ଏହି ବୃଦ୍ଧା ମା’ଙ୍କ ଇଂରାଜୀ କହିବା ଶୈଳୀ ଶୁଣନ୍ତୁ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବୃଦ୍ଧା ମା’ଙ୍କ ଇଂରାଜୀ କହୁଥିବାର ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆଇପିଏସ୍‌ ଅଧିକାରୀ ଅରୁଣ ବୋଥରା ଦ୍ୱାରା ପୋଷ୍ଟ କରାଯାଇଥିବା ଏହି କ୍ଲିପ୍‌କୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ୍‌ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଭିଡିଓଟିରେ ବୃଦ୍ଧା ମା’ ମହାତ୍ମାଗାନ୍ଧିଙ୍କ ବିଷୟରେ ଇଂରାଜୀରେ କହୁଥିବା ଶୁଣିବା ମିଳୁଛି।

ଧଳାରଙ୍ଗର ସାର୍ଟ ଓ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଏହି ବୃଦ୍ଧା ମା’ ଇଂରାଜୀରେ ମାହାତ୍ମାଗାନ୍ଧି ଦୁନିଆର ମହାନ୍‌ ବ୍ୟକ୍ତି ମଧ୍ୟରୁ ଜଣେ। ସେ ହିନ୍ଦୁ ଓ ମୁସଲମାନ୍‌ ଦୁଇଜଣଙ୍କୁ ଭଲ ପାଆନ୍ତି। ସେ ଜାତୀୟ ପିତା ଅଟନ୍ତି ବୋଲି କହୁଛନ୍ତି।

 

ଏହି ଭିଡିଓକୁ ଦେଖିବା ପରେ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥରା ଭିଡିଓ ପୋଷ୍ଟ କରି କ୍ୟାପସନ୍‌ ଲେଖିଛନ୍ତି, ଆପଣ ଏହି ସ୍ପୋକନ୍‌ ଇଂରାଜୀ ପରୀକ୍ଷା ପାଇଁ ବୃଦ୍ଧ ମହିଳାଙ୍କ ପାଇଁ ୧୦ରୁ କେତେ ଅଙ୍କ ଦେବାକୁ ଚାହିଁବେ? ଏହି ଭିଡିଓକୁ ମାର୍ଚ୍ଚ ୧ରେ ସେୟାର କରାଯାଇଥିଲା। ଯାହାକୁ ଏଯାବତ ୩.୨ଲକ୍ଷ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ୧୬ହଜାରରୁ ଅଧିକ ଲାଇକ୍‌ସ ମିଳିବା ସହିତ ଓ ୩ହଜାରରୁ ଅଧିକ ଟି-ରୁଇଟ ହୋଇସାରିଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଶଶି ଥରୁରଙ୍କୁ ପ୍ରଶ୍ନ କରାଯାଇଛି। କିନ୍ତୁ ଏଯାବତ କଂଗ୍ରେସ ନେତା ଏହାକୁ ନେଇ କୌଣସି ଉତ୍ତର ଦେଇ ନାହାନ୍ତି। ଶଶି ଥରୁରଙ୍କୁ ତାଙ୍କର ଇଂରାଜୀ ଜ୍ଞାନ ପାଇଁ ସମସ୍ତେ ଜାଣିଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ଏବଂ ଲେଖିଛନ୍ତି, ହିନ୍ଦୁସ୍ଥାନ କେବେ ବି କେଉଁଠାରେ ପଛରେ ନାହିଁ। ବୃଦ୍ଧା ମା’ଙ୍କ ଆତ୍ମବିଶ୍ୱାସକୁ ସମ୍ମାନ କରିବା ଉଚିତ।

ସମ୍ବନ୍ଧିତ ଖବର