ଅଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଜଣେ ମହିଳା ଅନେକ ଧରି ଏକ ଅଜଗର ସାପକୁ ପୋଷା ମନେଇ ନିଜ ପାଖରେ ରଖିଥିଲେ। ଖାଲି ରଖିନଥିଲେ, ରାତିରେ ଶୋଇବା ବେଳେ ବି ମହିଳା ଜଣକ ସେହି ସାପ ସହ ଗୋଟାଏ ବିଛଣାରେ ଶୋଉଥିଲେ। ମାତ୍ର ଅସଲ କଥାଟି ଜାଣିଲେ ଆପଣ ଚମକି ପଡ଼ିବେ ନିଶ୍ଚୟ। ଆସନ୍ତୁ ଜାଣିବା ହିଂସ୍ର ଯନ୍ତୁ ସାପକୁ ପୋଷିବାର ଶେଷ ପରିଣତି କ’ଣ ହେଲା।
/sambad/media/post_attachments/wp-content/uploads/2018/01/She-slept-with-a-snake-and-then-the-vet-told-her-something-shocking-300x160.jpg)
ସାପଟି ମହିଳାଙ୍କ ସହ ଦିନ କାଟିବାରେ ଲାଗିଥାଏ। ମହିଳା ଜଣକ ତାକୁ ଖୁବ୍ ଶ୍ରଦ୍ଧା କରୁଥାନ୍ତି। ମାତ୍ର ହଠାତ୍ ସାପଟି ଖାଇବା ଛାଡ଼ିଦେଲା। ଦୀର୍ଘ ଦିନ ପର୍ଯ୍ୟନ୍ତ କିଛି ଖାଇଲା ନାହିଁ। ମହିଳା ଜଣକ ଚିନ୍ତାରେ ପଡ଼ିଗଲେ। ଏଭଳି ଭାବେ ଅନେକ ଦିନ ନଖାଇଲେ ତାଙ୍କ ପୋଷା ସାପ କାଳେ ଅସୁସ୍ଥ ହୋଇପଡ଼ିବ ଭାବି ସେ ଜଣେ ଜାଣିବା ଶୁଣିବା ଲୋକଙ୍କ ପରାମର୍ଶ ନେଲେ। ଶେଷରେ ସେ ଲୋକ ଜଣକ ମହିଳାଙ୍କୁ ଯାହା କହିଲେ ଆପଣ ଶୁଣିଲେ ଆପଣଙ୍କ ଚେତା ଉଡ଼ିଯିବ।
/sambad/media/post_attachments/wp-content/uploads/2018/01/This-woman-slept-with-a-python-every-night-When-it-stopped-eating-the-vet-told-something-shockingly-horrifying1-300x180.jpg)
(Related photo)
ସାଧାରଣତଃ ଅଜଗର ଅସୁସ୍ଥ ହୁଅନ୍ତି ନାହିଁ। ସେ ଖାଇବା ଛାଡ଼ିବାର କାରଣ ତା’ର ଶାରୀରିକ ଅସୁସ୍ଥତା ନୁହେଁ। ବାସ୍ତବ କଥାଟି ହେଉଛି ଅଜଗରମାନେ କିଛି ଗୋଟେ ବଡ଼ ଶିକାର କରିବାର କିଛି ଦିନ ପୂର୍ବରୁ ଆଗ ପେଟ୍ ଫାଙ୍କା କରିଥାନ୍ତି। ସେହି ଅଜଗରଟି ବି ସେମିତି ଯୋଜନା କରିଥିଲା। ସେ ଯୋଜନା କରିଥିଲା ଯେ କିଛି ଦିନ ପେଟ ଖାଲି କରି ନିଜକୁ ଭୋକିଲା କରିବା ପରେ ତାକୁ ପୋଷିଥିବା ମହିଳା ଜଣକୁ ସେ ଗିଳିବ ବୋଲି। ପ୍ରତିଦିନ ରାତିରେ ସେ ମହିଳାଙ୍କ ସହ ଲେସି ହୋଇ ଶୋଉଥିଲା ବୋଲି ମହିଳା ଜଣକ ଖୁସି ହେଉଥିଲେ, ମାତ୍ର ସେ ସମୟରେ କିନ୍ତୁ ସେ ମହିଳାଙ୍କ ଓଜନ ଏବଂ ଆକୃତି ମାପୁଥିଲା। ଆଉ କେତେ ଦିନ ପରେ ସେ ମହିଳାଙ୍କୁ ଖାଇବାରେ ସମର୍ଥ ହେବ ବୋଲି ଚିନ୍ତା କରି ପ୍ରତିଦିନ ରାତିରେ ପରଖୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/3f724331694d5090e4aaffbc8e562b2f_1467109199.jpg)