଅଭିଯୋଗ ରେଜିଷ୍ଟର ହେଲା ପରେ ଏହା ସିଧାସଳଖ ଭାବେ ଇଣ୍ଟରନାଲ କଂପ୍ଲେଣ୍ଟକ କମିଟି (ଆଇସିସି)ରେ ଦାଖଲ ହୋଇଯାଏ। ଡ଼ବ୍ଲୁସିଡ଼ି ସହାୟତରେ ଅଭିଯୋଗର ଅନୁସନ୍ଧାନ ଆଗକୁ ବଢ଼ାଯାଇଥାଏ। ଏହା ଦ୍ୱାରା କାଯ୍ୟର୍ଳୟରେ ନିର୍ଯାତିତ ହୋଇ ଚୁପ ରହୁଥିବା ମହିଳା ଦୋଷୀ ବିରୋଧରେ ସ୍ୱର ଉଠାଇପାରିବେ।