ଶିବ ଲିଙ୍ଗ ପୂଜନର ଏହି ନିୟମ ପାଳନ କରିଲେ, ଭୋଳାନାଥ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି

ଆଜି ହେଉଛି ସୋମବାର। ଆଜି ଅଧିକାଂଶ ହିନ୍ଦୁ ଶିବ ମନ୍ଦିରକୁ ଯାଇଥାନ୍ତି ଏବଂ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିଛନ୍ତି। ଭଗବାନ ଶିବଙ୍କର ମୂର୍ତ୍ତି ପ୍ରାୟତଃ ମନ୍ଦିରରେ ଦେଖିବାକୁ ମିଳି ନଥାଏ । ସେଠାରେ ଶିବ ଲିଙ୍ଗ ହେଉଛନ୍ତି ଭଗବାନଙ୍କର ପ୍ରତୀକ। ଶିବ ଲିଙ୍ଗ ହେଉଛନ୍ତି ମହାଦେବଙ୍କ ସାକ୍ଷାତ୍‌ ସ୍ୱରୂପ । ଏହାର ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଗଲେ ସମସ୍ତ ଦେବାଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କୁ ସେମାନଙ୍କ କୃପା ପ୍ରାପ୍ତି ହୋଇଥାଏ । ଶିବ ଲିଙ୍ଗ ପୂଜନ ସଂପର୍କରେ କେତେକ ନିୟମ ରହିଛି, ଯାହାର ପାଳନ କରିଲେ, ଭୋଳାନାଥ ଶୀଘ୍ରାତି ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । ଶିବ ଲିଙ୍ଗ ରେ କେତେକ ସାମଗ୍ରୀ ଦିଆଯାଇଥାଏ, ମାତ୍ର ହଳଦୀ ଦେବା ଅନୁଚିତ । ହଳଦୀ କୁ ଶିବଲିଙ୍ଗ ରେ ନୁହେଁ ବରଂ ଜଳାଧାରା ଉପରେ ଅର୍ପିତ କରାଯିବା ଉଚିତ୍‌ ।

ଶାସ୍ତ୍ର ଅନୁଯାୟୀ ଅଧିକାଂଶ ଦେବତାଙ୍କର ପ୍ରିୟ ହେଉଛି ହଳଦୀ । ପୂଜନ କାଣ୍ଡରେ ମଧ୍ୟ ହଳଦୀର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କେତେକ ପୂଜନବିଧିରେ ହଳଦୀ ବିନା ପୂଜା ଅସଂପୂର୍ଣ୍ଣ ବୋଲି କୁହାଯାଇଛି । ହଳଦୀକୁ ମହିଳାମାନେ ସୌନ୍ଦର୍ଯ୍ୟ ଉପଚାରରେ ପ୍ରୟୋଗ କରିଥାଆନ୍ତି । ଯେହେତୁ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ ,ଏଣୁ ସେଥିରେ ହଳଦୀ ଦିଆଯିବାକୁ ବାରଣ କରାଯାଇଛି ।

ଜଳଧାରା ରେ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଏହା ସବୁଠୁଁ ସହଜ ସରଳ ଏବଂ ଶ୍ରେଷ୍ଠ ଉପାୟ । ଆପଣ ପ୍ରତିଦିନ ତମ୍ବା ଲୋଟାରେ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କର ପୂଜା କରି ପାରନ୍ତି । ଏପରି କରିଲେ, ଆପଣ ଶିବଙ୍କ ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର କୃପା ମଧ୍ୟ ଲାଭ କରିପାରିବେ । ଏପରିକି ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ କରି ପାରିବେ ।

photo-static.rightlog.in

ଶିବ ଲିଙ୍ଗଙ୍କର ଦୁଇ ଭାଗ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଶିବ ଲିଙ୍ଗ, ଯାହା ଶିବଙ୍କ ପ୍ରତୀକ । ଅନ୍ୟ ଭାଗଟି ହେଉଛି ଜଳଧାରୀ , ଯାହା ମାତା ପାର୍ବତୀଙ୍କର ପ୍ରତୀକ ଅଟେ । ଶିବ ଲିଙ୍ଗ ପୁରୁଷତ୍ୱର ପ୍ରତିନିଧିତ୍ୱ କରୁଥିବା ଯୋଗୁଁ ଏଥିରେ ହଳଦୀ ଚଢାଯାଏ ନାହିଁ । ହଳଦୀ ସ୍ତ୍ରୀ ତତ୍ତ୍ୱ ହୋଇଥିବା ହେତୁ, ଜଳଧାରାକୁ ଏହା ଚଢାଯାଇଥାଏ ।
ଭଗବାନ ଶିବଙ୍କ ଅତି ପ୍ରିୟ ହେଉଛି ଜଳ ଧାରା । ଏଥିପାଇଁ ଶିବଙ୍କର ଜଳାଭିଷେକ କରାଯିବାର ଶାସ୍ତ୍ରରେ ବିଧାନ ରହିଛି । ଏହାଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଜଳାଭିଷେକ କରିବା ସମୟରେ ଓଁ ନମଃ ଶିବାୟ ’ ମନ୍ତ୍ର ଜପ କରାଯିବା ଉଚିତ୍‌ । ଜଳରେ ଦୁଗ୍ଧ ମିଶାଇ କିମ୍ବା କେବଳ ଦୁଗ୍ଧରେ ଶିବଙ୍କର ଅଭିଷେକ କରାଯାଇଥାଏ । ଭୋଳାନାଥଙ୍କ ବିଶେଷ ପୂଜାରେ ଦହି , ଘୃତ , ମହୁ ଓ ମିଶ୍ରିକୁ ପୃଥକ୍‌ ପୃଥକ୍‌ ଭାବେ କିମ୍ବା ଏକତ୍ର ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରି ଅଭିଷେକ କରାଯାଇଥାଏ

ସମ୍ବନ୍ଧିତ ଖବର