ସେହେନ୍ସା ଜଲାଲ ଉଦ୍ଦିନ ମହମ୍ମଦଙ୍କ ନାମ ପରେ ଆକବର୍‌ ଶବ୍ଦ କିଏ ଲଗାଇଲେ ଓ କାହିଁକି? କେମିତି ହେଲେ ସେ ମହମ୍ମଦ ଆକବର?

ଆପଣ ଏକଥା ଇତିହାସରୁ ନିଶ୍ଚୟ ଜାଣିଥିବେ ଯେ ସେହେନ୍ସା ଜଲାଲ ଉଦ୍ଦିନ ମହମ୍ମଦ ଜଣେ କ୍ରୁର ମୁସ୍‌ଲମାନ ରାଜା ଥିଲେ। ଖାଲି ଯୁଦ୍ଧ କରି ବିଭିନ୍ନ ରାଜ୍ୟ ଜୟ କରିବା ତାଙ୍କର ସଉକ ଥିଲା। ଆଗ୍ରାର ସେହେନ୍ସା ଏକଦା ଆମିର୍‌ ଯାଇଥିଲେ ଯୁଦ୍ଧ କରିବାକୁ। ସେଠାରେ ସେ ଆମିର୍‌ର ରାଜକୁମାରୀ ତଥା ଜଣେ ହିନ୍ଦୁ ରାଜାଙ୍କ ଝିଅ ଯୋଦ୍ଧାଙ୍କୁ ଜୟ କରି ପତ୍ନୀ ରୂପେ ନିଜ ରାଜ୍ୟକୁ ଆଣିଲେ। ପ୍ରଥମେ ଭିନ୍ନ ଧର୍ମ ହୋଇଥିବା ହେତୁ ଦୁହଁଙ୍କ ଭିତରେ ଉତ୍ତମ ବୁଝାମଣା ହେଇପାରୁନଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ସେ ଦୁହଁଙ୍କ ମଧ୍ୟରେ ଉତ୍ତମ ପ୍ରେମ ସଂପର୍କ ଗଢ଼ିଉଠିଲା। ଯୋଦ୍ଧା ଓ ଜଲାଲ ପରସ୍ପରଙ୍କ ଘନିଷ୍ଠ ହେବାକୁ ଲାଗିଲେ। ଜଣେ ହିନ୍ଦୁ ରାଣୀଙ୍କ ପ୍ରତି ପ୍ରେମ ଜାଗ୍ରତ ହେବାରୁ ଜଲାଲଙ୍କ ଭିତରେ ହିନ୍ଦୁ ଧର୍ମାବିଲମ୍ବୀଙ୍କ ପ୍ରତି ମଧ୍ୟ ସ୍ନେହ ଜାତ ହେଲା।

ସେ ସମୟରେ ହିନ୍ଦୁମାନେ ମୁସ୍‌ଲମାନ ରାଜାଙ୍କୁ କର ପୈଠ କରୁଥିଲେ। ହିନ୍ଦୁ ଓ ମୁସଲ୍‌ମାନଙ୍କ ମଧ୍ୟରେ ବହୁ ଦୂରତା ରହିଥିଲା। ହିନ୍ଦୁ ଧର୍ମୀମାନେ ମୁସ୍‌ଲମାନଙ୍କୁ ଶତ୍ରୁ ଭାବୁଥିଲେ ଓ ମୁସ୍‌ଲମାନ ହିନ୍ଦୁଙ୍କୁ। ଏପରିକି ମୁସ୍‌ଲମାନ ରାଜସଭାରେ ହିନ୍ଦୁମାନେ ପ୍ରବେଶ କରିପାରୁନଥିଲେ। ସେହେନ୍ସା ଯୋଦ୍ଧାଙ୍କୁ ବିବାହ କରିବା ପୂର୍ବରୁ ହିନ୍ଦୁମାନଙ୍କୁ ଆଦୌ ସହ୍ୟ କରୁନଥିଲେ। ଯୋଦ୍ଧା ଜଣେ ଉତ୍ତମ ରାଣୀ ହୋଇଥିବାରୁ ସେ ତାଙ୍କ ସ୍ୱାମୀ ଜଲାଲଙ୍କୁ ଉଚିତ ମାର୍ଗ ଦେଖାଇବାରେ ମଗ୍ନ ରହିଲେ। ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ଉଚିତ ଓ ଅନୁଚିତର ମାର୍ଗ ଦେଖାଇଲେ। ଧୀରେ ଧୀରେ ଜଲାଲ ଉଦ୍ଦିନ୍‌ ବଦଳିବାକୁ ଲାଗିଲେ। ସମୟ କ୍ରମେ ସେ ହିନ୍ଦୁମାନଙ୍କ ଉପରୁ କର ଉଠାଇଦେଲେ। ଆଗ୍ରାରେ ଭଗ୍ନ ଅବସ୍ଥାରେ ପଡ଼ିଥିବା ସମସ୍ତ ମନ୍ଦିରକୁ ପୁନନିର୍ମାଣ କଲେ। ହିନ୍ଦୁ ଓ ମୁସ୍‌ଲମାନ ସବୁ ବର୍ଗରେ ସମାନ ବୋଲି ଘୋଷଣା କଲେ। ଆଗ୍ରାରେ ସେହେନ୍ସାଙ୍କର ଏପରି ନିଷ୍ପତ୍ତିରେ ଦିନ୍ଦୁ ଧର୍ମାବିଲମ୍ବୀମାନେ ଖୁସି ହୋଇ ତାଙ୍କ ଜନ୍ମ ଦିନରେ ତାଙ୍କୁ ଉପହାର ସ୍ୱରୂପ ଏକ ନାମ ହେଲେ ‘ଆକବର୍‌’ ଆକବର୍‌ ଶବ୍ଦର ଅର୍ଥ ଉର୍ଦ୍ଦୁରେ ‘ମହାନା’। ଜଣେ କ୍ରୁର ସେହେନ୍ସାରୁ ମହାନ ସମ୍ରାଟର ପରିଚୟ ପାଇବା ପରେ ସେ ହୋଇଗଲେ ସେହେନ୍ସା ଜଲାଲ ଉଦ୍ଦିନ ମହମ୍ମଦ ଆକବର୍‌।

ସମ୍ବନ୍ଧିତ ଖବର