ଏପରି କରି ପାରନ୍ତି ଭଗବାନ ଶିବଙ୍କ ପ୍ରାର୍ଥନା

ଶିବ ହେଉଛନ୍ତି ମଙ୍ଗଳମୟ।ସେ ସଂସାରର ତ୍ରାଣକର୍ତ୍ତା।କଥାରେ ଅଛି କୋପେ ବର କି ତପେ ବର!ଭଗବାନ ଶିବ ଖୁବ୍‌ କରୁଣାମୟ।ସେ ସହଜରେ ଭକ୍ତମାନଙ୍କର ମନୋବାଞ୍ଛିତ ଫଳ ପ୍ରଦାନ କରିଥା’ନ୍ତି।
ଅଭିବ୍ୟକ୍ତି ପାଇଁ ସ୍ୱରକାରକ ଭଗବାନ ମହାଦେବ ହେଉଛନ୍ତି ପରମଶାନ୍ତି ପ୍ରଦାୟକ ଓ ସୁଦ୍ଧାର କର୍ତ୍ତା।ସ୍ୱୟଂ ଜଟାଜୁଟ ଓ ସର୍ପକୁ ଅଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା।ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟ ହେଉଛନ୍ତି ଶିବ।ସଂକ୍ଷେପରେ କହିବାକୁ ଗଲେ,ଯିଏ ଶିବ ନୁହେଁ,ସେ ଶବ ଅଟେ।
ବ୍ରହ୍ମାଣ୍ଡର ଅସ୍ତିତ୍ୱ ଉପରେ ଯେତେବେଳେ ସଙ୍କଟାପନ୍ନ ହେଲା,ସେତେବେଳେ ଭୋଳାନାଥ ଶିବ ସମସ୍ତଙ୍କ କଲ୍ୟାଣ ଓ ରକ୍ଷା ନିମିତ୍ତ ନିଜେ ବିଷକୁ କଣ୍ଠରେ ଧାରଣ କରିଥିଲେ।
ଶିବଙ୍କ ଧ୍ୟାନ ମନ୍ତ୍ର ହେଉଛି:-
‘ ଓଁ ଧ୍ୟାୟୋ ନିିତ୍ୟମ୍‌ ମହେଶରଜତ ଗିରିନିଭମ୍‌ ଚାରୁଚନ୍ଦ୍ରା ବତଂ ସମ୍‌,
ରକ୍ଷା କଳ୍ପୋ ଜ୍ଜଳଙ୍ଗ ପରଶୁ ମୃଗଭରା ଭୀତି ହସ୍ତମ ପ୍ରସନ୍ନମ୍‌
ପଦ୍ମାସୀନମ୍‌ ସମନ୍ତାତ୍‌ ସ୍ତୃତମମରଗନଇ ବ୍ୟାଘ୍ର କୃତିମ ତ୍ରିନେତ୍ରମ୍‌
ବିଶ୍ୱାଦ୍ୟାମ୍‌ ବିଶ୍ୱବୀଜମ୍‌ ନିଖିଳ ଭୟହରମ୍‌ ପଞ୍ଚବକ୍ରମ୍‌ ତ୍ରିନେତ୍ରମ୍‌ ।’

ଅର୍ଥାତ୍‌:- ଏହି ଜଗତର ଆଧାର,ସମସ୍ତ ରୋଗ ଓ ଶୋକରୁ ଭୟମୁକ୍ତ କରୁଥିବା ଚନ୍ଦ୍ରକାନ୍ତି ଯୁକ୍ତ ପଦ୍ମାସନରେ ଉପବିଷ୍ଟ ଭଗବାନ ଶିବଙ୍କ ଧ୍ୟାନ ଓ ଏହି ମନ୍ତ୍ରର ପ୍ରତିଦିନ ଉଚ୍ଚାରଣ ମାତ୍ରେ ହିଁ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ।
ଶିବଙ୍କ ପ୍ରିୟ ପୁଷ୍ପ:- ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି ତାଙ୍କ ଉପରେ ନାନା ପ୍ରକାର ପୁଷ୍ପ ଚଢ଼ା ଯାଇପାରେ। ଶିବଙ୍କ ପ୍ରିୟ ପୁଷ୍ପ ଗୁଡ଼ିକ ମଧ୍ୟରେ ରହିଛି-ମନ୍ଦାର,ମାଳତୀ,ଦୁର୍ଦ୍ଦୁରା,ସିନ୍ଦୁବାର,ଅଶୋକ,ମଲ୍ଲି,କଦମ୍ବ,ଲାଲ୍‌ ଓ ନୀଳ ରଂଙ୍ଗର ପଦ୍ମ ଓ କନିଅର ଇତ୍ୟାଦି।ଉପରୋକ୍ତ ପୁଷ୍ପ ଶିବଙ୍କୁ ଅର୍ପଣ କରିଲେ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି।

photo-hindugallery

ଶିବଙ୍କ ଅଷ୍ଟମୂର୍ତ୍ତି ପୂଜା:- ଶିବ ପୁରାଣରେ ଉଲ୍ଲେଖ ରହିଛି ଯେ ଦେବାଧିଦେବ ମହାଦେବଙ୍କ ଅଷ୍ଟମୂର୍ତ୍ତିଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ।ଅର୍ଥାତ୍‌ ଶିବଙ୍କର ଆଠସ୍ୱରୂପ ଆଠଦିଗରେ ଆପଣଙ୍କ ପ୍ରଗତିକୁ ସୁନିଶ୍ଚିତ କରିଥାଏ।ଆପଣ ନିଜର ସାର୍ବଭୌମ ପ୍ରଗତି ପାଇଁ ଭଗବାନ ଶିବଙ୍କର ପ୍ରତିମୂର୍ତ୍ତିଙ୍କୁ ଏହି ଆଠ ମନ୍ତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରନ୍ତୁ।
-ଓଁ ଶର୍ବାୟ କ୍ଷତି ମୂର୍ତ୍ତୟେ ନମଃ।ଓଁ ଭବାୟ ଜଳ ମୂର୍ତ୍ତୟେ ନମଃ।ଓଁ ରୁଦ୍ରାୟ ଅଗ୍ନିମୂର୍ତ୍ତୟେ ନମଃ। ଓଁ ଉଗ୍ରାୟ ବାୟୁ ମୂର୍ତ୍ତୟେ ନମଃ।ଓଁ ଭୀମାୟ ଆକାଶ ମୂର୍ତ୍ତୟେ ନମଃ।ଓଁ ପଶୁପତୟେ ଯଜମାନ ମୂର୍ତ୍ତୟେ ନମଃ।ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ।ଓଁ ଇଶାନାୟ ସୂର୍ଯ୍ୟ ମୂର୍ତ୍ତୟେ ନମଃ

ସମ୍ବନ୍ଧିତ ଖବର