ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଠାକାର ରାଜପୁରା ଅଞ୍ଚଳର ପହଲୱାଡା ଗାଁରେ ଥିବା ମହାୱା ନଦୀ କୂଳରୁ ଶିବଲିଙ୍ଗ ମିଳିଥିବା ଦାବି କରାଯାଉଛି। ଏହି  ଖବର ପ୍ରଘଟ ହେବାପରେ ଗାଁ ଲୋକମାନେ ଶିବ ଲିଙ୍ଗ ପୂଜା କରିବା ଏବଂ ଭଜନ ଗାଇବା ଆରମ୍ଭ କରି ଦେଇଛନ୍ତି। 

Advertisment

ସୂଚନା ଅନୁଯାୟୀ, ସମ୍ଭଲରେ ୪୦୦ବର୍ଷ ତଳର ମନ୍ଦିର ଉଦ୍ଧାର କରାଯିବା ପରେ ସେଠାରେ  ଆାଉ ଏପରି କେତେ ମନ୍ଦିର ଜବରଦଖଲ ହୋଇ ବନ୍ଦ ହୋଇପଡ଼ିଛି ସେଗୁଡ଼ିକୁ ପୁନରାଉଦ୍ଧାର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଥିଲା ।

ପ୍ରଶାସନ ସମ୍ଭଲର ମହାୱା ନଦୀ କୂଳରେ ଏକ ନଦୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ଚଳାଇଛି। ଏହା ଅଧୀନରେ ପ୍ରଶାସନ ନଦୀ କୂଳରେ ଖନନ କାର୍ଯ୍ୟ କରୁଛି। ଫେବୃଆରି ୨ ରାତିରେ ଖନନ ସମୟରେ ନଦୀ କୂଳରୁ ଶିବଲିଙ୍ଗ ଆକୃତିର ଏକ କଳା ପଥର ମିଳିଛି। ତଦନ୍ତ ପାଇଁ ଏସଡିଏମକୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି ସମ୍ଭଲର ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ପେନ୍ସିଆ ଏକ ବିବୃତ୍ତି ଜାରି କରି କହିଛନ୍ତି।


ନଦୀ କୂଳରୁ ଶିବଲିଙ୍ଗ ମିଳିବା ଖବର ପାଇବା ପରେ ହଜାର ହଜାର ଗ୍ରାମବାସୀ ଶିବଲିଙ୍ଗ ପୂଜା କରିବା ପାଇଁ ଧାଇଁ ଆସୁଛନ୍ତି। ଗ୍ରାମବାସୀମାନେ କ୍ଷୀର ଏବଂ ଗଙ୍ଗା ଜଳରେ ଶିବଲିଙ୍ଗକୁ ନିରନ୍ତର ସ୍ନାନ କରାଉଛନ୍ତି।