ସୁନା ଖୁରରେ ଖିଅର ହେବେ କି? ଦେବେ ମାତ୍ର ୧୦୦ ଟଙ୍କା

ପୁଣେ: ସୁନା ଖୁରରେ ଖିଅର ହେବେ, ଆଉ ମାତ୍ର ୧୦୦ ଟଙ୍କା ଦେବେ | ଲୋକଙ୍କୁ ଆକର୍ଷିତ କରିବା ପାଇଁ ପୁଣେର ଜଣେ ସେଲୁନ୍ ମାଲିକ ଏଭଳି ଏକ ନିଆରା ଉପାୟ ଆପଣାଇଛନ୍ତି | ମିଳିଥିବା ସୂଚନା ମୁତାବକ ପୁଣେର ଜଣେ ସେଲୁନ ମାଲିକ କରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ବ୍ୟବସାୟରେ କ୍ଷତି ସହିଥିଲେ । ଆଉ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ଏକ ସୁନା ରେଜର(ଖୁର) ସାହାଯ୍ୟରେ ଏବେ ଲୋକଙ୍କୁ ଖିଅର କରୁଛନ୍ତି । ପୁଣେ ନିକଟ ଦେହୁଗାଓଁରେ ଏକ ସେଲୁନ୍ ଚଳାଉଥିବା ଅବିନାଶ ଏବେ ଏମିତି ଏକ ବାଟ ଆପଣାଇଛନ୍ତି ଯେ ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି |

ଅବିନାଶଙ୍କ କହିବା ମୁତାବକ କରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ଅନେକ ମାସ ପର୍ଯ୍ୟନ୍ତ ସେଲୁନ ବନ୍ଦ ରହିଥିଲା। କିନ୍ତୁ ଯେତେବେଳେ ଲକଡାଉନ୍ ଧୀରେ ଧୀରେ ସମାପ୍ତ ହେଲା, ସେତେବେଳେ ଗ୍ରାହକମାନେ ସେଲୁନକୁ ଆସିବାକୁ ସେତେ ଆଗ୍ରହ ପ୍ରକାଶ କରିନଥିଲେ | ଆଉ ଏହାକୁ ଦେଖି ସେ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ସୁନା ଖୁର ତିଆରି କରାଇଥିଲେ | ଅବିନାଶ ପିମ୍ପ୍ରି ଅଞ୍ଚଳରେ ଜଣେ ସୁନା କାରିଗରଙ୍କୁ ଏହି ଖୁର ତିଆରି କରିବା ପାଇଁ କହିଥିଲେ |

ଆଉ କାରିଗର ଜଣକ ୧୮ କ୍ୟାରେଟ ସୁନା ବ୍ୟବହାର କରି ଖୁର ତିଆରି କରିଥିଲେ | ଆଉ ଏଥିରେ ମୋଟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ସୁନା ଖୁରରେ ଖିଅର ହେବାକୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଅବିନାଶ କହିଛନ୍ତି |

ସମ୍ବନ୍ଧିତ ଖବର