୮୫ବର୍ଷର ବୃଦ୍ଧ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ଏଭଳି ତେଲ କି ଚନ୍ଦା ମୁଣ୍ଡରେ ବି ଉଠୁଛି କେଶ; ଶାର୍କ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟେଲିଭିଜନର ସୋ’ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର  ଦ୍ବିତୀୟ  ସିଜନ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାକୁ ଯାଉଛି।  ଏଥିରେ ସେହି ଷ୍ଟାର୍ଟଅପକୁ ସୁଯୋଗ ଦିଆଯାଉଛି, ଯେଉଁମାନେ ଦେଶରେ କିଛି ପରିବର୍ତ୍ତନ ଆଣିବା ସହିତ କିଛି ନୂଆ କରିବାର କୌଶଳ ରଖିଛନ୍ତି। ଏଥିରେ ଭାଗ ନେଇଥିବା ଅନେକ ଲୋକ ରାତାରାତି ଷ୍ଟାର ବି ପାଲଟି ଯାଇଥିବା ଖବର ରହିଛି। ସୋ’ରେ ଥିବା ଶାର୍କମାନେ ବି ଲୋକଙ୍କୁ ସଫଳ କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି।

ଏହି ସୋ’ ଏମିତି ଏକ ସୋ’ ଯେଉଁଥିରେ ପ୍ରତିଦିନ ଲୋକଙ୍କ ଠାରୁ ନୂଆନୂଆ କାହାଣୀ ଶୁଣିବାକୁ ମିଳିଥାଏ। ଯାହାକି ହୃଦୟସ୍ପର୍ଶୀ ବି ରହିଥାଏ। ଏହି କ‌ାହାଣୀ ମଧ୍ୟରୁ ଏମିତି କିଛି ରହିଛି ଯାହା ଲୋକଙ୍କୁ ପ୍ରେରଣା ଯୋଗାଉଥିବା ବେଳେ କିଛି ଏମିତି କାହାଣୀ ଅଛି ଯାହା ଭାବବିହ୍ବଳ କରି ଦେଇଥାଏ। ଏହି କ୍ରମରେ ଜଣେ ୮୫ବର୍ଷର ବୃଦ୍ଧଙ୍କୁ ନେଇ ଚର୍ଚ୍ଚ‌ା  ଜୋର ଧରିଛି।

ମିଷ୍ଟର ଆରକେ ଚୌଧୁରୀ ନିଜ ପରିବାର ସହିତ ଆୟୁର୍ବେଦିକ ତେଲର ଡିଲ ଶାର୍କ ସାମ୍ନାକୁ ନେଇ ଆସିଥିଲେ। ଆଉ ଦାବି କରିଥିଲେ କି, ଏହି ତେଲ ଲଗାଇବା ଦ୍ବାରା ୮୫ବର୍ଷ ବୟସରେ ବି ମୁଣ୍ଡରେ କେଶ ଉଠିବ। ଆରକେ ଚୌଧୁରୀ ତାଙ୍କ ହେୟାରକେୟର ଓ ସ୍କିନକେୟର କମ୍ପାନି Avimee Herbalକୁ ନେଇ ସୋ’କୁ ଆସିଥି‌ଲେ।

ମିଷ୍ଟର ଆରକେ ଚୌଧୁରୀ କହିଛନ୍ତି, ‘କ‌ୋରାନା ପରେ ଘରେ ସମସ୍ତଙ୍କ କେଶ ଝଡ଼ିବା ସମସ୍ୟା ଦେଖା ଦେଇଥିଲା। ଏହାପରେ ମୁଁ ଏକ ତେଲ ପସ୍ତୁତ କରିଥିଲି। ଏହି ତେଲକୁ ଝିଅ ଓ ନାତି-ନାତୁଣୀମାନଙ୍କୁ ଲଗାଇବା ପାଇଁ କହିଥିଲି। ସେମାନେ ମୋର ମଜାକ ଉଡ଼ାଇ କହିଥିଲେ, ବାପା ଓ ଅଜା ତୁମେ ଆଗ ଲଗାଆ, ତା’ପରେ ଆମେ ଲଗାଇବୁ। ମୁଁ ସେମାନଙ୍କ କଥା ଅନୁସାରେ କେଶରେ ନିଜେ ପ୍ରସ୍ତୁତ କରୁଥିବା ତେଲ ଲଗାଇବା ଆରମ୍ଭ କରିଥିଲି। ଦେଖିଲି ମୋ ମୁଣ୍ଡରେ ଧୀରେଧୀରେ କେଶ ଉଠିବା ଆରମ୍ଭ କରିଥିଲା।’

 

ସମ୍ବନ୍ଧିତ ଖବର