ମୁମ୍ବାଇ: ଅମ୍ବ‌ାନିଙ୍କ ବଡ଼ ବୋହୂ ‌ଶ୍ଳୋକା ମେହେଟ୍ଟା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି। ସେ ଥରେ ଏକ ପୁତ୍ର ସନ୍ତାନର ମାଆ ବନି ସାରିଥିବା ବେ‌‌ଳେ ଏବେ ଅ‌ାଉ ଥରେ ଗର୍ଭବତୀ ଅଛନ୍ତି। ଶ୍ଳୋକାଙ୍କ ପ୍ରସବ ସମୟ ପାଖେଇ ଆସିଥିବା ବେଳେ ସେ ଶଶୁରଙ୍କ ସହ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଛନ୍ତି। ତାଙ୍କୁ ବୁଧବାର ସିଦ୍ଧିବିନାୟକ ମନ୍ଦିର ବାହାରେ ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କ ଶଶୁର ମୁକେଶ ଅମ୍ବାନୀ, ସ୍ବାମୀ ଆକାଶ ଏବଂ ପୁଅ ପୃଥ୍ବୀ ବି ନଜର ଆସିଛନ୍ତି।

Advertisment

ଫଟୋରେ ମୁକେଶ ତାଙ୍କ ନାତି ପୃଥ୍ବୀଙ୍କୁ କା‌ଖେଇ ଧରିଥିବାର ଦେଖିବାକୁ ମିଳିଛନ୍ତି। ଜେଜେଙ୍କ କୋ‌ଳରେ ରହି ମୁକେଶଙ୍କ ନାତିଙ୍କ ଦୁଷ୍ଟାମୀ ଲୋକଙ୍କ ଓଠରେ ହସ ଆଣି ଦେଇଛି। ତେବେ ସୋସିଆଲ୍‌ ମିଡିଆରେ ଶ୍ଳୋକାଙ୍କର ଏକ ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଫଟୋଟି ଶ୍ଳୋକାଙ୍କର ଦ୍ବିତୀୟ ‘ଗୋଦ୍‌ଭରାଇ’ର ବୋଲି କୁହାଯାଉଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଶ୍ଳୋକା ଓ ଆକାଶଙ୍କ ବିବାହ ୨୦୧୯ ମସିହାରେ ହୋଇଥିଲା। ତା’ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ବି ହୋଇସାରିଛି, ଯାହାଙ୍କ ନାମ ପୃଥ୍ବୀ। ସେ ପୂରା ଅମ୍ବାନୀ ପରିବାରର ଗେହ୍ଲା। ଖୁବ୍ ଶୀଘ୍ର ହିଁ ପୃଥ୍ବୀଙ୍କୁ ସାନ ଭାଇ କିମ୍ବା ଭଉଣୀ ମିଳିବ‌ାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ନେତୃତ୍ବରେ ଥିବା ଭାରତର ସବୁଠାରୁ ବଡ ଅନଲାଇନ ରିଟେଲ କମ୍ପାନି ରିଲାଏନ୍ସ ଜିଓମାର୍ଟରେ ବହୁ ସଂଖ୍ୟକ କର୍ମଚାରୀଙ୍କ ଛ‌‌ଟେଇ ହୋଇଛି। ପ୍ରକାଶିତ ଖବର ମୁତାବକ, କମ୍ପାନି ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ନିକଟରେ ଜିଓ ମାର୍ଟ ମେଟ୍ରୋ କ୍ୟାସ ଆଣ୍ଡ୍ କ୍ୟାରି ବ୍ୟବସାୟକୁ ଭାରତରେ ଆରମ୍ଭ କରିବା ପାଇଁ ଯୋଜନା କରିଛି।