ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣାକୁ ନେଇ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ କିଛି ଘଟଣା ହୃଦୟସ୍ପର୍ଶୀ ରହିଥାଏ।

ନିକଟରେ ଆନନ୍ଦ ମହିନ୍ଦ୍ରା ଜଣେ ବ୍ୟକ୍ତିଙ୍କ ସଂଘର୍ଷମୟ କାହାଣୀ ସେୟାର କରିଛନ୍ତି।

Advertisment

ଏହି କାହାଣୀ ଶିବମ ସୋନିଙ୍କ ରହିଛି। ଯିଏ ଇନ୍ଦୋରରେ ଏକ ରେସ୍ତୋରାଁ ଚଲାଉଛନ୍ତି। ଏହି ରେସ୍ତୋରାଁରେ ମିଳୁଥିବା ସମସ୍ତ ଭୋଜନ ମୂଲ୍ୟ ୧୦ଟଙ୍କା ରହିଛି। ସେ ଏପରି ମୂଲ୍ୟ ଏଥିପାଇଁ ରଖିଛନ୍ତି କି ଗରିବ ଲୋକଟେ ଇଚ୍ଛା କଲେ ବି ଖାଇପାରିବ। ଶିବମ ଖବୁ ଅଳ୍ପ ଦିନ ମଧ୍ୟରେ ବହୁତ କିଛି ସଫଳତା ହାସଲ କରି ଦେଇଥିଲେ, ଯାହା ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଥାଏ। ଏସବୁ ଭିତରେ ବି ତାଙ୍କୁ ଅନେକ ସମସ୍ୟା ଓ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଛି। ଶିବମଙ୍କ ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଶିବମ ନିଜ ବିଷୟରେ କହିବାକୁ ଯାଇ କହିଛନ୍ତି, ‘ମୁଁ ଇଞ୍ଜିନିୟରିଂ ପାଠପଢ଼ୁଥିବା ସମୟରେ ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲି। ସାଙ୍ଗମାନଙ୍କ ଠାରୁ ୨୦ ହଜାର ଧାର ଆଣି ଏକ ରେସ୍ତୋରାଁ ଆରମ୍ଭ କରିଥିଲି। ରେସ୍ତୋରାଁ ଠିକଠାକ ଚାଲୁଥିଲା। କିନ୍ତୁ କରୋନାକାଳରେ ସମସ୍ତଙ୍କ ଭଳି ମୁଁ ବି ଅନେକ ସମସ୍ୟାର ସାମ୍ନା କରିଛି। ଯେଉଁ କାରଣରୁ ମୋତେ ୧୮ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ଏହି ସମୟରେ ମୁଁ ଗୁରୁଦ୍ବାରରେ ଆଶ୍ରୟ ନେଇଥିଲି। ସେଠାରେ ଲଙ୍ଗର ଖାଇଥିଲି। ବହୁତ ଚିନ୍ତାରେ ପଡ଼ି ଯାଇଥିଲି। ଏମିତି କି ଆତ୍ମହତ୍ୟା କରିବାକୁ ଚାଲି ଯାଇଥିଲି। ପୁଣି ମନକୁ ବୁଝାଇ ଫେରି ଆସିଥିଲି।
ମନକୁ ଦୃଢ଼ କରି ‘ହଙ୍ଗର ଲଙ୍ଗର’ ନାମରେ ଏକ ରେସ୍ତୋରାଁ ଖୋଲିଲି। ଏହି ରେସ୍ତୋରାଁର ସମସ୍ତ ଖାଦ୍ୟର ମୂଲ୍ୟ ୧୦ଟଙ୍କା ରଖିଲି। ଆଉ ଏବେ ମୁଁ ଏହି ରେସ୍ତୋରାଁକୁ ନେଇ ଖୁସି ଅଛି।’