ଜିରୋ ଫିଗର କରିବା ନିଶାରେ ସକାଳ ଏବଂ ମଧ୍ୟାହ୍ନ ଭୋଜନ ଛାଡ଼ିଦେଲେ ଯୁବତୀ, ହୋଇଗଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ : ନିଜ ଶରୀରର ଆକାରକୁ ଆକର୍ଷକ କରିବା ପାଇଁ ଖାସ୍‌ କରି ମହିଳାମାନେ ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି । ଖାଇବା କମ୍‌ କରିବା ସହ ଜିମ୍‌ ଯାଇଥାନ୍ତି । କିନ୍ତୁ ଏହାର କୁ-ପ୍ରଭାବ ବିଷୟରେ କେହି ଭାବନ୍ତି ନାହିଁ । ନ୍ୟୁୟର୍କରେ ରହୁଥିବା ଷ୍ଟେଫ୍‌ନୀ ୧୩ବର୍ଷ ବୟସରୁ ଯେଉଁ ଭୁଲ କରିବା ଆରମ୍ଭ କରିଥିଲେ, ତାହାର ପରିଣାମ ଏବେ ତାଙ୍କୁ ଭୋଗିବାକୁ ପଡ଼ୁଛି ।

ସୂଚନା ମୁତାବକ, ଷ୍ଟେଫ୍‌ନୀ ୧୩ବର୍ଷ ବୟସରୁ ଜିରୋ ଫିଗର କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଯାହା ପାଇଁ ସକାଳ ଏବଂ ମଧ୍ୟାହ୍ନର ଭୋଜନ ଛାଡ଼ି ଦେଇଥିଲେ । ଧୀରେ ଧୀରେ ସେ ପତଳା ହେବାକୁ ଲାଗିବା ସହ ୧୭ବର୍ଷ ବୟସରେ ତାଙ୍କ ଶରୀରର ଆକାରକୁ ନେଇ ଲୋକେ ପ୍ରଶଂସା କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା, ସେ କେଉଁ ଗମ୍ଭୀର ରୋଗର ଶିକାର ହେବାକୁ ଯାଉଛନ୍ତି ।

bhaskar.com

କିଛି ଦିନ ପରେ ତାଙ୍କୁ ଏନୋରେକ୍ସିଆ ରୋଗ ହୋଇଥିବା ସାମ୍ନାକୁ ଆସିଥିଲା । ଏହି ରୋଗ ହେଲେ, ରୋଗୀଙ୍କୁ ଖାଦ୍ୟ ଖାଇବାକୁ ଡ଼ର ଲାଗିଥାଏ ଏବଂ ଓଜନ ଖୁବ୍‌ ଶୀଘ୍ର କମିବାକୁ ଲାଗିଥାଏ । ଏହି ରୋଗ ହୋଇଥିବାରୁ ଷ୍ଟେଫ୍‌ନୀ ଧୀରେ ଧୀରେ ଖାଇବା ବନ୍ଦ କରିଦେବା ସହ ତାଙ୍କ ଶରୀରର ହାଡ଼ ବାହାରକୁ ଦିଶିବାକୁ ଲାଗିଥିଲା । ଯାହା ବି ଖାଇଲେ ମୋଟା ହୋଇଯିବାର ଡ଼ର ମନକୁ ଆସୁଥିଲା ବୋଲି କହିଛନ୍ତି ଷ୍ଟେଫ୍‌ନୀ । ରୋଗ ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର