ଛେଳି ଓ ମେଣ୍ଢା ଚରାଉ ଥିବା ଏହି ବ୍ୟକ୍ତି ପାଲଟି ଗଲେ ଗୋଲଡେନ୍‌ ମ୍ୟାନ୍‌

ବାରମେର: ଗୋଲଡେନ୍‌ ମ୍ୟାନ୍‌ଙ୍କ ବିଷୟରେ କଥା ଉଠିଲେ ପ୍ରଥମେ ବଲିଉଡ ସଙ୍ଗୀତଜ୍ଞ ବପ୍ପି ଲହରିଙ୍କ ନାମ ମନକୁ ଆସିଥାଏ। କିନ୍ତୁ ଆଜି ଆମେ ଏପରି ଜଣେ ଗୋଲଡେନ୍‌ ମ୍ୟାନ୍‌ଙ୍କ ବିଷୟରେ କହିବାକୁ ଯାଉଛୁ  ଯିଏକି ଦିନେ ଛେଳି-ମେଣ୍ଢା ଚରାଇ ନିଜ ପରିବାରକୁ ସାହାଯ୍ୟ କରୁଥିଲେ।

ରାଜସ୍ଥାନର ବାରମେର ଜିଲ୍ଲାର ଉମରଲାଇ ଗ୍ରାମରେ ବସବାସ କରୁଥିବା ମୋହନଲାଲ ଦେବାସିଙ୍କୁ ଲୋକମାନେ ଗୋଲଡେନ୍‌ ମ୍ୟାନ୍‌ ବୋଲି ଜାଣି ଥାଆନ୍ତି। ମୋହନଲାଲଙ୍କୁ ଦେଖିଲେ ଲୋକମାନେ ତାଙ୍କ ସହିତ ସେଲଫି ନେବାକୁ ଭିଡ ଜମାଇଥାଆନ୍ତି।

ଗୋଲଡେନ୍‌ ମ୍ୟାନ୍‌ ମୋହନଲାଲ ଦେବାସି ହାତ ଓ ଗଳାରେ ପାଖାପାଖି ଅଧା କିଲୋ ଓଜନରୁ ଅଧିକ ସୁନା ପିନ୍ଧିଛନ୍ତି। ଏମିତି କୌଣସି ଆଙ୍ଗୁଳି ନାହିଁ, ଯେଉଁଥିରେ ସେ ମୁଦି ପିନ୍ଧି ନାହାନ୍ତି। ୧୦ଟି ଆଙ୍ଗୁଳିରେ ୧୦ଟି ମୁଦି ପିନ୍ଧିଥିବା ବେଳେ ହାତ ପୂରା ସୁନାରେ ଭରି ରହିଛି।

ଏହାସବୁ ୨୦ବର୍ଷର ପରିଶ୍ରମର ଫଳ ବୋଲି କହି ମୋହନଲାଲ କହନ୍ତି, ‘ଗ୍ରାମରେ ବସବାସ କରୁଥିବା ସମୟରେ ମୋର ପାଠପଢ଼ାରେ ରୁଚି ରହୁ ନଥିଲା। ମୋର ପରିବାର ପଶୁପାଳନ କରି ଗୁଜୁରାଣ ମେଣ୍ଟାଇ ଥାଏ। ସେଥିପାଇଁ ପିଲାଟି ବେଳରୁ ମୁଁ ଛେଳି-ମେଣ୍ଢା ଚରାଇବା କାମ କରୁଥଲି। କିଛି ବଡ଼ କରିବା ଆଶାରେ ଦିନେ ମୁଁ ପୁନେ ଚାଲି ଆସିଥିଲି। ଏଠାରେ ପ୍ରଥମେ ହାଲୁଆ ତିଆରି କରିବା କାମ କରୁଥଲି। ଏହା ପରେ ଏକ ତେଜରାତି ଦୋକାନରେ ରହିବ କାମ କରିବା ସମୟରେ ଏକ ଗେଷ୍ଟହାଉସ୍‌ ନେଇଥିଲି। ଯାହା ୧୫ବର୍ଷ ହେବ ଚାଲି ଆସୁଛି। ପ୍ରଥମରୁ ହିଁ ମୋତେ ସୁନା ପିନ୍ଧିବା ବହୁତ ପସନ୍ଦ ରହିଛି। ଏଥିପାଇଁ ହାତକୁ ଧୀରେ ଧୀରେ ଅର୍ଥ ଆସିବା ପରେ ସୁନା ଏକାଠି କରିବା ଆରମ୍ଭ କରିଥିଲି।’

zeenews.

ମୋହନଲାଲଙ୍କୁ ସେ ଅଞ୍ଚଳର ସମସ୍ତ ଲୋକେ ଗୋଲଡେନ୍‌ ମ୍ୟାନ୍‌ ଭାବେ ଜାଣୁଥିଲେ ବି ତାଙ୍କ ପରିବାର ଏବେ ବି ମେଣ୍ଡା-ଛେଳି ପାଳନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।

ସମ୍ବନ୍ଧିତ ଖବର