ବିଶ୍ବର ଶ୍ରେଷ୍ଠ ୫୦ ତରକାରି ତାଲିକାରେ ଭାରତର ୭ ରାନ୍ଧଣା: ସାହି ପନିର୍‌, କିମା, ଚିକେନ୍‌ କୁର୍ମା, ଡାଲି, ଡାଲ୍‌ ତଡ଼କା, ବିନ୍ଦାଲୁ ଓ ପାଓଭାଜି

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟର ସ୍ବାଦ ଯେ ସହଜରେ ସମସ୍ତଙ୍କ ମନକୁ ଛୁଇଁପାରେ ଏଥି‌ରେ ତିଳେ ବି ସନ୍ଦେହ ନାହିଁ। ଅନେକ ଦେଶର ଲୋକ ଆମ ଦେଶକୁ ଆସି ପୂର୍ବରୁ ଆମ ଖାଦ୍ୟର ସ୍ବାଦକୁ ପ୍ରଶଂସା କରି ଯାଇଥିବାର ଉଦାହରଣ ରହିଛି। ପ୍ରତ୍ୟେକ ଦେଶର ରୋଷେଇ ପ୍ରଣାଳୀ ଭିନ୍ନ। ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳର ଖାଦ୍ୟର ନିଜସ୍ୱ ସ୍ବାଦ ରହିଛି। ଭାତ, ରୁଟି, ନୁଡୁଲ୍ସ କିମ୍ବା ତରକାରୀ ହେଉ, ଭିନ୍ନ ଅଞ୍ଚଳରେ ଭିନ୍ନ ତରିକାରେ ରୋଷେଇ ହୋଇଥାଏ।

ନିକଟରେ ଦୁନିଆର ସର୍ବୋତ୍ତମ ଲୋକପ୍ରିୟ ତରକାରି ତାଲିକା ପ୍ରକାଶ ପାଇଥିବା ବେଳେ ସେଥିରୁ ୭ଟି ଆମ ଭାରତୀୟ ତରକାରୀ ସ୍ଥାନ ପାଇଛି। ବିଶ୍ବର ବିଭିନ୍ନ ସ୍ଥାନରୁ ଖାଦ୍ୟ ପ୍ରଫେସନାଲମାନେ ସର୍ବୋତ୍ତମ ତରକାରୀ ପାଇଁ ଏହି ମୂଲ୍ୟାୟନ କରିଥିଲେ। ପ୍ରକାଶ ପାଇଥିବା ‘ବେଷ୍ଟ୍‌ ଷ୍ଟିଉ ଆଣ୍ଡ୍‌ କରିଜ୍‌ ଇନ୍‌ ଦ ୱାର୍ଲଡ’ ତାଲିକାରେ ୫ମ ସ୍ଥାନରେ ରହିଛି ଆମ ଦେଶର ଲୋକପ୍ରିୟ ତରକାରି ‘ସାହି ପନିର୍‌’।

 

 

View this post on Instagram

 

A post shared by TasteAtlas (@tasteatlas)

ଶୀର୍ଷ ମାନ୍ୟତା ପାଇଥିବା ତରକାରି ହେଉଛି ଥାଇଲ୍ୟାଣ୍ଡର ‘ଫାନେଙ୍ଗ୍ କରି’, ପରେ ଦ୍ୱିତୀୟ ସ୍ଥାନରେ ରହିଛି ଜାପାନୀ ତରକାରି ‘କରେ’। ଚାଇନାର ‘ସିଚୁଆନ୍ ହଟ୍ ପଟ୍‌’ ତୃତୀୟ ସ୍ଥାନରେ ଥିବା ବେଳେ ଭିଏତନାମ ଷ୍ଟିଉ ‘ବୋ ଖୋ’ ହାସଲ କରିଛି ଚତୁର୍ଥ ସ୍ଥାନ। ତେବେ ଆମ ଦେଶର ‘ସାହି ପନିର’ ପଞ୍ଚମ ସ୍ଥାନରେ ରହିଛି।

ତେବେ ୧୦ ନମ୍ବର ସ୍ଥାନରେ ରହିଛି ଆମର ପ୍ରିୟ ଖାଦ୍ୟ ‘କିମା’। ସେହିପରି ୧୬ ନମ୍ବର ସ୍ଥାନରେ ରହିଛି ‘ଚିକେନ୍ କୁର୍ମା’। ୨୬ ନମ୍ବର ସ୍ଥାନରେ ‘ଡାଲି’ ରହିଥିବା ବେଳେ ୩୧ ନମ୍ବର ସ୍ଥାନରେ ‘ବିନ୍ଦାଲୁ ତରକାରୀ’ ରହିଛି। ଏହାଛଡ଼ା ‘ପାଓ ଭାଜି’ ଓ ‘ଡାଲ୍ ତଡକା’ ବି ଏହି ତାଲିକାରେ ୩୯ ଓ ୪୦ ନମ୍ବର ସ୍ଥାନରେ ଯଥାକ୍ରମେ ସ୍ଥାନିତ ହୋଇଛି।

ତେ‌ବେ ମଜାଦାର କଥା ହେଉଛି, ଆମ ଭାରତୀୟମାନଙ୍କ ପ୍ରିୟ ଆମିଷ ଖାଦ୍ୟ ‘ଚିକେନ୍‌ ଟିକା ମସଲା’ ୩୮ ନମ୍ବର ସ୍ଥାନରେ ରହିଥିଲେ ବି ତାହା ‌ବ୍ରିଟେନ୍‌ ଲୋକଙ୍କ ‘ଡିସ୍‌’ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର