ଶାସ୍ତ୍ରାନୁସାରେ ଶିବଲିଙ୍ଗର ଅର୍ଦ୍ଧପରିକ୍ରମା କରିବା ଉଚିତ! ଜାଣନ୍ତୁ ଶିବଲିଙ୍ଗରେ ପାଦ ବାଜିଯିବାରୁ ରାଜା ଗନ୍ଧର୍ବଙ୍କର କ’ଣ ହୋଇଥିଲା ?

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । କିଛି ଭକ୍ତଙ୍କ ପାଇଁ ସେ ମହାଦେବ ତ କିଛି ଭକ୍ତଙ୍କ ପାଇଁ ଭୋଳାନାଥ । ଶିବଙ୍କ ପ୍ରିୟ ମାସ ଶ୍ରାବଣ। ଏଇ ମାସରେ ଭକ୍ତମାନେ ଉପାସ କରିବା ସହ ପୂଜା କରିଥାନ୍ତି । ଶ୍ରାବଣ ମାସରେ ଭକ୍ତମାନେ ଶିବଙ୍କୁ ଜଳ ଲାଗି କରିଥାନ୍ତି । ଏହି ସମୟରେ ପ୍ରାୟ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ଭକ୍ତମାନେ ଶିବଲିଙ୍ଗ ପରିକ୍ରମା କରୁଥିବାର ଦେଖିବାକୁ ମିଳିଥାଏ ।

speakingtree.in

ସାଧାରଣତଃଭାବେ ଭକ୍ତମାନେ ଶିବଲିଙ୍ଗ ଉପରେ କ୍ଷୀର,ମହୁ,ବେଲ ପତ୍ର ଇତ୍ୟାଦି ଲାଗି କରିବା ପରେ ପରିକ୍ରମା କରିଥାନ୍ତି । ଏହି ପରିକ୍ରମା ସମୟରେ ଲକ୍ଷ୍ୟ କଲେ ଆପଣମାନେ ଜାଣିପାରିବେ କିଛି ଭକ୍ତ ଅର୍ଦ୍ଧ ପରିକ୍ରମା କରୁଥିବା ବେଳେ କିଛି ଭକ୍ତ ଚାରିପାଖ ବୁଲି ପରିକ୍ରମା କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଶିବଲିଙ୍ଗର ଅର୍ଦ୍ଧ ପରିକ୍ରମା କରିବା ଉଚିତ୍‌ । ନଚେତ୍‌ ମହାଦେବଙ୍କର କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଇଥାଏ । ସାଧାରଣତଃ ଶ୍ରାବଣ ମାସରେ ଭକ୍ତମାନଙ୍କୁ ଶିବଲିଙ୍ଗର ଅର୍ଦ୍ଧ ପରିକ୍ରମା କରିବା ଉଚିତ୍‌ । ନହେଲେ ଭକ୍ତମାନେ ଶିବଙ୍କ ଆଶୀର୍ବାଦ ଅପେକ୍ଷା କୋପ ଦୃଷ୍ଟିର ଶିକାର ହେବାର ଆଶଙ୍କା ଅଧିକ ଥିବା ବୋଲି ଉଲ୍ଲେଖ ରହିଛି । ଏବେ ଆସନ୍ତୁ ଜାଣିବା ଶାସ୍ତ୍ରରେ ଏପରି ଲେଖାଯିବା ପଛର ପ୍ରକୃତ କାରଣ ବିଷୟରେ।

speakingtree.in

ଶିବ ପୁରାଣ ଅନୁସାରେ ଭକ୍ତମାନଙ୍କୁ ଶିବଲିଙ୍ଗର ଅର୍ଦ୍ଧ ପରିକ୍ରମା କରିବା ଉଚିତ୍‌ । ଏହାର କାରଣ ଦର୍ଶାଇ ଲେଖା ଯାଇଛି କି, ଦେବ ଦେବ ମହାଦେବ ହେଉଛନ୍ତି ସୃଷ୍ଟିର ଆରମ୍ଭ ଏବଂ ଶେଷ । ଶିବଲିଙ୍ଗରୁ ଯେଉଁ ଶକ୍ତି ବାହାରେ ତାହାର ଅନ୍ତ ନାହିଁ । ସାଧାରଣତଃଭାବେ ଆମେ ଶିବ ମନ୍ଦରକୁ ପୂଜା କରିବାକୁ ଗଲେ ଆମକୁ ଶିବଙ୍କ ଆଶୀର୍ବାଦ ଆକାରରେ ନିର୍ମିଲିରୁ (ଶିବ ଲିଙ୍ଗର ଯେଉଁ ବାଟେ କ୍ଷୀର ଏବଂ ପାଣି ବାହାରିଥାଏ) ଯାହା ବାହାରେ ତାହା ଦିଆ ଯାଇଥାଏ । ତେବେ ଶାସ୍ତ୍ର ଅନୁସାରରେ ନିର୍ମିଲି ହେଉଛି ଶିବଲିଙ୍ଗର ଏକ ପବିତ୍ର ଅଙ୍ଗ, ଯାହା ଉପରେ ପରିକ୍ରମା ସମୟରେ ଦୁଇ ବା ତା’ଠାରୁ ଅଧିକ ଥର ପାଦ ରଖିଲେ ଶିବଙ୍କ କୋପ ଦୃଷ୍ଟି ପଡ଼ିଥାଏ।

rexpo.com

ଥରେ ରାଜା ଗନ୍ଧର୍ବ ଶିବ ମନ୍ଦିରରେ ଅଭିଷେକ କରିବା ସମୟରେ ନିର୍ମିଲି ଉପରେ ଦୁଇ ଥର ପାଦ ରଖି ଦେଇଥିଲେ । ଏହା ପରେ ଶିବଙ୍କ କୋପ ଦୃଷ୍ଟି ତାଙ୍କ ଉପରେ ପଡ଼ିବାରୁ ତାଙ୍କର ସବୁ ଧନ,ସମ୍ପତ୍ତିି ତାଙ୍କ ଠାରୁ ଦୂର ହୋଇ ଯାଇଥିଲା । ନିର୍ମିଲି ଶିବଲିଙ୍ଗର ଏକ ପବିତ୍ର ଅଙ୍ଗ ହୋଇଥିବାରୁ ପୂଜା ସମୟରେ ତାକୁ ଛୁଇଁବା ବା ପାଦ ରଖିବାକୁ ବାରଣ କରାଯାଇଛି । ପୂର୍ବ କାଳରେ ତିଆରି କରାଯାଉଥିବା ଶିବଲିଙ୍ଗରେ ନିର୍ମିଲିକୁ ମାଟି ତଳେ ରଖା ଯାଉଥିବା ବେଳେ ଆଜିକାଲି ଏହା ବାହାରକୁ ରଖା ଯାଉଛି ।

ସମ୍ବନ୍ଧିତ ଖବର