ଅାସିଲାଣି ଦୂର୍ଗାପୂଜା। ଏଥର ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇଯାଉଛି ଶାରଦୀୟ ନବରାତ୍ରୀର ପର୍ବ। ଏହି ପର୍ବ ୧୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨୪ ତାରିଖରେ ଶେଷ ହେବ।
ଏହି ସମୟରେ ମାଆ ଦୂର୍ଗା ତାଙ୍କ ଭକ୍ତମାନଙ୍କ ଉପରେ ନିଜ ଆଶୀର୍ବାଦ ଓଜାଡ଼ି ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। ତେବେ ଜ୍ୟୋତିଷଙ୍କ କହିନୁଯାୟୀ, ଏମିତି କିଛି ଜିନିଷ ଅଛି ଯାହାକୁ ନବରାତ୍ରୀ ସମୟରେ ଘରକୁ ଆଣିଲେ ଶୁଭ ହୋଇଥାଏ।
ନବରାତ୍ରୀ ସମୟରେ ଗୃହିଣୀମାନେ ନିଜ ପାଇଁ ଶଂଙ୍ଖା, ସିନ୍ଦୂର ଓ ସାଜସଜ୍ଜାର ଅନ୍ୟାନ୍ୟ ଉପକରଣ ଘରକୁ ଆଣି ପିନ୍ଧିବାକୁ ଶୁଭ ମନାଯାଏ। ଏହି ସମୟରେ ପୁରୁଷମାନେ ସେମାନଙ୍କ ପତ୍ନୀଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାର କିଣି ଦେବା ଭଲ।
ଆପଣ ଜାଣନ୍ତ ଯେ ମୟୂର ପଙ୍ଖ ଖୁବ୍ ଶୁଭ। ନବରାତ୍ରୀ ସମୟରେ ମୟୂର ପଙ୍ଖ ଘରକୁ ଆଣିଲେ ମାଆ ଦୁର୍ଗାଙ୍କ ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ବି ଭକ୍ତମାନଙ୍କ ଉପରେ ରହିବ ବୋଲି ବିଶ୍ବାସ ରହିଛି।
ଏହି ସମୟରେ ଘରକୁ ପଦ୍ମ ଫୁଲ କିମ୍ବା ପଦ୍ମ ଫୁଲର ଫଟୋ ଆଣିବା ଭାରି ଭଲ। ପଦ୍ମ ମାଆ ଦୁର୍ଗାଙ୍କର ଭାରି ପ୍ରିୟ ବୋଲି ଆପଣ ଜାଣନ୍ତି। ଏହି ଫୁଲରେ ମାଆଙ୍କ ପୂଜା କଲେ ଆହୁରି ଭଲ ହୋଇଥାଏ।
ତେବେ କେହି କେହି ଏହି ସମୟରେ ସୁନା କିମ୍ବା ରୁପାର ମୁଦ୍ରା ବି ଘରକୁ ଆଣିଥାନ୍ତି। ଜାଣିରଖନ୍ତୁ ଯେ ନବରାତ୍ରୀ ସମୟରେ ସୁନା ଓ ରୁପା ମୁଦ୍ରା ଆଣିବା ଘର ପାଇଁ ଶୁଭ ହୋଇଥାଏ।