ନୂଆଦିଲ୍ଲୀ : ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଶୀଲା ଦୀକ୍ଷିତଙ୍କର ଗତକାଲି ଦେହାନ୍ତ ହୋଇ ଯାଇଥିଲା । ଅପରାହ୍ନରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୮୧ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଥିଲେ ମଧ୍ୟ ସେ କରିଥିବା କାମର ଛାପ ସବୁଦିନ ଲୋକମାନଙ୍କ ମନରେ ଛାଡ଼ି ଦେଇ ଯାଇଛନ୍ତି । ରାଜଧାନୀ ଦିଲ୍ଲୀରେ ଆଧୁନିକ ଛାପ ଲଗାଇଥିବା ଶୀଲାଜୀ ନିଜେ ମଧ୍ୟ ଆଧୁନିକ ଚିନ୍ତାଧାରା ରଖୁଥିଲେ । ରାଜନୀତି କରିବା ସହ ସେ ଫିଲ୍ମ ଦେଖିବାର ସଉକ ମଧ୍ୟ ରଖିଥିଲେ । ଏଭଳି ଏକ ବଲିଉଡ୍‌ ଫିଲ୍ମ ରହିଛି ଯାହାକୁ ସେ ୨୦ଥର ଦେଖିଥିଲେ ।

Advertisment

publive-image oneindia.com

ସୂଚନା ମୁତାବକ, ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଦିଲ୍‌ଓ୍ଵାଲେ ଦୁଲ୍ହନିଆ ଲେ ଜାଏଙ୍ଗେ ଶୀଲାଜୀଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ଏହି ଫିଲ୍ମକୁ ୨୦ଥର ଦେଖିଥିଲେ । ନୂଆ ନୂଆ ଜୋତା ପିନ୍ଧିବାକୁ ଶୀଲାଜୀ ପସନ୍ଦ କରୁଥିବା ବେଳେ ରେଡିଓରେ ନୂଆ ଗୀତ ଶୁଣିବାକୁ ଭଲ ପାଉଥିଲେ ଶୀଲା ଦୀକ୍ଷିତ ।